ଯଦି ଆପଣଙ୍କ ପେଟ ବଡ଼, ତେବେ ହାଲକାରେ ରୁହନ୍ତୁନି; କାହିଁକି ବଢୁଛି ଜାଣନ୍ତୁ

ଆପଣଙ୍କ ସମ୍ପୂର୍ଣ୍ଣ ଶରୀର ଯଦି ମୋଟା ତେବେ ଆପଣଙ୍କ ଶରୀରରେ ଫ୍ୟାଟ ଅଧିକ ରହୁଥିବ । ଯାହା ଶରୀରରେ ବାଣ୍ଟି ହୋଇ ଅଲଗା ଅଲଗା କାମ କରୁଥାଏ। ହେଲେ କଣ ଆପଣ ଜାଣିଛନ୍ତି ଯଦି ଆପଣଙ୍କ ଶରୀର ତୁଳନାରେ ପେଟ ବଡ ତାହା କଣ ପାଇଁ ହୁଏ। କଣ ଆପଣ ଜାଣିଛନ୍ତି ପେଟ ବଡ ହେଲେ କଣ ରୋଗ ହୋଇପାରେ । ଶରୀରରେ ଯେଉଁ ସ୍ଥାନରେ ଚର୍ବି ଜମା ହୁଏ ତାହା ହେଉଛି ଆପଣଙ୍କ ପେଟ । ଆଜି ଆମେ ଆପଣଙ୍କୁ କହିବୁ, ଆପଣଙ୍କ ପେଟର ଚର୍ବି କେଉଁ ସ୍ତର ଯାଏ ଖରାପ ।

ପେଟରେ ଦୁଇ ପ୍ରକାରର ଚର୍ବି ଥାଏ । ଗୋଟିଏ ଦେଖା ଯାଏ ଆଉ ଅନ୍ୟଟି ଦେହ ଭିତରେ ବଢ଼ିଥାଏ ଯାହା ଦେଖା ଯାଏନି । ପେଟ ବାହାରିବାର ମୂଳ କାରଣ ଜାଣିଛନ୍ତି ? ଯଦି ଆପଣ ସକାଳ ଜଳଖିଆ ଖାଉ ନାହାଁନ୍ତି ତେବେ ଆପଣଙ୍କ ମେଟାବଲିଜମ୍‌ ଧିମା ହୋଇଯାଏ ଯାହା କାରଣରୁ ଆପଣଙ୍କ ଓଜନ ବଢିଯାଏ । ଆପଣ ଯଦି ଥଣ୍ଡା ପାନୀୟ ପିଉଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ ପେଟ ବଢ଼ି ଚାଲିବ । ଏହା ଏଭଳି ଏକ ପାନୀୟ ଯାହା ଭିତରେ ଅର୍ଟିଫିସିଆଲ ସୁଗାର ଥାଏ ଯେଉଁ କାରଣରୁ ଆପଣଙ୍କୁ ଅଧିକ ଭୋକ ଲାଗେ ଆଉ ଆପଣ ମନ ଇଚ୍ଛା ଖାଇ ଚାଲନ୍ତି। ଏହି କାରଣରୁ ପେଟ ବଢିଚାଲେ ।

ଅନ୍ୟ କାରଣଟି ହେଲା ସବୁବେଳେ ଚିନ୍ତିତ ରହିବା । ଯଦି ଆପଣ ଚିନ୍ତା କରୁଛନ୍ତି ଆପଣଙ୍କ ଶରୀରରେ ଥିବା ହର୍ମୋନ ଏପଟ ସେପଟ ହୋଇ ଶରୀରରେ ଚର୍ବି କୁ ଜମା କରେ ଯାହା ସହଜରେ ପେଟରେ ଜମା ହୋଇ ଚାଲେ । ଏମିତି ବି ଆପଣ ଭାବୁଥିବେ ଏସବୁ ସମସ୍ୟା ମୋର ନାହିଁ ହେଲେ ଯଦି ଆପଣ ଅଧିକ ମାତ୍ରାରେ ଆଲକହଲ ସେବନ କରୁଛନ୍ତି ତେବେ ଆପଣ ପେଟ ବଢିବା ଥୟ । ପେଟରେ ଅଯଥା କ୍ୟାଲୋରୀ ବଢିଚାଲେ ମାଦକ ଦ୍ରବ୍ୟ ସେବନ କଲେ । ଯେଉଁ କାରଣରୁ ଆପଣଙ୍କ ପେଟ ଆଖ ପାଖରେ ଚର୍ବି ଜମା ହୋଇ ଚାଲେ। ଆଉ ପେଟ ବଢିଯାଏ ।

ପେଟ ବଢିବାର ଆଉ ଏକ କାରଣ ବହୁତ ଡେରିରେ ଡିନର କରିବା । ଯଦି ଆପଣ ଅଧିକ ରାତିରେ ଖାଦ୍ୟ ଖାଉଛନ୍ତି ତେବେ ସେହି ଖାଦ୍ୟ ସହଜେ ହଜମ ହେବ ନାହିଁ ତାହା କେବଳ ଫ୍ୟାଟ ତିଆରି କରିବ ଆଉ ଆପଣଙ୍କ ଖାଦ୍ୟରୁ କୌଣସି ଶକ୍ତି ଆପଣଙ୍କ ଶରୀରକୁ ମିଳିବ ନାହିଁ । ଶେଷରେ ଫ୍ୟାଟ ସବୁ ସେହି ପେଟରେ ହିଁ ଜମା ହୋଇ ଚାଲିବ । ଏମିତି କି ଆପଣଙ୍କୁ ଥଣ୍ଡା, ଏସିଡିଟି ଭଳି ରୋଗ ମାଡ଼ି ବସିବ । ଏଥିପାଇଁ ଶୋଇବାର ଚାରି ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇ ଦିଅନ୍ତୁ ।

ବୟସ ବଢିବା ସହ ମଣିଷ ଶରୀରର DHEA ହର୍ମୋନ ତିଆରି ହେବା ବନ୍ଦ ହୋଇଯାଏ ଏହି କରଣରୁ ପେଟ ମୋଟା ହେବାକୁ ଲାଗେ । ତେଣୁ ବୟସ ବଢିବା ସହ ବ୍ୟାୟାମ କରିବା ଅଭ୍ୟାସ ଆଜିଠାରୁ ହିଁ କରି ଦିଅନ୍ତୁ । ଖାଲି ଦୁଗ୍ଧ ଜାତୀୟ ଖାଦ୍ୟ ଖାଇଲେ, ଭଲରେ ନ ଶୋଇଲେ ବି ପେଟ ବଢେ । ନିଦ ଭଲରେ ନ ହେଲେ ଶରୀରରେ ଗୋଟିଏ ରାତିରେ ୩୦୦ କ୍ୟାଲୋରୀ ଆପେ ବଢିଯାଏ । ଯାହା ପେଟ ବଢାଇ ଦିଏ । କେବଳ ପେଟ ବଢ଼େନି ଶରୀରରେ ଅନେକ ରୋଗ ଘର କରିବାକୁ ଜାଗା ପାଇ ଯାଆନ୍ତି ଏମିତି କି ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ ।

ଯଦି ଆପଣ ଅଫିସରେ କିମ୍ବା ଘରେ ବସି ରହୁଛନ୍ତି ତେବେ ବି ଆପଣଙ୍କ ପେଟ ବଢିବ ହିଁ ବଢିବ । କିଛି କିଛି ସମୟରେ ଛିଡ଼ା ହୁଅନ୍ତୁ । ଚାଲନ୍ତୁ ନଚେତ୍ ଶରୀରର ଏନର୍ଜି କମିଯିବା ସହ ପେଟ ବଢିଯିବ । କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ବହୁତ ଖାଇ ଦିଅନ୍ତି, ବହୁତ ସମୟ ବସି ରୁହନ୍ତି ହେଲେ ସେମାନଙ୍କ ପେଟ ବଢେନି ଏଭଳି ଲୋକଙ୍କ ପାଇଁ ତାଙ୍କ ଜିନ ବରଦାନ ଭଳି ହୋଇ ଥାଏ । ହେଲେ ଏହି ଜିନରେ ଅନ୍ୟ ସମସ୍ୟା ଥାଏ ଯେମିତିକି ଏମାନେ ଚନ୍ଦା ହୋଇଥାନ୍ତି, ବହୁତ ପତଳା ଦେଖାଯାଆନ୍ତି ଯେଉଁଥି ପାଇଁ ସବୁବେଳେ ରୋଗିଣା ଦେଖା ଯାଆନ୍ତି । ଏମାନେ ବୟସ ତୁଳନାରେ ବେଶି ବୟସ୍କ ଲାଗନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.