ଆଜିର ମହଙ୍ଗା ଯୁଗରେ ମାତ୍ର ୧୫୦୦ ଟଙ୍କାରେ ଚଳୁଛନ୍ତି ତିନି ପ୍ରାଣୀ

ଜୟପୁର (କେନ୍ୟୁଜ) : ବୟସର ଅପରାହ୍ନରେ ବୃଦ୍ଧ ମାବାପାଙ୍କ ମୁଣ୍ଡରେ ସନ୍ତାନର ବୋଝ। ଆଉ ତୁଳାଇ ଚାଲିଛନ୍ତି ନିଜ ଦାୟିତ୍ବ ଆଉ କର୍ତ୍ତବ୍ୟ। ଅଭାବର ଦୟନିୟ ପରିସ୍ଥିତିରେ ବିଡମ୍ବନାର କୋହକୁ ଲୁଚାଇ ବଛିଞ୍ଚନ୍ତି ତିନି ପ୍ରାଣୀ । ଧୁଡୁଧୁଡୁ ଚମ ପାଚିଲା ଚୂଟି, ଅଣ୍ଟାବି ନଇ ଗଲାଣି ଯାହା ଦର୍ଶାଉଛି ବୟସର ପରିଚୟ । ବୟସର ଅପରାହ୍ନରେ  ଏଇ ମାଉସୀ ଜଣକ ହେଲେ ଶଶିରେଖା ତାଙ୍କ ଲୁହ ଛଳଛଳ ଆଖି କହିଦଉଛି ବଞ୍ଚିବାର ଅସହାୟତାକୁ । ବାର୍ଦ୍ଧକ୍ୟ ଭିତରେ ସ୍ବାମୀ ଅର୍ଜୁନ ଓ ସ୍ତ୍ରୀ ଶଶିରେଖା ନିଜ ଭାଗ୍ୟକୁ ଆଦରି ବିଡମ୍ବନାର ସହ ବଞ୍ଚି ରହିଛନ୍ତି। ସ୍ବାମୀ ସ୍ତ୍ରୀ ଓ ଦିବୟାଙ୍ଗ ପୁଅ ଏହି  ତିନି ପ୍ରାଣୀଙ୍କ ବଞ୍ଚିବାର ଗୋଟିଏ ମାତ୍ର ଆଶା ଭରଷା ହେଉଛି କେବଳ ବାର୍ଦ୍ଧକ୍ୟ ଭତ୍ତା ଗଣ୍ଡିଏ । ବାକି ଯାହା ସାହି ପଡିଶାଙ୍କ ସହଯୋଗରେ ଜୀବନ କାଟନ୍ତି ଏହି ପରିବାର ।

ଆମେ କହୁଛୁ ଜୟପୁରର ୨୧ ନମ୍ବର ୱାର୍ଡ ଗଙ୍ଗାନଗର ବାସୀ ଅର୍ଜୁନ ଓ ଶଶିରେଖାଙ୍କ କଥା । ଗୋଟିଏ ପଟେ ଅଭାବ ଅନଟନ ଆଉ ଆରପଟେ ପରିଣତ ବୟସରେ ଦୃଷ୍ଟିହାନ ପୁଅର ଦାୟିତ୍ବ  ସତେ ଯେମିତି ଭାଗ୍ୟ ପରିହାସ କରୁଛି ଏହି ପରିବାରକୁ। ସରକାରୀ ସହାୟତା କହିଲେ କେବଳ ଭତ୍ତା ଟଙ୍କା ୧୫୦୦ ସେଥିରୁ ଘରଭଡା  ଯାଏ ୧୨୦୦ । ଯାହା ପରେ ପାଖରେ ବଞ୍ଚେ ମାତ୍ର ୩୦୦ ଟଙ୍କା। ଏତିକି ଟଙ୍କାରେ ଚଳନ୍ତି ତିନି ପ୍ରାଣୀ। ମୁଣ୍ଡ ଗୁଜିବାକୁ ଘର ଖଣ୍ଡେ ପାଇ ଗୁହାରି କରିକରିକେହି ଶୁଣୁନାହାନ୍ତି ବୋଲି କୋହ ଭରା କଣ୍ଠରେ କହନ୍ତି ଶଶିରେଖା । ସରକାର ସମସ୍ତଙ୍କୁ ସବୁ ଦଊଛନ୍ତି ଆମକୁ କିଛି ନଦେଲେନାହୀ ଆମ ଦୃଷ୍ଟିହାନ ପୁଅକୁ ବଞ୍ଚିବାକୁ ଘର ଖଣ୍ଡେ ଦେଲେ ଆମେ ସବୁ ପାଇଯିବୁ ବୋଲି କହନ୍ତି ଅର୍ଜୁନ ।

ଶଶିରେଖା , ଅର୍ଜୁନ ଓ ତାଙ୍କ ଦୁଇ ପୁଅଝିଅ ଙ୍କୁ ନେଇ ପରିବାର ଦୁଖେସୁଖେ ଚଳିଜାଏ । ରୋଜଗାର କହିଲେ ବାସନ ବିକ୍ରୀକରିବା।  ଯାହା ଯେମିତି କଷ୍ଟରେ ଚଳୁଥିଲା ସଂସାର। କିନ୍ତୁ ଦଇବ ସହିଲାନି  ଅକାଳରେ ଝିଅ ଆରପାରିକୁ ଚାଲିଗଲା । ଦିବ୍ୟଙ୍ଗ ପୁଅ ନୀଳମାଧବ ଯାହାଙ୍କ ଆଖିକୁ ଦେଖାଯାଏନି ବାପମା ଙ୍କ ଦାୟିତ୍ବନବା ବୟସରେ ତାଙ୍କ ଦାୟିତ୍ୱ ନେଉଛନ୍ତି ବାପା ମାଆ। ନିଜ ଅସୁବିଧା ଓ ପରିବାର ସମସ୍ଯାକୁ ନେଇ ଦିବ୍ୟାଙ୍ଗ ନୀଳମାଧବ ଜିଲାପାଳ ଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଙ୍କୁ ବାରମ୍ବାର ଚିଠି ଲେଖି ଗୁହାରି କରିଛନ୍ତି। ନିଜ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ପାଇ ଗୁହାରି ଯାହା ତାଙ୍କ ମୌଳିକ ଅଧିକାର କାରଣ ଆଜିର ଦୁନିୟାରେ ନୀଳମାଧବଙ୍କ ପରିବାର ମାତ୍ର ୧୫୦୦ ଟଙ୍କାରେ ଚଳିବା ସତରେ ସରକାରୀ ଯୋଜନା ଉପରେ ପ୍ରଶ୍ନ ଉଠାଉଛି ।

ସରକାରଙ୍କର ଅନେକ ଯୋଜନା ରହିଛି ହେଲେ ଏହି ଅସହାୟ ପରିବାର ଜିଏ ବିଡମ୍ବନା ଭିତରେ ବଂଚୁଛନ୍ତି ତାଙ୍କୁ ଆଶ୍ରୟ ଆଉ ରୋଜଗାର ଟିକେ ମିଳିଗଲେ ବଡ ଉପକାର ହେବ ବୋଲି କହନ୍ତି ପଡୋଶୀ । ସହରାଞ୍ଚଳରେ ଗରିବଙ୍କ ବିକାଶ ପାଇ ସରକାରଙ୍କ ଅନେକ ଯୋଜନା ରହିଥିବାବେଳେ ପରିଣତ ବୟସରେ ଦିବ୍ୟାଙ୍ଗ ପୁଅ ସହ ଏହି ପରିବାରକୁ ସରକାରୀ ସହାୟତା ନେଇ ଆମେ ଜୟପୁର ଉପଜିଲାପାଳଙ୍କୁ ଭେଟିଥିଲୁ ତେବେ ଆମ ପାଖରୁ ଖବର ଜାଣିବା ପରେ ସେ ଖୁବ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା ସହ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଆଶା ଖୁବଶୀଘ୍ର ସେ ପ୍ରତିଶୃତି ପୂରଣ କରିବେ ଓ ଏହି ଅସହାୟ ପରିବାର ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.