ପରକଲା ପରିବାର: ପରିଣତ ବୟସରେ ବୃଦ୍ଧ ଅସହାୟ

 old manକେନ୍ଦ୍ରାପଡ଼ା: ମାର୍ଶାଘାଇ ବ୍ଳକ ନରସିଂହପୁର ଗାଁର ବୃଦ୍ଧ ମୁରଲୀଧର ଲେଙ୍କା। ବୟସ ୮୦ ଛୁଇଁଲାଣି। ଦେହରେ ଆଉ ଚାଲିବାକୁ ବଳ ନାହିଁ। ଏ ଅବସ୍ଥାରେ ଅସହାୟ ବୃଦ୍ଧ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ପୁଅ ବୋହୁ ମାଡ ମାରି ଘରୁ ତଡି ଦେବା ପରେ ମୁରଲୀଧରଙ୍କ ପାଇଁ ବାସସ୍ଥାନ ପାଲଟିଛି ଏକ ବାତ୍ୟା ଆଶ୍ରୟସ୍ଥଳୀ। ଗାଁର କିଛି ଯୁବକ ଖାଇବା ପିଇବାକୁ ଦେଇ ଏକ ଚାଳ ଘରେ ଥଇଥାନ କରିଥିଲେ। ଦିନକୁ ଦିନ ସେ ଦୁର୍ବଳ ହେବାରୁ ପରିବାର ଲୋକଙ୍କୁ ଅବଗତ କରାଗଲା। ତେବେ ମୁରଲୀଙ୍କୁ ଗ୍ରହଣ କରିବେନି ବୋଲି ରୋକଠୋକ୍‌ ମନା କରିଦେଲେ ପରିବାର ଲୋକେ। ଅନ୍ୟ କାହାର ହାତ ଟେକାକୁ ଚାହିଁ ରହିଥିବା ଏଇ ବୃଦ୍ଧ ଜଣଙ୍କୁ ସହାୟତା ଯୋଗାଇ ଦେବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ସରପଞ୍ଚ ପ୍ରତିନିଧି ଓ ତହସିଲଦାର ଜାଣିବା ପରେ ତୁରନ୍ତ ସମାଧାନ କରି ମୁରଲୀଙ୍କୁ ତାଙ୍କର ହକ୍ ଫେରାଇବାର ପ୍ରତିଶୃତି ଦେଇଛନ୍ତି।