ଏଭଳି ଚାକିରି ଯେଉଁଠି କେବଳ ଆରାମ କଲେ ମିଳିବ ୨୫ ଲକ୍ଷ ଟଙ୍କା ଦରମା, ଜାଣନ୍ତୁ କେଉଁଠି

ଆଜିକାଲିର ସମୟରେ ବିନା କାମରେ କିପରି ଜଣେ ମାଗଣାରେ ଦରମା ପାଇବ ତାହା କାଠିକାର ପାଠ। ତେବେ ଆମମାନଙ୍କ ଭିତରୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଘରେ ବସିବାକୁ ଭଲ ପାଆନ୍ତି ନାହିଁ। ସେମିତି କିଛି ଅଳସୁଆ ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କୁ କାମ ବିଲକୁଲ୍‌ ବି ପସନ୍ଦ ନୁହେଁ। କାମକୁ ନେଇ ଏତେ ବାହାନା ବାହର କରନ୍ତି ଯେ, ଅଫିସ ଗଲେ ମଧ୍ୟ କାମ କରିବାକୁ ଠକିଥାନ୍ତି।

ଏବେ ବ୍ରିଟେନରେ ଏମିତି ଏକ ଅଫିସ ଖୋଲାଯାଇଛି ଯେଉଁଠି ସ୍ୱତନ୍ତ୍ର ଚାକିରି ଅଫର ଦିଆଯାଉଛି। ଏହି ଚାକିରି ଅନ୍ୟ ଚାକିରିଠୁ ସମ୍ପୁର୍ଣ୍ଣ ଭିନ୍ନ ରହିଛି। ଏହି ଚାକିରିରେ କର୍ମଚାରୀ କେବଳ ଖଟରେ ଶୋଇବେ ଆଉ ଟିଭି ଦେଖିବେ, ପରେ ମାସ ଶେଷରେ ମୋଟା ଅଙ୍କର ଦରମା ପାଇବେ।

ଏହି ଚାକିରିରେ କର୍ମଚାରୀ ଅଫିସ ଆସିବେନି ବରଂ ଅଫିସ ତରଫରୁ ଗଦି ତକିଆ ସବୁ ସେମାନଙ୍କ ଘରକୁ ପଠାଯିବ। ଯାହା ଉପରେ ସେମାନଙ୍କୁ ଶୋଇବାକୁ ପଡିବ। ରିପୋର୍ଟ ଅନୁଯାୟୀ ଏହି ଚାକିରି ଲଗଜରୀ ବେଡ଼ କମ୍ପାନୀ କ୍ରାଫ୍ଟେଡ ବେଡ଼୍ସ ତରଫରୁ ଦିଆଯାଉଛି। ଏଥିରେ ଥିବା ପ୍ରତ୍ୟେକ ଷ୍ଟାଫଙ୍କୁ ପ୍ରତିଦିନ ୬ରୁ ୭ଘଣ୍ଟା ଶେଜ ବା ବେଡ୍‌ ଉପରେ ହିଁ ରହିବାକୁ ପଡ଼ିବ ।

କ୍ରାଫ୍ଟେଡ ବେଡ୍ସ ପକ୍ଷରୁ ମାଟ୍ରେସ୍‌ ଟେଷ୍ଟରରେ ନିଯୁକ୍ତି ହେବାକୁ ଯାଉଛି। ଯେଉଁଥିରେ ନିଯୁକ୍ତି ପାଇଥିବା ପ୍ରତ୍ୟେକ କର୍ମଚାରୀଙ୍କୁ କମ୍ପାନୀ ତରଫରୁ ବାର୍ଷିକ ୨୪ହଜାର ପାଉଣ୍ଡ୍ସ ବା ଭାରତୀୟ ମୁଦ୍ରାରେ ୨୫ ଲକ୍ଷ ଟଙ୍କାର ଦରମା ଦିଆଯିବ। ସାପ୍ତାହିକ ଆଧାରରେ ହାଇ କ୍ୱାଲିଟି ମାଟ୍ରେସ୍‌ର ଟେଷ୍ଟ କରାଯିବ । ଏହାକୁ ବ୍ୟବହାର କରିବା ପରେ ବେଡ୍‌ ର କମର୍ଫଟନେସ୍‌ ଓ ଏହାର ସୁଧାର ସମ୍ପର୍କରେ କହିବାକୁ ପଡ଼ିବ । ତେବେ ଏଥିପାଇଁ ସର୍ତ୍ତ ମଧ୍ୟ ରହିଛି ଯେ, ସପ୍ତାହ ମଧ୍ୟରେ ସେହି କର୍ମଚାରୀଙ୍କୁ ୩୭.୫ ଘଣ୍ଟା ସେହି ଗଦି ଉପରେ ଶୋଇବାକୁ ହେବ ।

ତେବେ ଏହି ଚାକିରି କେବଳ ବ୍ରିଟେନର ଲୋକ ହିଁ ଆପ୍ଲାଏ କରିପାରିବେ। ନିଯୁକ୍ତି ପରେ ସେମାନେ ଏକା ସେହି ବେଡରେ ଶୋଇବେ ଏବଂ ପ୍ରତିଟି ସପ୍ତାହରେ ମାଟ୍ରେସ ବେଡ଼କୁ ନେଇ ନିଜ ରିଭିୟୁ ଦେବେ। ତେବେ ଏଥିପାଇଁ କମ୍ପାନୀ ଏକ ସ୍ୱତନ୍ତ୍ର ବିଜ୍ଞାପନ ବାହାର କରିବା ପାଇଁ ଯୋଜନା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.