ପ୍ରେମିକାର ବିବାହ ଆଉ କାହା ସହ ହେଉଥିବାରୁ ଶାଢ଼ୀ ପିନ୍ଧି ପହଞ୍ଚିଗଲା ପ୍ରେମିକ, କିନ୍ତୁ ସମସ୍ତଙ୍କ ସାମ୍ନାରେ ଧରାପଡ଼ି ହେଲା ଏମିତି ଅବସ୍ଥା; ଦେଖନ୍ତୁ ଭିଡିଓ

ପ୍ରେମ ଅନ୍ଧ ହୋଇଥାଏ। ନିଜ ପ୍ରେମକୁ ପାଇବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ବର୍ତ୍ତମାନ ସମୟରେ ପ୍ରେମିକମାନେ ବହୁତ ଅଜବ କାମ ବି କରୁଛନ୍ତି ଯାହା ପାଇଁ ପରେ ତାଙ୍କୁ ହଟହଟା ହେବାକୁ ପଡୁଛି। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଭଦୋହୀଠାରେ। ଏଠାରେ ଏକ ପ୍ରେମିକ ନିଜ ପ୍ରେମିକାକୁ ଭେଟିବାକୁ ମହିଳା ରୂପ ଧାରଣ କରିଥିବା ଜଣାଯାଇଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ରିପୋର୍ଟ ମୁତାବକ, ଏହି ପ୍ରେମିକ ନିଜ ପ୍ରେମିକାର ବିବାହରେ ଶାଢ଼ୀ ପିନ୍ଧି ପହଞ୍ଚିଯାଇଥିଲା। କିନ୍ତୁ ଅତିଥିଙ୍କ ନଜରରୁ ସେ ବର୍ତ୍ତିପାରିନଥିଲା। ଲୋକଙ୍କ ସାମ୍ନାରେ ତା’ ପୋଲ ଖୋଲି ଯାଇଥିଲା। ପ୍ରେମିକା ଘରକୁ ଯିବାକୁ ଯୁବକ ନାଲି ଶାଢ଼ୀ ପିନ୍ଧିବା ସହ ନକଲି ଚୁଟି ବି ଲଗାଇଥିଲା। ଏଥିସହ ସେ କାନ୍ଧରେ ଭ୍ୟାନିଟି ପକାଇଥିଲେ, ଯେମିତି କି କେହି ତାକୁ ସନ୍ଦେହ କରିବେ ନାହିଁ।

Video Credit: DNA

ସୂଚନା ମୁତାବକ, ପ୍ରେମିକାର ଆଉ କାହା ସହ ବିବାହ ହେଉଥିବା ଖବର ପାଇ ପ୍ରେମିକ ତାକୁ ଭେଟିବାକୁ ଯାଇଥିଲା। କିନ୍ତୁ ଝିଅ ଲୋକ ତାକୁ ଚିହ୍ନି ଦେବାରୁ ସେ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛି। ଏହି କାମରେ ତାକୁ ୨ ଜଣ ସାଙ୍ଗ ସାହାଯ୍ୟ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.