କିଲର ଚରିତ୍ରରେ ହଇଚଇ ସୃଷ୍ଟି କରିବାକୁ ଆସୁଛନ୍ତି ଅଭିଷେକ ବଚ୍ଚନ, ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ‘ବବ୍‌ ବିଶ୍ୱାସ’ର ଟ୍ରେଲର

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଓ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ ଷ୍ଟାରର ‘ବବ୍‌ ବିଶ୍ୱାସ’ର ଟ୍ରେଲର ରିଲିଜ୍‌ ହୋଇ ଯାଇଛି। ସୁଜୟ ଘୋଷଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଏକ କ୍ରାଇମ୍‌ ଡ୍ରାମା, ଯେଉଁଥିରେ ଲୋକଙ୍କୁ ଲଭ୍‌ ଆଙ୍ଗଲ୍‌ ମଧ୍ୟ ଦେଖିବାକୁ ମିଳି ପାରିବ। ଫିଲ୍ମରେ ଅଭିଷେକ ବଚ୍ଚନ ‘ବବ୍‌ ବିଶ୍ୱାସ’ର ଭୂମିକା ନିଭାଇଛନ୍ତି। ସେପଟେ ଚିତ୍ରାଙ୍ଗଦା ତାଙ୍କ ସ୍ତ୍ରୀଙ୍କ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର କାହାଣୀ ବବ୍‌ ବିଶ୍ୱାସଙ୍କ ଜୀବନ ଉପରେ ଆଧାରିତ ରହିଛି। ଅର୍ଥାତ୍‌ ବବ୍‌ ବିଶ୍ୱାସ ଏମିତି ଜଣେ ବ୍ୟକ୍ତି, ଯିଏ ବର୍ଷ ବର୍ଷ ଧରି କୋମାରେ ରହିବା ପରେ ନିଜର ପୁରୁଣା ଜୀବନକୁ ଫେରୁଛନ୍ତି। ହେଲେ ସମସ୍ୟା ରହିଛି କି, ବବ୍‌ ବିଶ୍ୱାସଙ୍କୁ ତ ନୂଆ ଜୀବନ ମିଳି ଯାଉଛି, କିନ୍ତୁ ସେ ତାଙ୍କ ସ୍ମୃତି ଶକ୍ତି ହରାଇ ବସୁଛନ୍ତି। ତାଙ୍କୁ କୌଣସି ବି କଥା ମନେ ନାହିଁ। ନା ତାଙ୍କୁ ତାଙ୍କ ପରିବାର କଥା ମନେ ଅଛି ନା କ୍ୟାରିୟର କଥା। ଏହା ହିଁ କାହାଣୀରେ ଟ୍ଵିଷ୍ଟ ଆଣୁଛି।

ଫିଲ୍ମ କେବେ ଏବଂ କେଉଁଠି ରିଲିଜ୍‌ ହେବ

ଟ୍ରେଲରରେ ବବ୍‌ ବିଶ୍ୱାସଙ୍କ ଡବଲ କ୍ୟାରେକ୍ଟରକୁ ଦେଖା ଯାଇଛି। ବବ୍‌ ବିଶ୍ୱାସ ସେହି ମଣିଷ, ଯିଏ ଲୋକଙ୍କୁ କହୁଛନ୍ତି କି, ତାଙ୍କୁ କିଛି ମନେ ନାହିଁ। କିନ୍ତୁ ପ୍ରକୃତ ସତ ଆଉ କିଛି ରହିଛି। କିଛି ମିନିଟ୍‌ର ଏହି ଟ୍ରେଲରରେ ଅଭିଷେକ ବଚ୍ଚନଙ୍କର ଦମଦାର ଅଭିନୟର ଯାଦୁ ଦେଖିବାକୁ ମିଳୁଛି। କିଛି ବର୍ଷ ଧରି ଅଭିଷେକ ନିଜର ଏହି ଚରିତ୍ର ସହିତ ଏକ୍ସପେରିମେଣ୍ଟ କରିଛନ୍ତି, ଯାହାର ଫଳାଫଳ ଟ୍ରେଲରରୁ ହିଁ ଜଣା ପଡ଼ୁଛି। ଶାହରୁଖ ଖାନଙ୍କ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ୩ ଡିସେମ୍ବରରେ ଜି୫ରେ ରିଲିଜ୍‌ ହେବ। ପ୍ରଥମେ ଫିଲ୍ମକୁ ସିନେମା ଘରେ ରିଲିଜ୍‌ କରାଯିବାକୁ ଯୋଜନା ରହିଥିଲା, କିନ୍ତୁ ପରେ ନିର୍ମାତା ମତ ବଦଳାଇ ଥିଲେ। ଏବେ ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯିବ।

ଫିଲ୍ମ ‘କାହାନୀ’ରେ ପସନ୍ଦ କରାଯାଇଥିଲା ଚରିତ୍ର

୨୦୧୨ରେ ଆସିଥିବା ବିଦ୍ୟା ବାଲନ ଷ୍ଟାରର ଫିଲ୍ମ ‘କାହାନୀ’ରେ ଲୋକେ ‘ବବ୍‌ ବିଶ୍ୱାସ’ର ଚରିତ୍ରକୁ ଖୁବ୍‌ ପସନ୍ଦ କରିଥିଲେ। ଏହି କାରଣରୁ ନିର୍ମାତା ସେହି ଚରିତ୍ର ଉପରେ ପୂରା ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଦେଖିବାକୁ ବାକି ଅଛି କି, ଦର୍ଶକ ଅଭିଷେକ ବଚ୍ଚନଙ୍କ ଫିଲ୍ମକୁ କେତେ ଭଲ ପାଇବା ଦେଉଛନ୍ତି। ଯଦି ଫିଲ୍ମ ହିଟ୍‌ ହୁଏ, ତେବେ ଏହା ତାଙ୍କ ଆକ୍ଟିଂ କ୍ୟାରିୟର ପାଇଁ ଏକ ବଡ଼ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇ ପାରେ।

 

View this post on Instagram

 

A post shared by Abhishek Bachchan (@bachchan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.