ହଠାତ୍‌ ପବନରେ ଉଡି ଆସିଲେ ଅଟୋ ଡ୍ରାଇଭର, ଆଉ ତା’ ପରେ ଯାହା ହେଲା ଦେଖିଲେ ଆଖିକୁ ବି ବିଶ୍ୱାସ କରିପାରିବେନି ଆପଣ

ଆପଣ ରାସ୍ତାରେ ଯିବା ବେଳେ ପବନରେ କାଗଜ କିମ୍ବା ଜରି ଉଡୁଥିବା ଦେଖିଥିବେ, କିନ୍ତୁ କେବେ ମଣିଷ ଉଡୁଥିବା ଦେଖିଛନ୍ତି କି ? ଯଦି ନା, ତେବେ ଦେଖନ୍ତୁ ଏହି ଭିଡିଓ। ଭିଡିଓକୁ ଦେଖିଲା ପରେ ମଧ୍ୟ ଆପଣ କିଛି ବୁଝିପାରିବେନି କି ଜାଣିପାରିବେନି। ମଣିଷ ଉଡିବା କେବଳ ଆପଣ ଫିଲ୍ମ କିମ୍ବା ସିରିଅଲରେ ଦେଖିଥିବେ, ଯାହା କାଳ୍ପନିକ। କିନ୍ତୁ ବାସ୍ତବରେ କେବେ ବି ଦେଖିନଥିଲେ। ଭଲ କରି ଦେଖନ୍ତୁ ଏହି ଭିଡିଓ, କିପରି ଜଣେ ଅଟୋ ଡ୍ରାଇଭର ପବନରେ ଉଡୁଛନ୍ତି। ଏମିତି ଏକ ଭିଡିଓ ଏବେ ଭାଇରଲ ହୋଇଛି।

ବେଙ୍ଗାଲୁରୁରେ ଜଣେ ମହିଳା ରାସ୍ତାରେ ଯାଉଥିବା ବେଳେ ଏକ ହୃଦୟଥରା ଭିଡିଓ ଭାଇରଲ ହୋଇଛି। ମହିଳା ଜଣକ ଯାଉଥିବା ସମୟରେ ଜଣେ ଅଟୋ ଡ୍ରାଇଭର ଉଡିକି ଆସି ମହିଳାଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲେ ଯେ, ମହିଳା ଜଣକ ତଳେ ପଡିଯାଇଥିଲେ। ଆଉ ଏଥିପାଇଁ ତାଙ୍କ ଶରୀରରେ ୫୨ଟି ଷ୍ଟିଚ ପଡିଥିଲା। ଆପଣ ଭାବୁଥିବେ କ’ଣ ହେଲା।

ସୂଚନାଯୋଗ୍ୟ, ଟିସି ପାଲୟା ରୋଡରେ ଏକ ଟେଳିକମ ତାର ଝୁଲୁଥିଲା। ତାରଟି ଏତେ ଢିଲା ଯେ ଓହଳି ରାସ୍ତାରେ ପଡିଥିଲା। ଏକ ଓଟୋ ଚକାରେ ଲାଗିଯିବା ଫଳରେ ଡ୍ରାଇଭର ଜଣଙ୍କ ତାରଟିକୁ ବାହାର କରୁଥିଲେ। ଏହି ସମୟରେ ଏକ ଗାଡି ଆସିବାର ତାରରେ ଫଶି ହୋଇଯାଇଥିଲା। ଫଳରେ ଅଟୋ ଡ୍ରାଇଭର ଜଣକ ଛିଟ୍‌କି ହୋଇ ମହିଳାଙ୍କୁ ଧକ୍କା ଦେଇଥିବା ସିସିଟିଭିରୁ ଜଣାପଡିଛି। ଗତ ଜୁଲାଇ ୧୬ରେ ଏହି ଘଟଣା ଘଟିଥିଲା।

phot

ଆହତ ୪୨ ବର୍ଷୀୟା ସୁନୀତାଙ୍କ କହିବା ଅନୁଯାୟୀ, ମୁଁ ଅନ୍ନପୂର୍ଣ୍ଣଶ୍ୱେରୀ ହୋଟେଲକୁ ଯାଉଥିବା ବେଳେ ହଠାତ୍‌ ମୋତେ ଜଣେ କେହି ଡାକିଥିଲେ। ପଛକୁ ଅନେଇଲା ବେଳକୁ ବ୍ୟକ୍ତି ଉଡିକ ମୋ ଶରୀରେ ପିଟି ହୋଇଥିଲେ। ପରେ ମୁଁ ରାସ୍ତାରେ ପଡିଯାଇଥିଲି। ମୋ ବେକରୁ ପ୍ରବଳ ରକ୍ତ ବାହାରିଥିଲା। ତା’ ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଆଉ ତାଙ୍କ ଶରୀରେ ୫୨ଟି ଷ୍ଟିଚ ପଡିଥିଲା। ଏହି ଘଟଣାରେ ପୋଲିସ ଟେଲିକମ୍‌ କମ୍ପାନୀ ନାଁରେ ଏକ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.