Below header

ଦୁଇ କୁକୁର ଲଢ଼େଇରେ ଲାଭ ଉଠାଇଲା ତୃତୀୟ, ଲୁଚି ଛପି କରିଦେଲା ଏମିତି, ଭିଡ଼ିଓ ଭାଇରାଲ

କଥାରେ ଅଛି ‘ଦ୍ୱୟଃ ର୍ବିବାଦେ ତୃତୀୟଶ୍ଚ ଲାଭଃ’ ଅର୍ଥାତ- ଦୁଇଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭ ଉଠାଇଥାଏ । ଏହା କେବଳ ମଣିଷ କରିଥାନ୍ତି ତାହା ନୁହେଁ । ପଶୁ ବି ଏମିତି କରି ଦେଖାଇଛି । ଯାହାକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି କହିବେ ଆହାଃ ! କୁକୁର କେତେ ବୁଦ୍ଧିଆ ।

ଭିଡ଼ିଓରେ ଦେଖାଯାଇଛି ଯେ ଏକ ପାତ୍ରରେ କିଛି ଖାଦ୍ୟ ରଖାଯାଇଛି । ଏହି ଖାଦ୍ୟକୁ ଏକ କୁକୁର ଖାଇବାକୁ ଲାଗିଛି । ଏହି ସମୟରେ ଅନ୍ୟ ଏକ କୁକୁର ଆସି ତାହା ଖାଇବାକୁ ବାହାରିଛି । ଫଳରେ ଖାଦ୍ୟ ପାଇଁ ଦୁଇ କୁକୁରଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ (କାମୁଡ଼ା କାମୁଡ଼ି) ଲାଗିଛି । ଏହି ସମୟରେ ତୃତୀୟ କୁକୁର ଆସୁଛି । ଦୁହେଁ ଗଣ୍ଡଗୋଳରେ ବ୍ୟସ୍ତ ଥିବା ଦେଖୁଛି । ଆଉ ପାତ୍ରରେ ଖାଦ୍ୟ ଥିବା ଦେଖି ମଉକାର ଫାଇଦା ନେଉଛି ।

ଆରାମରେ ପାତ୍ରରେ ଥିବା ଖାଦ୍ୟ ଖାଇବାରେ ଲାଗିଛି । ଦୁହେଁ କୁକୁର ଗଣ୍ଡଗୋଳ କରି ଶାନ୍ତ ହୋଇଯାଉଛନ୍ତି । ଆଉ ଯେତେବେଳେ ଖାଦ୍ୟ ଆଡେ ଦେଖନ୍ତି ତ ଅନ୍ୟ କୁକୁର ଖାଦ୍ୟକୁ ଆରାମରେ ଖାଉଥିବାର ଦେଖାଯାଇଛି । ଏହା ଦେଖି ଉଭୟ କୁକୁର ସେହି କୁକୁର ଉପରକୁ ଝପଟି ପଡ଼ୁଛନ୍ତି । ହେଲେ ଖାଦ୍ୟ ଆଉ ପାତ୍ରରେ ନଥିବାର ଦେଖାଯାଇଛି । କୁକୁର ର ଏପରି ବୁଦ୍ଧି ଦେଖି ସମସ୍ତେ କୁକୁରକୁ ବାହା ବାହା କହିବାକୁ ଭୁଲି ନାହାଁନ୍ତି ।

ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଟ୍ଵିଟରରେ ସେୟାର କରିଛନ୍ତି ଜଣେ ଆଇପିଏସ୍‌ ଅଧିକାରୀ ରୁପେନ ଶର୍ମ୍ମା । ଭିଡ଼ିଓରେ କ୍ୟାପସନ ଦେଇଛନ୍ତି ‘ଶବ୍ଦର ପ୍ରୟୋଜନ ନାହିଁ ’ । ଏହି ଭିଡ଼ିଓଟି ବେଶ କୌତୁହଳ ହୋଇଛି ଓ ଏହାକୁ ଦେଖି ଲୋକେ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.