ରାଗିଗଲେ ଗଜରାଜ, ଆଉ ଫୁଟବଲ ଭଳି ବାଇକକୁ କଚାଡି ଫିଙ୍ଗିଲେ ; ଭିଡିଓ ଭାଇରଲ

ହାତୀ ସର୍କସରେ ମୋଟରସାଇକେଲ ଚଲାଉଥିବା, ଫୁଟବଲ ଖେଳୁଥିବା ନିଶ୍ଚିତ ଭାବେ ଦେଖୁଥିବେ। ଏହାକୁ ଦେଖି ଆମେ ସବୁ ଛୋଟ ବେଳେ କେତେ ଖୁସି ହେଉଥିଲୁ । କିନ୍ତୁ ଯଦି ହାତୀ ଏମିତି କାମ ସତରେ କରେ, ଏହାକୁ ଦେଖି ଆପଣ ନିଶ୍ଚିତ ଭୟ କରିବେ। ଠିକ୍‌ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଭୟ କରିବେ।

ଝାରଖଣ୍ଡର ରାଜଧାନୀ ରାଞ୍ଚିର ତମାଡ ଥାନା ଅନ୍ତର୍ଗତ ଅଞ୍ଚଳରେ ଥବା କାଞ୍ଚି ନଦୀ କୂଳରେ ଏକ ବିଶାଳକାୟ ହାତୀ ଏମିତି ରୌଦ୍ର ରୂପ ଦେଖାଇଥିଲା। ଏହି ନଦୀ କୂଳରେ ଥିବା ଝୁମ୍ପୁଡି ଚା’ ଦୋକାନରେ ବସି ହାତୀ ଉପଦ୍ରବ ଆରମ୍ଭ କରିଥିଲା। ଏଠାରେ ଥିବା ବାଇକକୁ ଟେକି କଚାଡୁ ଥିବାର ଭିଡିଓ ଭାଇରଲ ହୋଇଥିଲା । ବାଇକକୁ ଫୁଟବଲ ଭରି ଉଠାଇ ତଳେ ଫୋପାଡିଦେଇଥିଲା ହାତୀ ।

ଜଙ୍ଗଲୀ ହାତୀର ଏଭଳି କାରନାମା ଦେଖି ଆଖପାଖର ଲୋକେ ଭୟ କରିଯାଇଥିଲେ । ହାତୀ କବଳ ବାଇକ ଉଠାଇ ଫୋପାଡି ଦେଇନଥିଲା ବରଂ ଫସଲ ସବୁ ନଷ୍ଟ କରିଦେଇଥିଲା। ପରେ ବନ ବିଭାଗକୁ ଖବର ଦିଆଯିବା ପରେ ସେମାନେ ଆସି ହାତୀକୁ କାବୁ କରିଥିଲେ ।

ଏହି ଘଟଣାକୁ ନେଇ ବନ ବିଭାଗର ଅଧିକାରୀ କହିଛନ୍ତି, ରାଞ୍ଚି ଜିଲ୍ଲାର ଏହି ଅଞ୍ଚଳରେ ଗତ ସପ୍ତାହେ ହେଲାଣି, ଜଙ୍ଗଲୀ ହାତୀପଲ ବୁଲୁଛନ୍ତି। ଏହି ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ବୁଲି ସବୁକିଛି ନଷ୍ଟ କରୁଛନ୍ତି। ଏହାକୁ କାବୁ କରିବା ପାଇଁ ଚେଷ୍ଟା କରାଯାଉଛି । ତେବେ ଯେଉଁ ଲୋକଙ୍କର ବାଇକ୍‌ ହାତୀ କଚାଡି ଭାଙ୍ଗିଛି, ତାହାର ଆକଳନ କରାଯାଇ ତାଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।

ତେବେ ଆପଣ ହାତୀ କିମ୍ବା ଅନ୍ୟ ଜୀବଜନ୍ତୁଙ୍କୁ ନେଇ ଅନେକ ଭିଡିଓ ପୂର୍ବରୁ ନିଶ୍ଚିତ ଦେଖିଥିବେ। କେତେ ବେଳେ ହାତୀ ହସପିଟାଲରେ ବୁଲୁଥିବା ବେଳେ ଆଉ କେଉଁଠି ମଣିଷକୁ ସାହାଯ୍ୟ କରୁଛି। ହେଲେ ସେମାନେ ରାଗିଗଲେ ସବୁକିଛି ଧ୍ୱଂସ କରିବାକୁ ମଧ୍ୟ ପଛାନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.