Below header

ଭୀଷ୍ମ ଭୋଜନ ଫର୍ମୁଲା : ପ୍ରତିଦିନ ଏମିତି କରନ୍ତୁ ଭୋଜନ ତ ଘରେ ହେବ ମା’ ଲକ୍ଷ୍ମୀଙ୍କ ବାସ, ଜାଣନ୍ତୁ ଭୀଷ୍ମ ଫର୍ମୁଲା

ଶାସ୍ତ୍ରରେ ଭୋଜନ କରିବାର କିଛି ନିୟମ ବନାଯାଇଛି । ହେଲେ ମାନ୍ୟତା ରହିଛି ଯେ ଖାଇବା ସମୟରେ ଭୀଷ୍ମଙ୍କ ଫର୍ମୁଲା ଯଦି ଆପଣ ଆପଣେଇବେ ତେବେ କେବେ ବି ଦାରିଦ୍ର୍ୟ ଆସିବ ନାହିଁ । ମହାଭାରତ ଯୁଦ୍ଧ ସମୟରେ ଯେବେ ପିତାମହ ଭୀଷ୍ମ ଶର ଶଯ୍ୟାରେ ଥିଲେ ଅର୍ଜୁନ ସମେତ ପାଣ୍ଡବମାନେ ପିତାମହଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରୁଥଲେ । ଏହି ଅବସରରେ ପିତାମହ ଭୋଜନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଯାହାକୁ ଆଜିର ପିଢ଼ି ଜାଣିବା ଉଚିତ୍‌ ।

ଖାଇବା ସମୟରେ ଭୀଷ୍ମଙ୍କ ଫର୍ମୁଲା

* ଭୀଷ୍ମ ପିତାମହ କହିଛନ୍ତି, ଯେଉଁଠି ପରିବାର ଲୋକ ଗୋଟିଏ ଥାଳିରେ ମିଳିମିଶି ଖାଦ୍ୟ ଖାଇଥାନ୍ତି, ସେଠାରେ ଧନ ଓ ଅନ୍ନର କେବେ ବି ଅଭାବ ହୁଏ ନାହିଁ । ଏପରି ଥାଳିକୁ ଅମୃତ ସମାନ ମନାଯାଇଥାଏ ।

* ପିତାମହଙ୍କ ଅନୁସାରେ ଯେଉଁ ଭୋଜନ ଥାଳିରେ ଚୁଟି ପଡିଯାଏ, ଏମିତି ଭୋଜନ ଖାଇବା ଯୋଗ୍ୟ ନୁହେଁ । ଏମିତି କରିବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ ।

* ଆଜିର ସମୟରେ ପତି-ପତ୍ନୀ ଏକ ଥାଳିରେ ଭୋଜନ କରିବା ସାଧାରଣ କଥା । ମାନ୍ୟତା ଅନୁସାରେ ଏହା ଦାମ୍ପତ୍ୟ ଜୀବନରେ ମଧୁରତା ଆଣିପାରେ, ହେଲେ ଭୀଷ୍ମ ଏହାକୁ ଅନୁଚିତ୍‌ କହିଛନ୍ତି । ଭୀଷ୍ମ କହିଛନ୍ତି ଗୋଟିଏ ଥାଳିରେ ପତି-ପତ୍ନୀ ଖାଇବା ଦ୍ୱାରା ଏହି ଥାଳି ମାଦକ ପଦାର୍ଥରେ ପରପୂର୍ଣ୍ଣ ଥିବା ମନାଯାଏ ।

* ଭୀଷ୍ମ କହିଛନ୍ତି, ଯେଉଁ ଖାଇବା ଥାଳିରେ ଗୋଡ ବାଜିଯାଏ ଏହି ଥାଳିକୁ ତ୍ୟାଗ କରିବା ହିଁ ଭଲ । ଏପରି ଭୋଜନ ଗ୍ରହଣ କରିବା ଯୋଗୁ ସଂଚୟ ନଷ୍ଟ ହୋଇଯାଏ ।

* ବୃଦ୍ଧ ଲୋକମାନେ କହୁଥିବାର ଶୁଣିଥିବେ ଯେ ଭୋଜନ ଥାଳିକୁ କେବେ ଡେଇଁ କରି ଯିବନାହିଁ । ଭୀଷ୍ମ ମଧ୍ୟ କହିଛନ୍ତି, ଯେଉଁ ଭୋଜନ ଥାଳିକୁ ଡେଇଁ ଯାଆନ୍ତି ତାହା ଆବର୍ଜନା ସହ ସମାନ ହୋଇଯାଏ । ତେଣୁ ଏହାକୁ ଖାଇବା ଉଚିତ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.