ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ରେ ଦେଶୀ ବ୍ରିଡର କୁକୁର ସାମିଲ, ଜାଣନ୍ତୁ ଖାସ କଣ….

ଆମେ ଜାଣିଛେ କି ପ୍ରଧାନମନ୍ତ୍ରୀଙ୍କ ପଦ କେତେ ଗୁରୁତ୍ୱପୂର୍ଣ୍ଣ । ଏବେ ସେହି ଆସନରେ ଅଛନ୍ତି ନରେନ୍ଦ୍ର ମୋଦିଙ୍କ । ତାଙ୍କ ସୁରକ୍ଷା ଦାୟିତ୍ୱ ରହିଛି ଏକ ବିଶେଷ ସିକ୍ୟୁରିଟି ଟିମ୍‌ ହାତରେ । କିନ୍ତୁ ଏବେ ଏହି ଟିମ୍‌ରେ ପ୍ରଥମ ଥର ପାଇଁ ଦେଶୀ କୁକୁରଙ୍କୁ ସାମିଲ କରାଯାଇଛି । ଏହା ପରଠୁ ‘ମୁଧୋଲ ହାଉଣ୍ଡ’ ପ୍ରଜାତିର କୁକୁର ମଧ୍ୟ ପିଏମ ସିକ୍ୟୁରିଟିରେ ସାମିଲ ହେବେ । ମୁଧୋଲ ହାଉଣ୍ଡ ବ୍ରିଡର କୁକୁର ବହୁତ ସ୍ମାର୍ଟ । ସେମାନେ ପୂର୍ବରୁ ଭାରତୀୟ ସେନା ଓ ଅନେକ ସିକ୍ୟୁରିଟି ଫୋର୍ସରେ କାମ କରୁଛନ୍ତି । କିନ୍ତୁ ଏବେ ଏମାନଙ୍କୁ ପ୍ରଧାନ ମନ୍ତ୍ରୀ ସୁରକ୍ଷା ଟିମ୍‌ରେ ସାମିଲ କରାଯାଉଛି । ଏମିତିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ପ୍ରଜାତିର କୁକୁରଙ୍କ କଥା ମନ କି ବାତରେ କହି ସାରିଛନ୍ତି ।

ଏମିତିରେ ଜାଣିବା କି ଏହି ବ୍ରିଡର କୁକୁର କେତେ ଭୟଙ୍କର ଓ ଏହି ଏମାନଙ୍କ ଠାରେ କଣ ଏମିତି ଖାସ ରହିଛି ଯେଉଁଥି ପାଇଁ ଏମାନଙ୍କୁ ଏତେ ବଡ଼ ଦାୟିତ୍ୱବାନ୍‌ ଟିମ୍‌ରେ ରଖାଗଲା । ତା ସହିତ ଜାଣିବା କି ମୋଦି ଏହି କୁକୁରଙ୍କ ପାଇଁ କଣ କହିଛନ୍ତିା

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ମସିହାରେ ନିଜ ମନ କି ବାତ କାର୍ଯ୍ୟକ୍ରମରେ ଦେଶୀ ପ୍ରଜାତିର କୁକୁର ‘ମୁଧୋଲ ହାଉଣ୍ଡ’ ବିଷୟରେ କହିଥିଲେ । ଯାହା କର୍ଣ୍ଣାଟକର ଖାସ ବ୍ରିଡ ବୋଲି କୁହାଯାଏ । ଏହା ସହ ହିଁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ଏକ ରାଲିରେ ତାକୁ ନେଇ କିଛି କଥା କହିଥିଲେ । ଯାହାପରଠୁ ଏହି ବ୍ରିଡର କୁକୁରର ଚାହିଦା ବଢି ଯାଇଥିଲା । ମୁଧୋଲ ହାଉଣ୍ଡ ଜର୍ମାନ ଶେଫର୍ଡ ଭଳି ଏହା ଅପରାଧୀଙ୍କୁ ଖୋଜିବାରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇଥାଏ ଏବଂ ସବୁବେଳେ ସକ୍ରିୟ ଥାଏ ।

କହି ରଖୁଛି କି ବିଏସଏଫ ଓ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଏବଂ ବାନ୍ଦିପୁରର ବନ ବିଭାଗ ଟିମରେ ପ୍ରଥମ ଥର ମୁଧୋଲ ବ୍ରିଡକୁ ସାମିଲ କରାଯାଇଥିଲା । ଏହା ପୂର୍ବରୁ ଭାରତୀୟ ସେନା ବାହିନୀ, ସିଆରପିଏଫ ଓ ବିଭିନ୍ନ ରାଜ୍ୟର ପୋଲିସ ସ୍କ୍ଵାର୍ଡରେ ନିଜର ସେବା ଦେଇ ସାରିଛି ଏହି ବ୍ରିଡ । ଏମିତିକି ଅନେକ ଅନ୍ୟ ବ୍ରିଡର କୁକୁରଙ୍କ ଉପରେ ବି ରିସର୍ଚ୍ଚ କରାଯାଉଛି । କିନ୍ତୁ ବର୍ତ୍ତମାନ ପାଇଁ ଏହି ଦେଶୀ ପ୍ରଜାତିର କୁକୁରକୁ ବିଭିନ୍ନ ପ୍ରକାର କାମରେ ସାମିଲ କରାଯାଉଛି ।

ଏହି କୁକୁରକୁ ଏକଦମ ଶିକାରୀ । ତା ସହିତ ଭାରି ସ୍ମାର୍ଟ । ସୁରକ୍ଷା ଦେବା ପାଇଁ ଯେମିତି ସବୁବେଳେ ତୟାର । କୁହାଯାଉଛି କି ମୁଧୋଲ ହାଉଣ୍ଡର ନାଁ ମୁଧୋଲର ତତ୍କାଳୀନ ସାମ୍ରାଜ୍ୟରୁ ମିଳିଛି । ଯାହାର ଶାସକମାନେ ସବୁଠୁ ପ୍ରଥମେ ସେହିମାନଙ୍କୁ ପାଳିବା ଆରମ୍ଭ କଲେ । ଦେଖିବାକୁ ଗଲେ ଏହି କୁକୁର ବହୁତ ପତଳା ଓ ଦୁର୍ବଳ ଭଳି ଦିଶେ ହେଲେ ଶିକାର କରିବାରେ ଖୁବ୍‌ ଧୁରନ୍ଧର । ଏହି କୁକୁର ଦୌଡିବାରେ ବି ମାହିର ଆଉ ଭାରି ଚାଲାକ । ଏହା ଛଡା ଏମାନଙ୍କ ଦେଖିବା ଓ ଶୁଙ୍ଘିବା ଶକ୍ତି ବି ଅତ୍ୟନ୍ତ ତୀକ୍ଷଣ ।

ଏକ ରିପୋର୍ଟ ଅନୁସାରେ ମୁଧୋଲ ହାଉଣ୍ଡକୁ ସବୁଠୁ ପ୍ରଥମେ ତତ୍କାଳୀନ ଦକ୍ଷିଣ ସାମ୍ରାଜ୍ୟର ରାଜା ମାଲୋଜିରାବ ଘୋରପଡେ ପାଳିଥିଲେ । ଏଥିପାଇଁ ଆଦିବାସୀମାନେ ମଧ୍ୟ ସେମାନଙ୍କୁ ପାଳିବାକୁ ପସନ୍ଦ କରନ୍ତି । ଗୋଟେ ଖାସ କଥା ହେଉଛି କି ଥରେ ମୁଧୋଲ ରାଜା ଇଂଲଣ୍ଡର ପ୍ରତିନିଧିମାନଙ୍କୁ ଏହି କୁକୁର ଉପହାରରେ ଦେଇଥିଲେ ।

ତେବେ ଦର୍ଶକ ବନ୍ଧୁ ଏହା ଥିଲା ମୁଧୋଲ ହାଉଣ୍ଡର ଖାସ କଥା । ତେଣୁ ବିଦେଶୀ କୁକୁର ତୁଳନାରେ ଆମ ଦେଶୀ ବ୍ରିଡ୍‌ କିଛି କମ୍‌ ନୁହନ୍ତି । ଯଦି ଦେଶୀ ବ୍ରିଡ ଦେଶ ରକ୍ଷାରେ ସାମିଲ ହେଉଛି ତେବେ ଏହାଠୁ ବଡ କଥା ଆଉ କଣ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.