୨୦୨୩ ପାଇଁ ଫେଙ୍ଗସୁଇ : ନୂଆ ବର୍ଷରେ ଘରକୁ ଆଣନ୍ତୁ ଏହି ଗଛ, ଠିକ୍‌ ଦିଗରେ ଲଗାଇଲେ ସୁଖ ସମୃଦ୍ଧିରେ ପୁରିଯିବ ଘର

ବାସ୍ତୁ ଶାସ୍ତ୍ର ଓ ଫେଙ୍ଗସୁଇ ଅନୁସାରେ ଗଛ –ଲତାକୁ ମହତ୍ୱପୂର୍ଣ୍ଣ କୁହାଯାଇଥାଏ । ଗଛ-ଲତା ଦ୍ୱାରା କେବଳ ବାତାବରଣ ଶୁଦ୍ଧ ହୋଇ ନଥାଏ, ସବୁଜିମା ମଧ୍ୟ ଆସିଥାଏ । ଏହାଦ୍ୱାରା ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ । ନୂଆ ବର୍ଷ ୨୦୨୩ରେ ଘରେ ସୁଖ ସମୃଦ୍ଧି ପାଇଁ ବାମ୍ବୁ ପ୍ଲାଣ୍ଟ ଜରୁର ଲଗାନ୍ତୁ । ଫେଙ୍ଗସୁଇରେ ଏହି ଗଛକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି ମନାଯାଏ । ଯେଉଁ ଘରେ ବାମ୍ବୁ ଗଛ ରହିଥାଏ,ସେଠାରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଆପଣ ଏହାକୁ ଦୋକାନ, ଅଫିସ ଓ ବ୍ୟବସାୟ ପ୍ରତିଷ୍ଠାନରେ ନିୟମ ଅନୁସାରେ ଲଗାଇ ପାରିବେ ।

ବମ୍ବୁ ପ୍ଲାଣ୍ଟ ପାରିବାରିକ ଜୀବନରେ ଆଣିଥାଏ ଖୁସୀ

ବମ୍ବୁ ପ୍ଲାଣ୍ଟକୁ ଏମିତି ସ୍ଥାନରେ ରଖିବା ଦରକାର, ଯେଉଁଠି ପରିବାର ଲୋକ ଏକାଠି ସମୟ ବିତାଉଥିବେ । ଏହି ଗଛକୁ କୌଣସି ଡ୍ରଇଂ ରୁମ ବା କମନ ରୁମରେ ରଖିବା ଦ୍ୱାରା ଲାଭ ହୋଇଥାଏ । ଏହି ଗଛ ପାଇଁ ପୂର୍ବ ଦିଗ ବହୁତ ଭଲ ହୋଇଥାଏ । ଏହାଦ୍ୱାରା ପରିବାର ଲୋକଙ୍କ ମଧ୍ୟରେ ତାଳମେଳ ରହିଥାଏ । ପାରିବାରିକ ଜୀବନ ସୁଖରେ ବିତିଥାଏ ।

ଦାମ୍ପତ୍ୟ ଜୀବନରେ ପ୍ରେମ ବଢ଼ାଇଥାଏ

ଫେଙ୍ଗସୁଇ ଅନୁସାରେ ବାମ୍ବୁ ପ୍ଲାଣ୍ଟ ଦାମ୍ପତ୍ୟ ଜୀବନରେ ଖୁସୀ ଆଣିଥାଏ । ଘରେ ବାମ୍ବୁ ପ୍ଲାଣ୍ଟକୁ ଲାଲ ରିବନରେ ବାନ୍ଧି କିଛି କାଚ ପାତ୍ରରେ ପାଣି ଭରି ରଖିଲେ ଦାମ୍ପତ୍ୟ ଜୀବନରେ ପ୍ରେମ ବଢ଼ିଥାଏ । ହେଲେ ସୁଖି ଯାଇଥିବା ବାମ୍ବୁ ଗଛକୁ ଘରେ ରଖନ୍ତୁ ନାହିଁ ।

ଧନ ଲାଭ ପାଇଁ

ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଓ ଅର୍ଥ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ପ୍ଲାଣ୍ଟକୁ ମହତ୍ୱପୂର୍ଣ୍ଣ ମନାଯାଇଥାଏ । ଘରର ପୂର୍ବ ବା ଦକ୍ଷିଣ ଦିଗରେ ଏହି ଗଛ ରଖିବା ଦ୍ୱାରା ଧନ ଲାଭ ହୋଇଥାଏ ।

ଷ୍ଟଡି ରୁମରେ ରଖନ୍ତୁ

ପିଲାଙ୍କ ପଢ଼ାରେ ମନ ଲାଗୁ ନଥିଲେ କିମ୍ବା ଖୁବ ପଢ଼ିବା ପରେ ଯଦି ସଫଳତା ଭଲ ନମିଳୁଥାଏ, ତେବେ ପିଲାଙ୍କ ଷ୍ଟଡି ରୁମରେ ବା ପଢ଼ୁଥିବା ଘରେ ବାମ୍ବୁ ପ୍ଲାଣ୍ଟ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.