ଭୂମିକମ୍ପ ୧୦ ରୁ ଅଧିକ ତୀବ୍ର ହୁଏନି କାହିଁକି, ଏହା ପଛରେ ରହିଛି ଭୟଂକର କାରଣ

ଭୂମିକମ୍ପ ଏବେ ଗୋଟିଏ ଜାଗାରେ ହେଲେ ବି ସାରା ଦେଶରେ ଲୋକଙ୍କ ଛାତି ଥରିଯାଏ । କିଛି ଦିନ ତଳେ ନେପାଳରେ ଏବଂ ଆଜି ଇଣ୍ଡୋନେସିଆରେ ଭୂମିକମ୍ପ ହୋଇ ଲୋକେ ମରିଛନ୍ତି । ଭୂମିକମ୍ପ ଭଳି ବିପତ୍ତି ମଣିଷ ଏବଂ ପୂରା ପ୍ରାଣୀଜଗତ ପାଇଁ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରେ । ଧନଜୀବନ ସବୁ କିଛି ଉଜୁଡ଼ିଯାଏ ଭୂମିକମ୍ପରେ । ତେବେ ବୋଧହୁଏ ଅନେକ ଲୋକ ଜାଣିନଥିବେ କି ଭୂମିକମ୍ପ ହୁଏ କାହିଁକି ? । ପୃଥିବୀ ଏଭଳି ଭାବେ ଦୋହଲିବାର କାରଣ ହେଉଛି ପୃଥିବୀ ତଳେ ଟେକ୍ଟୋନିକ୍ ପ୍ଲେଟ୍ ସବୁବେଳେ ଧୀରେ ଧୀରେ ଗତି କରେ, କିନ୍ତୁ ଘର୍ଷଣ ହେତୁ ସେମାନେ ନିଜ ଧାରରେ ଅଟକି ଯାଆନ୍ତି। ଯେତେବେଳେ ଧାରରେ ଥିବା ଚାପ ଘର୍ଷଣକୁ ଅତିକ୍ରମ କରେ, ସେଠାରେ ଭୂକମ୍ପ ଘଟିଥାଏ । ଯାହା ତରଙ୍ଗରେ ଶକ୍ତି ନିର୍ଗତ କରିବା ଫଳରେ ପୃଥିବୀର ଭୂତଳ ଦେଇ ଗତି କରେ ଆଉ ଅଧିକ ମାତ୍ରାରେ ଭୂମିରେ କମ୍ପନ ସୃଷ୍ଟି କରେ।

ଏପର୍ଯ୍ୟନ୍ତ ଭୂମିକମ୍ପର ସଠିକ ପୂର୍ବାନୁମାନ କରିବା ସମ୍ଭବ ହୋଇ ନଥିଲେ ମଧ୍ୟ କିଛି ପରିମାଣରେ ଏ ନେଇ ସଫଳତା ମିଳିଛି । ତେବେ ତାହା ହେଉଛି ବୈଜ୍ଞାନିକ ବ୍ୟାପାର । ଯାହା କୁହାଯାଏ, ଭୂମିକମ୍ପ ପୂର୍ବରୁ ପଶୁ ଓ କୀଟମାନଙ୍କ ସହିତ ପକ୍ଷୀମାନଙ୍କର ଆଚରଣ ବଦଳିଯାଏ। ସେମାନେ ଭୂମିକମ୍ପ ହେବା ପୂର୍ବରୁ ଏହାକୁ ଜାଣି ପାରନ୍ତି । ଗ୍ରୀସରେ ଏକ ବଡ଼ ଭୂକମ୍ପ ହେବାର କିଛି ଦିନ ପୂର୍ବରୁ ସାପ, ମୂଷା ଏବଂ କୀଟପତଙ୍ଗ ନିଜ ସ୍ଥାନ ଛାଡି ଅନ୍ୟ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ।

ପ୍ରାଚୀନ ଗ୍ରୀସରେ ଭୂକମ୍ପ ପାଇଁ ଖରାପ ପାଗ ଏକ ପ୍ରମୁଖ କାରଣ ହୋଇପାରେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ପରେ ଏହା ଭୁଲ ବୋଲି ପ୍ରମାଣିତ ହୋଇଥିଲା। ସାଧାରଣତଃ ଭୂକମ୍ପର ତୀବ୍ରତା ୬ରୁ ୮ ମଧ୍ୟରେ ହେଲେ ଏହା ସାଂଘାତିକ ବୋଲି ପ୍ରମାଣିତ ହୁଏ। ତେବେ ଅନେକ ଲୋକ ଭାବନ୍ତି ପ୍ରବଳ ପବନ କିମ୍ବା ଖରାପ ପାଗ ଯୋଗୁଁ ଭୂକମ୍ପ ଆସେ। କିନ୍ତୁ ଏହା ସତ ହୋଇ ନୁହେଁ । ଏହା ପଛରେ ଅନେକ କାରଣ ରହିଛି। ତେବେ ଯେତେବେଳେ ୬.୯ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୁଏ ସେଥିରେ ମଧ୍ୟ ଭୂମି ଥରାଇ ଦିଏ। ଏପରି ଅଧିକ ମାତ୍ରାରେ ଭୂମିକମ୍ପ ଖାସ କରି ହିମାଚଳରେ ହୋଇଥାଏ। ଏହା ଠାରୁ ଆହୁରି ଅଧିକ ମାତ୍ରାରେ ଭୂକମ୍ପ ହୁଏ ଅନ୍ୟ ଦେଶରେ। କିନ୍ତୁ ଏଯାଏ ଯେତେ ଭୂମିକମ୍ପ ହୋଇଛି ତାହା କେବେ ୧୦ ମ୍ୟାଗ୍ନିଚ୍ୟୁଡକୁ ଛୁଇଁନି । କାରଣ ସେତିକି ଜୋରରେ ହେଲେ ପୂରା ପୃଥିବୀ ଧ୍ଵଂସ ହେବାର ଆଶଙ୍କା ରହିଛି।

ତେବେ ଭୂକମ୍ପ ସୂଚନା ସାଇଟ USGSରେ ଥିବା ଭୂକମ୍ପ ସହ ଜଡିତ ତଥ୍ୟ କହେ ଯେ ଏହା କଦାପି ହୋଇପାରିବ ନାହିଁ । ଅର୍ଥାତ୍ ଦୁନିଆରେ କ୍ୱଚିତ୍ ୧୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିପାରେ। ପୃଥିବୀ ତଳେ ଥିବା ପଥରଗୁଡ଼ିକର ଭାଙ୍ଗିବା ଦ୍ଵାରା ହିଁ ଭୂମିକମ୍ପ ହୋଇଥାଏ। ଭୂମିକମ୍ପର ପୂର୍ବାନୁମାନ ବିଷୟରେ ଜାଣିବାକୁ ହେଲେ ଖାସ କରି ତିନିଟି ଜିନିଷ ଜାଣିବା ଆବଶ୍ୟକ। ଯାହାକି ହେଉଛି ସମୟ, ସ୍ଥାନ ଓ ଏହାର ତୀବ୍ରତା। କିଛି ଲୋକ ଦାବି କରିଛନ୍ତି ଯେ ସେମାନେ ଭୂକମ୍ପ ବିଷୟରେ ପୂର୍ବାନୁମାନ କରି ପାରିବେ କିନ୍ତୁ ସେମାନଙ୍କର ଦାବି ସାଧାରଣତ ଭୁଲ୍ ବୋଲି ଜଣାପଡିଛି। ଏହାର ମୁଖ୍ୟ କାରଣ ଭୂମି ତଳେ ଥିବା ଗ୍ଲାସ ବା ସ୍ତର ପ୍ରଭାବିତ ହେଲେ ଅଧିକ ମାତ୍ରାରେ ଭୂମିକମ୍ପ ହୋଇଥାଏ ବୋଲି ଜଣା ପଡିଛି।

ଖରାପ ପାଗ ଯୋଗୁଁ ଭୂକମ୍ପ ହେଉଛି କି ?

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଆରିଷ୍ଟୋଟଲ୍ କହିଥିଲେ ଯେ ଭୂକମ୍ପ ହେବାର କାରଣ ହେଉଛି ପବନ, ଯେତେବେଳେ ଏହି ପବନ ଆଗକୁ ବଢ଼ିବାରେ ଲାଗେ ଓ ରାସ୍ତା ପାଇଁ ନଥାଏ, ସେତେବେଳେ ଏହା ଚାପ ସୃଷ୍ଟି କରେ । ଯେତେବେଳେ ପବନ ଦ୍ରୁତ ଗତିରେ ବହେ, ସେତେବେଳେ ଭୂକମ୍ପ ହୁଏ। ପରେ କୁହାଯାଇଥିଲା ଯେ ଯେତେବେଳେ ଆକାଶରେ ଅଧିକ ମେଘ ଥାଏ ଏବଂ ପ୍ରବଳ ପବନ ପ୍ରବାହିତ ହୁଏ ଝଡ଼ ଆସେ ସେହି ସମୟରେ ମଧ୍ୟ ଭୂକମ୍ପ ହୋଇପାରେ କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ ପରେ ଏହି କଥାଗୁଡିକ ଭୁଲ ବୋଲି ପ୍ରମାଣିତ ହୋଇଥିଲା। ବୈଜ୍ଞାନିକ ଜାଣିବାକୁ ପାଇଲେ ଯେ ଭୂମିକମ୍ପ ହେବାରେ ପାଣିପାଗ କୌଣସି ଭୂମିକା ଗ୍ରହଣ କରେ ନାହିଁ। ତେବେ ବର୍ତ୍ତମାନ ଏକଥା ପ୍ରମାଣିତ ହୋଇ ସାରିଛି ଯେ ପୃଥିବୀ ତଳେ ଥିବା ପ୍ଲେଟ୍‌ର ସଂଘର୍ଷ ଫଳରେ ହିଁ ଭୂମିକମ୍ପ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.