ହୀରା ପଥର କୃତ୍ରିମ ନା ପ୍ରାକୃତିକ, ଏ କଥା ଖୁବ୍‌ କମ ଲୋକ ଜାଣନ୍ତି କି ହୀରାର ଉତ୍ପତ୍ତି ହୁଏ କେମିତି

ହୀରା । ଦୁନିଆର ସବୁଠୁ ଦାମୀ ଜିନିଷ । ତେବେ ହୀରା କେମିତି ତିଆରି ହୁଏ, ଜାଣନ୍ତି କି ? ଏହି ଦୁର୍ଲଭ ଜିନିଷଟି ମିଳିବା ଯେମିତି କଷ୍ଟ ସେମିତି ହୀରାକୁ ତିଆରି କରିବା ବି ଆହୁରି କଷ୍ଟ । କାରଣ ଏହାକୁ ତିଆରି କରିବା ପାଇଁ ଦୀର୍ଘ ସମୟ ଦରକାର । ହୀରା ମାଟିର ଏତେ ଗଭୀରତା ମଧ୍ୟରେ ମିଳିଥାଏ, ଯେଉଁଠି ମଣିଷ ପହଞ୍ଚିବା ସହଜ ନୁହେଁ । ହୀରା ଭିତରେ ଥିବା ଖଣିଜ ପଦାର୍ଥରୁ ହିଁ ଜଣାପଡ଼େ ଏହାର ନିର୍ମାଣ ପ୍ରକ୍ରିୟା । ଏଥିରୁ ତାହା କେତେ ପୁରୁଣା ବା ତାର ବୟସ କେତେ ଅନୁମାନ ମଧ୍ୟ ଲଗାଯାଇ ପାରେ ।

ହୀରା କେବଳ ଗହଣା ଦୋକାନରେ ହିଁ ମିଳେ ନାହିଁ । ଏହି ଅନନ୍ୟ ପଥର ବିଷୟରେ ବହୁତ କମ ଲୋକେ ଜାଣନ୍ତି କି ଏହା କେମିତି ତିଆରି ହୋଇଥାଏ । ପ୍ରକୃତରେ ଅନେକ ଜାଣିଥାନ୍ତି କି ଏହି ହୀରା କୋଇଲା ଖଣିରୁ ହିଁ ମିଳେ । କିନ୍ତୁ ହୀରାର ପ୍ରାକୃତିକ ରୂପରେ ତିଆରି ହେବାର କାହାଣୀ କିଛି ଅଲଗା ଆଉ ବେଶ୍‌ ରହସ୍ୟମୟ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ହୀରା ନିର୍ମାଣର କାହାଣୀ ପୃଥିବୀର ଆଭ୍ୟନ୍ତରରେ ଲୁଚି ରହିଛି । ବିଶ୍ୱର ପ୍ରାୟ ୯୮ ପ୍ରତିଶତ ହୀରା ମାଟି ତଳେ ତିଆରି ହୁଏ । ଏହା ଆମେ ଦେଖୁଥିବା ମାଟିର ପ୍ରାୟ ୧୫୦ରୁ ୨୦୦ କିଲୋମିଟର ତଳ ଭାଗରେ ତିଆରି ହୁଏ । ଯେଉଁଠି ଚଟାଣ ଖୁବ୍‌ ଟାଣ ରହିଥାଏ । ପରେ ଏହା ମାଗମା ଜରିଆରେ ଆଗ୍ନେୟଗିରି ଉଦଗୀରଣ ଯୋଗୁଁ ପୃଥିବୀର ଉପର ସ୍ତରକୁ ଆସିଥାଏ । ତେବେ ଏହା ଏକ ସ୍ୱତନ୍ତ୍ର ପ୍ରକାର ବିରଳ ପଥର ଭିତରେ ହିଁ ଲୁଚି ରହିଥାଏ । ଆହୁରି ମଧ୍ୟ ଅତି ଦୁର୍ଲଭ ହୀରା ପୃଥିବୀ ଭିତରେ ମାଟି ତଳେ ପ୍ରାୟ ୮ ଶହ କିଲୋମିଟର ଗଭୀରରେ ତିଆରି ହୁଏ । ଯେତେବେଳେ କି ବାକି ସବୁ ମୂଲ୍ୟବାନ ପଥର ମାଟି ମଧ୍ୟରେ ୩୦ରୁ ୫୦କିଲୋମିଟର ମଧ୍ୟରେ ବି ହୋଇଥାଏ ।

ବିଜ୍ଞାନ ଯେତେ ଅଗ୍ରଗତି କରିଥିଲେ ମଧ୍ୟ ମଣିଷ ଏବେ ବି ପୃଥିବୀ ତଳକୁ ୧୨ କିଲୋମିଟର ଯାଏ ବି ଯାଇ ପାରି ନାହିଁ । କିନ୍ତୁ ଏହି ସୂଚନା ବୈଜ୍ଞାନିକଙ୍କୁ ହୀରା ମଧ୍ୟରେ ଫସି ରହିଥିବା ଫାରେନାଇଟ କ୍ରିଷ୍ଟାଲରୁ ମିଳିଛି । ଯାହା ଅନେକ ଥର ହୀରା ବନିବା ସମୟରେ ହିଁ ତାରି ମଧ୍ୟରେ ରହି ଯାଇଥାଏ ।

ହୀରା ଭିତରେ ଥିବା ପଦାର୍ଥକୁ ପରୀକ୍ଷା କରି ବୈଜ୍ଞାନିକମାନେ ଏକଥା ଜାଣି ପାରିଛନ୍ତି କି ଅଧିକାଂଶ ହୀରା ପୃଥିବୀ ତଳେ ଏକ କଠିନ ଚଟାଣରେ କାର୍ବନ ଫ୍ଲୁଇଡ୍‌ ହୋଇ ରହିଥାଏ । ଯେବେ ଏହା ଉପରକୁ ଆସିଥାଏ ସେହି ସମୟରେ ତା ଉପରେ ପଡୁଥିବା ଚାପ ଓ ଅଧିକ ତାପମାତ୍ରା ଯୋଗୁଁ କାର୍ବନ କ୍ରିଷ୍ଟାଲରେ ପରିଣତ ହୋଇଯାଏ । ଆଉ ଏହି ଦ୍ରବ୍ୟ ହୀରାରେ ପରିଣତ ହୋଇଥାଏ ।

ଦୁନିଆର ଅନେକ ହୀରା ମଧ୍ୟରୁ ଏକଥା ବି ଜଣା ପଡିଥାଏ କି କିଛି ହୀରା ତ ହଜାର ହଜାର ବର୍ଷର ପୁରୁଣା । ଏମିତିକି କିଛି ହୀରାର ବୟସ ୩.୫ ବିଲିୟନ ଠାରୁ ୯କୋଟି ବର୍ଷ ପର୍ଯ୍ୟନ୍ତ ହୋଇପାରେ ।

ପୃଥିବୀର ଇତିହାସକୁ ଯଦି ଦେଖିବା ତେବେ ହୀରା ମଧ୍ୟ ଅଲଗା ଅଲଗା ଭୂଭାଗରେ ନିର୍ମିତ ହୋଇ ମିଳିଛି । ବୈଜ୍ଞାନିକମାନେ ଜାଣି ପାରିଛନ୍ତି କି ହୀରାର ନିର୍ମାଣ କୌଣସି ଅଲଗା କିମ୍ବା ଆଶ୍ଚର୍ଯ୍ୟଜନକ ସ୍ଥାନରେ ହୋଇନଥାଏ । ଏହା ଭୂଭାଗରେ ହିଁ ପ୍ରାକୃତିକ ପ୍ରକ୍ରିୟାରେ ନିର୍ମାଣ ହୁଏ । ଏଥିରେ ଅନେକ ଜିନିଷର ଯୋଗଦାନ ରହିଥାଏ ।

ଏହିଭଳି ଆହୁରି ବି ଶୁଦ୍ଧ ହୀରା ରହିଛି ଯାହାର ନିର୍ମାଣ ପ୍ରକ୍ରିୟା ଜଳଚକ୍ର, କାର୍ବନ ଚକ୍ର ଭଳି ବିଭିନ୍ନ ପ୍ରକ୍ରିୟା ଦେଇ ଗତି କରେ । ଆଉ ଏହି ପ୍ରକ୍ରିୟା ଶହ ଶହ ବର୍ଷ ଧରି ପ୍ରଭାବ ପକାଇବା ପରେ ତାହା ହୀରାରେ ବଦଳିଯାଏ । ଖାସ୍‌ ସେଇଥି ପାଇଁ ତ ହୀରା ଅମୂଲ୍ୟ, ହୀରା ଦୁର୍ମୂଲ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.