ଶୋଷିଲା ଚିଲକୁ ବୋତଲରୁ ପାଣି ପିଆଇ ସୋସିଆଲ ମିଡିଆରେ ଭାଇରାଲ ହେଲେ ଯୁବକ, ଦେଖନ୍ତୁ

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଭାଇରାଲ ଭିଡିଓରେ ଆଉ ଏକ ଘଟଣା ଯୋଡି ହୋଇଛି । ଏମିତି ଘଟଣା ଦେଖି ଆପଣ ମଧ୍ୟ ଚମକି ପଡିବେ । ପ୍ରକୃତରେ, ଜଣେ ବ୍ୟକ୍ତି ଶୋଷିଲା ଚିଲକୁ ପାଣି ଦେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ବ୍ୟକ୍ତି ଜଣକ ବୋତଲରୁ ଚିଲକୁ ପାଣି ପିଆଉଛନ୍ତି । ଏଭଳି ଭିଡିଓକୁ Buitengebieden ନାମକ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହାକୁ ୫୨ହଜାରରୁ ଅଧିକ ଲୋକ ଦେଖି ସାରିଲେଣି । ଏହାକୁ ୪ ହଜାରରୁ ଅଧିକ ଲୋକ ଲାଇକ କରିସାରିଛନ୍ତି । ଦେଖନ୍ତୁ ସେହି ଭାଇରାଲ ଭିଡିଓ..

ଏଥିରେ ଜଣେ ଯୁବକ ରାସ୍ତା ପାଖରେ ଛିଡାହୋଇ ପାଖରେ ଥିବା ଶୋଷିଲା ଚିଲକୁ ବୋତଲ ସାହାଯ୍ୟରେ ପାଣି ଦେଉଛନ୍ତି । ଯୁବକଙ୍କ ସହ ତାଙ୍କ ସାଙ୍ଗମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଯେଉଁମାନେ ଏହି ଭିଡିଓକୁ ସୁଟିଂ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.