ହନୁମାନଙ୍କ ନାମ ଥିଲା ହଣ୍ଡୁମାନ, ଏଥିରୁ ଆଣ୍ଡାମାନ୍‌ ନାମ ହୋଇଥିବା କୁହାଯାଏ

ଆଣ୍ଡାମାନ ନିକୋବର ଦ୍ୱୀପ ସମୂହ ଭାରତର ଅଂଶ। ଏଠାରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଯାତ୍ରୀ ଛୁଟି କାଟିବା ପାଇଁ ଆସିଥାନ୍ତି। କିନ୍ତୁ ଏହି ଦ୍ୱୀପ ସମ୍ପର୍କରେ ଏଭଳି ଅନେକ ରୋଚକ ତଥ୍ୟ ରହିଛି, ଯାହା ବିଷୟରେ ଆଜି ମଧ୍ୟ ଲୋକମାନେ ଜାଣିନଥିବେ। ତେଣୁ ଆଜି ଆମେ ଆପଣଙ୍କୁ ଆଣ୍ଡାମାନ ନିକୋବର ବିଷୟରେ ଏଭଳି କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ।

– ଆଣ୍ଡାମାନ୍‌ ଦ୍ୱୀପର ଉତ୍ପତ୍ତିକୁ ନେଇ ଅନେକ କଥା ପ୍ରଚଳିତ ଅଛି । ତେବେ ଯେଉଁ କାହାଣୀକୁ ଅଧିକ ମାନ୍ୟତା ମିଳିଛି ତାହା ହେଉଛି ଏହି ଦ୍ୱୀପ ହନୁମାନଙ୍କ ନାମରେ ହୋଇଛି । ପୁରାତନ ସଂସ୍କୃତ ଭାଷାରୁ ଆସିଥିବା ମଳୟ ଭାଷାରେ ହନୁମାନଙ୍କ ନାମ ଥିଲା ହଣ୍ଡୁମାନ । ହଣ୍ଡୁମାନରୁ ଆଣ୍ଡାମାନ୍‌ ନାମ ହୋଇଥିବା ସଂସ୍କୃତି ବିଶେଷଜ୍ଞମାନେ କୁହନ୍ତି ।

andamaan-ଏଠାରେ ରହୁଥିବା ଲୋକମାନେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ସହ ମିଳାମିଶା କରିନଥାନ୍ତି। ଏଠାର ମୁଖ୍ୟତଃ ଜାବ୍ରା ଜନଜାତିର ଲୋକମାନେ ବାସ କରିଥାନ୍ତି । ଏଠାର ଜନସଂଖ୍ୟା ୫୦୦ରୁ କମ।

-ବୈଷୟିକ ସ୍ତରରେ ଏହି ଆଇଲ୍ୟାଣ୍ଡ ବହୁତ ଚର୍ଚ୍ଚିତ କିନ୍ତୁ ଆଜି ମଧ୍ୟ ଏହାର ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ମନୁଷ୍ୟ ପହଞ୍ଚିପାରିନାହିଁ। ସମୁଦାୟ ୫୭୨ଟି ଆଇଲ୍ୟାଣ୍ଡ ମଧ୍ୟରୁ ୩୬ଟି ସ୍ଥାନକୁ ଯିବା ସମ୍ଭବ ହୋଇଛି। ନିକୋବରକୁ ଯିବା ପାଇଁ କେବଳ ରିସର୍ଚ୍ଚ ବା ସର୍ଭେ ରେ ଯାଉଥିବା କିଛି ଲୋକଙ୍କୁ ଅନୁମତି ମିଳିଥାଏ। ଯାତ୍ରୀମାନଙ୍କ ପାଇଁ ଏହି ସ୍ଥାନକୁ ଯିବା କଷ୍ଟକର।

-ଏଠାରେ ସବୁଠାରୁ ଅଧିକ ସମୁଦ୍ର କଇଁଛ ମିଳିଥାଏ। ପୃଥିବୀର ସବୁଠାରୁ ବଡ କଇଁଛ ଏଠାରେ ହିଁ ତାର ଘର କରିଥାଏ। ଏହି କଇଁଛର ନାଁ dermocheleys coniacea। ଏହି କଇଁଛ ଦେଖିବାକୁ ବହୁତ ବଡ଼। ସବୁଠାରୁ ଛୋଟ କଇଁଛ ଓଲିବ ରାଇଡଲି ମଧ୍ୟ ଆଣ୍ଡାମାନରେ ନିଜର ଆସରା ବିସ୍ତାର କରିଥାଏ।

Andaman--ସବୁଠାରୁ ଖାସ କଥା ହେଉଛି ଆପଣମାନେ ବ୍ୟବହାର କରୁଥିବା ୨୦ ଟଙ୍କିଆ ନୋଟରେ ଥିବା ଜଙ୍ଗଲର ଚିତ୍ର ମଧ୍ୟ ଏହି ଆଣ୍ଡାମାନର ଅଂଶ।

-ଆଣ୍ଡାମାନର ଦୁଇଟି ଆଇଲ୍ୟାଣ୍ଡର ନାଁ ମଧ୍ୟ ଇଷ୍ଟି ଇଣ୍ଡିଆ କମ୍ପାନୀର ଦୁଇ ଅଫିସରଙ୍କ ନାଁରେ ରଖାଯାଇଛି। ପ୍ରଥମଟି ହେଉଛି ହାଭେଲକ୍‌ ଏବଂ ଅନ୍ୟଟି ନୀଳ ଆଇଲ୍ୟାଣ୍ଡ।

-ଆଣ୍ଡାମାନର ଦ୍ୱୀପ ଉପରେ ଶତାଦ୍ଧୀର ପୂର୍ବରୁ ସୂର୍ଯ୍ୟୋଦୟର ପ୍ରଥମ କିରଣ ପଡିଥିଲା। ଏଭଳି ସୌଭାଗ୍ୟ କେବଳ କାଟଚଲ୍‌ ଆଇଲ୍ୟାଣ୍ଡକୁ ହିଁ ମିଳିଥିଲା।
andaman-in-may-ଆଣ୍ଡାମାନରେ ଆପଣମାନେ ବହୁତ ମାତ୍ରାରେ ପ୍ରଜାପତି ଦେଖିବାକୁ ପାଇବେ। ଏହି ଦ୍ୱୀପ ପକ୍ଷୀମାନଙ୍କ ପାଇଁ ସବୁଠାରୁ ‘ହାପ୍ପି ଆଇଲ୍ୟାଣ୍ଡ’।

-ପ୍ରଥମ ୟୁରୋପୀୟ ଯିଏ ଆଣ୍ଡାମାନରେ ନିଜର ବସତି ସ୍ଥାପନ କରିଥିଲେ। ଏହି ୟୁରୋପିୟମାନେ ୧୭୫୫ ମସିହାରେ ଆଣ୍ଡାମାନରେ ପହଞ୍ଚିଥିଲେ। ଇଂରେଜମାନେ ମଧ୍ୟ ୧୭୮୯ ମସିହାରେ ଏଠାରେ ନିଜର ବସତି ସ୍ଥାପନ ସହ ନୌସେନା କେନ୍ଦ୍ର ସ୍ଥାପନ କରିଥିଲେ।

aandamaan-ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଣ୍ଡାମାନ ଏବଂ ନିକୋବର ଏକମାତ୍ର ଭାରତର ଏଭଳି ଭୂମିକ୍ଷେତ୍ର ଥିଲା, ଯେଉଁଠାରେ ଜାପାନ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ଜାପାନ ଭାରତର ଉତ୍ତର-ପୂର୍ବର କିଛି ଅଂଶକୁ ମଧ୍ୟ ନିଜର ଅକ୍ତିଆର କରି ନେଇଥିଲା। କିନ୍ତୁ ତାହା କେବଳ ୬ମାସ ପାଇଁ ରହିଥିବା ବେଳେ ଆଣ୍ଡାମାନ ଦ୍ୱୀପକୁ ଜାପାନ ୩ ବର୍ଷ ପାଇଁ ଅକ୍ତିଆର କରି ରଖିଥିଲା।

-ଏହା ବ୍ୟତୀତ ଇଂରେଜ ଶାସନ ସମୟରେ ଆଣ୍ଡାମାନର ନାଁ ‘କଳା ପାଣି’ ଦଣ୍ଡରେ ଚର୍ଚ୍ଚିତ ଥିଲା। ସେଠାକୁ ଯିଏ କଏଦୀ ଭାବେ ଯାଏ ଆଉ ଫେରେ ନାହିଁ । ସେଠାର ସେଲ୍ୟୁଲର ଜେଲ ଆଜି ମଧ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ନାୟକମାନଙ୍କ କାହାଣୀ ବୟାନ କରିଥାଏ। କିନ୍ତୁ ବର୍ତ୍ତମାନ ଏହି ଜେଲକୁ ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ କରାଯାଇଛି।

-ଭାରତର ଏକମାତ୍ର ଜୀବନ୍ତ ଆଗେନୟଗିରି ରହିଛି ଆଣ୍ଡାମାନରେ । ପୋର୍ଟବ୍ଲୋୟାର ଠାରୁ ୧୩୫ କିଲୋମିଟର ଦୂରରେ ଥିବା ଏହି ଆଗ୍ନେୟଗିରିକୁ ପର୍ଯ୍ୟଟକମାନେ ଦେଖିବାକୁ ଯାଆନ୍ତି ।

-ଏହି ଦ୍ୱୀପକୁ ପାଖ ଭାରତ ନୁହେଁ ଇଣ୍ଡୋନେସିଆ । ଭାରତ ଠାରୁ ଏହାର ଦୂରତା ୮୦୦ କିଲୋମିଟର ହୋଇଥିବା ବେଳେ ଇଣ୍ଡୋନେସିଆଠାରୁ ମାତ୍ର ୧୫୦ କି.ମି. ଦୂରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.