ପ୍ରେମ, ପ୍ରେମିକା, ପ୍ରେମିକକୁ ନେଇ ପ୍ରତିଦିନ ଘଟୁଛି ଅଘଟଣ: ସତର୍କ ରୁହ ଜୀବନ ବଞ୍ଚାଅ

କଟକରେ ହୋଇଛି ଯୁବତୀଙ୍କୁ ଛୁରା ମାଡ଼ । ଦୋଳମୁଣ୍ଡେଇ ଅଞ୍ଚଳରେ ଯୁବତୀଙ୍କୁ ଛୁରାମାଡ଼ କରିଛି ଜଣେ ଯୁବକ । ଆହତ ଯୁବତୀ ଜଣକ ହେଲେ ପୁଷ୍ପା ରାଓ । ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ ହୋଇଥିବା ଜଣାପଡିଛି ।

କଟକ: କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି। କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣ ପ୍ରେମ କରିବାକୁ ଭୟ କରିବେ । ପ୍ରେମ, ପ୍ରେମିକା , ପ୍ରେମିକ ଏହାକୁ ନେଇ ପ୍ରତିଦିନ ଘଟୁଛି କିଛି ନା ଘଟଣା । ଯାହାକୁ ଶୁଣି ଶୁଣି ସମାଜରେ ଲୋକମାନଙ୍କ ଭିତରେ ପ୍ରେମର ପରିଭାଷା ପ୍ରକୃତରେ ବଦଳିଗଲାଣି । ପ୍ରେମ ନା ଶୁଣିଲା ମାତ୍ରରେ ସମସ୍ତଙ୍କ ମନରେ ପ୍ରଥମେ ନକରାତ୍ମକ ଭାବନା ଆସିଯାଉଛି । କାହିଁନା ପ୍ରତିଦିନ ପ୍ରେମକୁ ନେଇ ଘଟୁଛି ବଡ ବଡ ଅପରାଧ । ତେବେ ପୁଣି ଏହି ପ୍ରେମ ବ୍ୟାପାରକୁ ନେଇ ଘଟିଛି ଅଘଟଣ । ତାହା ପୁଣି ଖୋଦ୍ କଟକରେ ।

କଟକରେ ହୋଇଛି ଯୁବତୀଙ୍କୁ ଛୁରା ମାଡ଼ । ଦୋଳମୁଣ୍ଡେଇ ଅଞ୍ଚଳରେ ଯୁବତୀଙ୍କୁ ଛୁରାମାଡ଼ କରିଛି ଜଣେ ଯୁବକ । ଆହତ ଯୁବତୀ ଜଣକ ହେଲେ ପୁଷ୍ପା ରାଓ । ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ ହୋଇଥିବା ଜଣାପଡିଛି । ଉଭୟ ଯୁବକ ଯୁବତୀ ତେଲୁଗୁ ସମ୍ପ୍ରଦାୟର । ଉଭୟ ଶ୍ରୀକାକୁଲମରେ ପାଠ ପଢୁଥିଲେ । ସେଠାରୁ ତାଙ୍କର ପ୍ରେମ ସମ୍ପର୍କ ଥିଲା । କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା । ଏଥିରେ ରାଗିଯାଇ ଯୁବକ ଜଣକ ଆକ୍ରମଣ କରିଥିବା ଜଣାପଡିଛି।

ଯାହା ସୂଚନା ମିଳିଛି ରାଉସାପାଟଣା ନିକଟରେ ସୋମବାର ରାତିରେ ଏହି ଘଟଣା ଘଟିଥିଲା । ତେବେ ଦୁର୍ବୃତ୍ତ ଜଣକ ଯୁବତୀଙ୍କ ପେଟ ସମେତ ଶରୀର ବିଭିନ୍ନ ଅଙ୍ଗରେ ଛୁରାଭୁଷି ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି।

ଏପଟେ ହରିପୁର-ରାଉସାପାଟଣା ରାସ୍ତାରେ ଜଣେ ବ୍ୟକ୍ତିଙ୍କର ଏକ ପ୍ରସାଧାନ ସାମଗ୍ରୀ ଦୋକାନରେ ଯୁବତୀ ଜଣକ ଦୀର୍ଘଦିନ ହେବ କାମ କରୁଥିଲେ। ସୋମବାର ରାତି ପ୍ରାୟ ୧୦ଟା ବେଳେ ଦୋକାନ ବନ୍ଦ କରି ଯୁବତୀ ଜଣକଙ୍କ ଘରକୁ ଫେରୁଥିବା ସମୟରେ ଉକ୍ତ ଯୁବକ ଏକ ବାଇକ୍‌ରେ ଆସି ଛୁରା ମାଡ କରିଥିଲା । ଯୁବତୀ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡିଯାଇଥିଲେ। ଯୁବକ ଜଣକ ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଆହତ ଯୁବତୀଙ୍କ ମାମୁ ଘର ଶ୍ରୀକାକୁଲମରେ ହୋଇଥିବାବେଳେ ସେ ଅନେକ ବର୍ଷ ତଳେ ସେଠାରେ ରହି ପଢୁଥିଲେ । ସେଠାରେ ରହିବା ସମୟରେ ଜଣେ ଯୁବକଙ୍କ ସହିତ ତାଙ୍କ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଯୁବତୀ ଜଣକ କଟକ ଫେରିଆସିବା ପରେ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା । ରାଗରେ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ତେବେ ପ୍ରେମ, ଧୋକା ଆଉ ତାପରେ ପ୍ରତିଶୋଧ କହିବାକୁ ଗଲେ ଏବେ ଆମ ଯୁବପୀଢିଙ୍କ ପାଇଁ ଏୟା ବୋଧେ ପ୍ରେମର ପ୍ରକୃତ ଅର୍ଥ । ଆଜିକାଲି ଖୁବ୍‌ କମ୍‌ ବୟସରୁ ପିଲାମାନେ ଡେଟିଂ କରୁଥିବା ଦେଖିବାକୁ ମିଳୁଛି। କିଛି ପିଲା ଜୀବନର ମାନେ ବୁଝିବା ପୂର୍ବରୁ ହିଁ ଗର୍ଲଫ୍ରେଣ୍ଡ/ବୟଫ୍ରେଣ୍ଡ ରଖିବା ଆରମ୍ଭ କରିଦେଉଛନ୍ତି। ସମ୍ପର୍କର ମୂଲ୍ୟବୋଧ ବୁଝୁନଥିବାରୁ ସେମାନଙ୍କ ସମ୍ପର୍କ ମଧ୍ୟ ଦୁର୍ବଳ ହୋଇପଡ଼ୁଛି। ଘରୁ ସ୍କୁଲ, କଲେଜ ଯାଉଛି କହି ବାହାରୁଛନ୍ତି, ଆଉ ସିଧା ପହଁଚି ଯାଉଛନ୍ତି ପାର୍କ, ହୋଟେଲ,କ୍ଳବ୍ ଆଦିରେ । ଏଥିପ୍ରତି ବାପା ମା କେତେ ସଜାଗ୍ ? କେତେ ଅବଗତ ନିଜ ପିଲାର ଅତିବିଧି ଉପରେ ?

ଖାଲି ସ୍କୁଲ, କଲେଜରେ ନା ଲେଖେଇ ଦେଇ ପକେଟ୍ ମନି ଧରାଇଦେଲେ ହବନି ଆଜ୍ଞା, ପିଲାଙ୍କୁ ସଠିକ୍ ମାର୍ଗଦର୍ଶନ ବି ଦେଖାନ୍ତୁ, ସେମାନଙ୍କ ଉପରେ ନଜର ରଖନ୍ତୁ। ଫ୍ରି ଛାଡିବା ଆଳରେ ସେମାନଙ୍କୁ ବିପଦ ଆଡକୁ ଠେଲି ଦିଅନ୍ତୁନି। ଆଉ ପ୍ରେମରେ ଉବୁଟୁବୁ ହେଉଥିବା ସବୁ ପୁଅ ଝିଅ ମାନେ ବି ପ୍ରେମର ଅର୍ଥ ପ୍ରଥମେ ବୁଝନ୍ତୁ । ନହେଲେ ପରିଣତି କେତେବେଳେ ଫାଶି ଦଉଡି ତ କେତେବେଳେ ଏହି ଭଳି ଛୁରା ମାଡ଼ରେ ଶେଷ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.