ସାପ ଓ ମଣିଷର ଏମିତି ସମ୍ପର୍କ କେବେ ଦେଖିଛନ୍ତି କି? ଅଜାଣତରେ ବନ୍ଧୁତ୍ବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦୁର୍ଯ୍ୟୋଧନ

ବାଙ୍କୀ: କଟକ ଜିଲ୍ଲାର ବାଙ୍କୀ ସବଡିଭିଜନରେ ଏକ ଆଶ୍ଚର୍ଯ୍ଯ କଲା ଭଳି ଘଟଣା ଦେଖିବାକୁ ମିଳୁଛି। ଘଟଣାଟି ହେଉଛି କି ଏକ ମାଛ ବ୍ୟବସାୟୀ ସହ କିଛି ଧଣ୍ଡ ସାପ ମାନଙ୍କ ସମ୍ପର୍କ। ମାଛ ବ୍ୟବସାୟୀ ଦୁର୍ଯ୍ୟୋଧନ ବାବୁ ଯିଏକି ପେଶାରେ ଜଣେ ଟେଲର। ସେ ଦୀର୍ଘ ଦିନ ହେବ ବାଙ୍କୀ କଲେଜ ରୋଡ଼ସ୍ଥିତ ଏକ ଭଡା ଦୋକାନ ଘରେ ଟେଲର କାମ କରି ନିଜ ପରିବାର ଚଳାଉଥିଲେ, କିନ୍ତୁ କୋରନା ମହାମାରୀ ଆସିବା ଦିନ ଠାରୁ ତାଙ୍କର ପୂର୍ବ ଟେଲରିଂ କାମ ଆଉ ଚାଲିଲା ନାହିଁ । ଟେଲରିଂ କାମ ଠପ୍ ହୋଇଯିବାରୁ ସେ ଏକ ବିକଳ୍ପ ପନ୍ଥା ଯେମିତିକି ସେହି ବଜାରରେ ମାଛ ଓ ଚିଙ୍ଗୁଡ଼ି ବ୍ୟବସାୟ ଆରମ୍ଭ କଲେ।

ସବୁ ମାଛ ବ୍ଯବସାୟୀମାନେ ମାଛ କାଟିଲା ପରେ ମାଛର ପୁଟା ଓ ଗାଲିସି କୁ ସେ ଅନ୍ୟତ୍ର ଫୋପାଡ଼ି ଦିଅନ୍ତି । ସେ ମଧ୍ଯ ସେହିପରି ହିଁ କରିଥାନ୍ତି। ସେ ମାଛ ବିକଚଥିବା ସ୍ଥାନରେ ଏକ ନାଳ ଭିତରେ ସେ ପୁଟା ଓ ଗାଲିସି ସବୁ ପକାଇ ଦେଇଥାନ୍ତି । କିନ୍ତୁ ତାଙ୍କ ଅଜାଣତରେ ସେଗୁଡିକୁ ବିଲେଇ ଖାଇବା ବଦଳରେ ଧଣ୍ଡ ସାପ ଖାଇଯାନ୍ତି।

ତେବେ ସେଠିକାର ସ୍ଥାନୀୟ ବ୍ୟକ୍ତି ଆଧ୍ୟାପକ ବିରବର ହରିଚନ୍ଦନ ସେଠାକୁ ସବୁବେଳେ ମାଛ କିଣିବାକୁ ଯାଆନ୍ତି । ସିଏ ହିଁ ଏହି ବିରଳ ଘଟଣା କୁ ପ୍ରଥମେ ଦେଖିବାକୁ ପାଇଥିଲେ । ପ୍ରାୟ ଏକ ମାସ ଧରି ଅନୁଧ୍ୟାନ କଲାପରେ ସେ ଜାଣିବାକୁ ପାଇଲେ ଗୋଟେ ଧଣ୍ଡ ସାପ ନୁହେଁ ୪ ରୁ ୫ଟି ଧଣ୍ଡ ସାପ ସେଠାକୁ ଆସୁଛନ୍ତି ।

fishଏ ସମ୍ପର୍କରେ ସେ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ଜଣାଇବାରୁ ସେ ଗତ ଶୁକ୍ରବାର ଦିନ ସକାଳେ ସେଠାରେ ପହଞ୍ଚି ଏକ ଘଣ୍ଟା ଧରି ଅନୁଧ୍ୟାନ କରି ଜାଣିଲେ ଯେ ଏଠାରେ ୫ରୁ ଉର୍ଦ୍ଧ ଧଣ୍ଡ ସାପ ଓ ଢାମଣା ସାପ ଅଛନ୍ତି । ସାପକୁ ଏଠି ସାଧାରଣ ଲୋକ ଡରୁନାହଁନ୍ତି ବରଂ ସାପ ଆମ ପାଇଁ ଉପକାରୀ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ମତ ପାଇଥିଲେ।

ତେବେ ଏ ସମ୍ପର୍କରେ ଲିଲତ ସ୍ନେକ ହେଲ୍ପ ଲାଇନ ର ସଂମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଲଳିତଙ୍କ ଠୁ ଏ ସମ୍ପର୍କରେ ଖବର ପାଇ ନିଜର କୌତୁହଳକୁ ଦମନ କରି ନପାରି ସେ ମଧ୍ଯ ଗତ ରବିବାର ଦିନ ବାଙ୍କୀ ଚାଲି ଯାଇଥିଲେ । ସ୍ଥାନୀୟ ଲୋକ ହରିଚନ୍ଦନ ବାବୁ,ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ଓ ସଦସ୍ୟ ଦୃଗା ମାଧବ କୁ ନେଇ ଏକ ଟିମ ପ୍ରସ୍ତୁତ କରି ରବିବାର ସକାଳେ ସେଠାରେ ପହଞ୍ଚି ସାପ ର ଗତି ବିଧି ଉପରେ ନଜର ରଖିଥିଲେ ।

snakeତେବେ ମାଛ ବିକ୍ରୀ ହେଉଥିବା ଦିନ ଅର୍ଥାତ ବୁଧ, ଶୁକ୍ର ଓ ରବିବାର ଏଇ ୩ ଦିନ ହିଁ ସେଇ ଧଣ୍ଡ ମାନେ ଉକ୍ତ ସ୍ଥାନକୁ ଆସୁଛନ୍ତି । ଅନ୍ୟ ଦିନ ମାନଙ୍କରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଠିକ ସେଇ ସମୟରେ ସେହି ସ୍ଥାନରେ ଆଉ ସାପଙ୍କୁ ଦେଖିବାକୁ ପାଉନାହାନ୍ତି । ସତେ ଯେମିତି ମାଛ ବିକୁଥିବା ଦୁର୍ଯ୍ୟୋଧନ ପ୍ରଧାନଙ୍କ ସହ ଧଣ୍ଡ ସାପ ମାନଙ୍କର ଏକ ଭାବ ଗତ ସମ୍ପର୍କ ଯୋଡି ହୋଇଯାଇଛି । ଯେଉଁଦିନ ଦୁର୍ଯ୍ୟୋଧନ  ଆସିବେ, ସାପ ମାନେ ଆସିବେ । ଆଉ ଯେଉଁଦିନ ଦୁର୍ଯ୍ୟୋଧନ  ଆସିବେ ନାହିଁ, ସାପ ମାନେ ବି କୁଆଡେ କେଜାଣି ଲୁଚି ଯାଆନ୍ତି। ସାପ ଓ ମଣିଷ ର ଲଢେଇ ସାରା ବିଶ୍ୱରେ ଦେଖା ଯାଏ । କିନ୍ତୁ ସାପ ସହ ମଣିଷର ଭଲ ପାଇବା ସମ୍ପର୍କ ହୁଏତ ଏହା ପ୍ରଥମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.