ଘର ଭାସୁଛି ରକ୍ତରେ, ନିଜ ବେକକୁ ଧାରୁଆ ଛୁରିରେ କାଟି ଆତ୍ମହତ୍ୟା କଲେ ୪୦ ବର୍ଷୀୟ ବ୍ୟକ୍ତି

ଝାରସୁଗୁଡ଼ା(କେନ୍ୟୁଜ୍):ଘର ଭିତରେ ପଡିଛି ରକ୍ତ ଜୁଡୁବୁଡୁ ମରଶରୀର। ଘର ସାରା ଭାସୁଛି ରକ୍ତ। ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡା ଶୁଖୁଆ ଗୋଦାମ ନିକଟରେ । ବ୍ୟକ୍ତିଙ୍କ ନାଁ ସନ୍ଦୀପ କୁମାର ସିଂହ।  ପୋଲିସ  ସୂଚନା ଅନୁଯାୟୀ ଝାରସୁଗୁଡା ବସଷ୍ଟାଣ୍ଡ ଶୁଖୁଆ ଗୋଦାମ ଗଳି ନିକଟ ଭଡା ଘରେ ରହୁଥିଲେ ୪୦ ବର୍ଷୀୟ ସନ୍ଦୀପ କୁମାର ସିଂ। ଆଜି ସେ ନିଜେ ଛୁରୀରେ ନିଜ ବେକକୁ କାଟି ଆତ୍ମହତ୍ୟା କରିଛନ୍ତି।

 ଆଜି ପ୍ରାୟ ସାଢେ ୧୦ଟାରେ ଶୁଖୁଆ ଗୋଦାମ ନିକଟରେ ଭଡା ଘରେ ରହୁଥିବା ସନ୍ଦୀପ କୁମାର ସିଂ ଘରକୁ ତାଙ୍କର ଜଣେ ସମ୍ପର୍କୀୟ  ଆସି କବାଟ ପିଟିଥିଲେ । ସନ୍ଦୀପ କବାଟ ନଖୋଲିବାରୁ ସମ୍ପକୀୟ ଜଣକ ଘର ମାଲିକକୁ କହିଥିଲେ। ଘର ମାଲିକ ସମ୍ପର୍କୀୟଙ୍କ ଉପସ୍ଥିତରେ କବାଟ ଭାଙ୍ଗି ଦେଖିବା ପାଇଁ କହିଥିଲେ । ଏନେଇ ସନ୍ଦୀପଙ୍କ ସମ୍ପର୍କୀୟ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ଘରେ  ପଶିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନ୍ଦୀପକୁ ଦେଖି ତାଙ୍କ ସମ୍ପର୍କୀୟ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।   ସନ୍ଦୀପ ପାରିବାରିକ କଳହ କାରଣରୁ ନିଜ ବେକକୁ ଏକ ଧାରୁଆ ଛୁରୀରେ କାଟି ଆତ୍ମହତ୍ୟା ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.