ପାନ ଖାଇ ନିଜ ପାଇଁ ସ୍ୱାମୀ ବାଛନ୍ତି ଏଠାକାର ଯୁବତୀ, ଏହି ମେଳାରେ ବିଦେଶୀ ଯୁବକଙ୍କୁ ବି ମିଳେ ପନପସନ୍ଦର କନିଆଁ

କଥାରେ ଅଛି ଯେ ଦେଶେ ଯାଇ ସେ ଫଳ ଖାଇ। ମାନେ ଭିନ୍ନ ସ୍ଥାନରେ ଭିନ୍ନ ପରମ୍ପରା । ସେହିଭଳି ବିବାହ ସମ୍ବନ୍ଧରେ ସାରା ଦେଶରେ ଅଜବ ପରମ୍ପରା ପାଳନ କରାଯାଏ।

ବିବାହ ସମ୍ବନ୍ଧରେ ସାରା ଦେଶରେ ଅଜବ ପରମ୍ପରା ପାଳନ କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ବିହାରର ପୁର୍ନିଆରେ ବିବାହ ପାଇଁ ଏକ ମେଳା ଅନୁଷ୍ଠିତ ହୁଏ। ଯେଉଁଠାରେ ପୁଅମାନେ ନିଜ ପସନ୍ଦର ଝିଅକୁ ବାଛି ପାରିବେ। ଏହି ମେଳା ପାଟା ମେଲା ନାମରେ ଜଣାଶୁଣା ଏବଂ ଏଠାରେ ପୁଅମାନେ ନିଜ ପସନ୍ଦର ଝିଅକୁ ଖାସ ଉପାୟରେ ପ୍ରପୋଜ କରନ୍ତି । ଆଉ ଏଠି ପୁଅ ମାନେ ପାନ ଦେଇ ବିବାହ ପାଇଁ ଝିଅଙ୍କୁ ପ୍ରସ୍ତାବ ଦିଅନ୍ତି । ଏବେ ଏହି ଇତିହାସ ୧୫୦ ବର୍ଷରୁ ଅଧିକ ପୁରୁଣା। ଅବିବାହିତ ପୁଅ ଏବଂ ଝିଅମାନେ ଏହି ପାରମ୍ପାରିକ ମେଳାରେ ବହୁତ ଆଗ୍ରହୀ ଏବଂ ବିହାର ବ୍ୟତୀତ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ନେପାଳର ଲୋକମାନେ ମଧ୍ୟ ଏଠାରେ ପହଞ୍ଚନ୍ତି।

ପ୍ରତିବର୍ଷ ଏପ୍ରିଲ ମାସରେ ଏହି ମେଳା ମୁଖ୍ୟତଃ ଆଦିବାସୀମାନଙ୍କ ଦ୍ୱାରା ଆୟୋଜିତ ହୋଇଥାଏ । ଯେଉଁ ପୁଅ ଏବଂ ଝିଅମାନେ ଏଠାରେ ପହଁଚନ୍ତି । ଆଉ ସେମାନଙ୍କ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ମଧ୍ୟ ତାଙ୍କୁ ସ୍ୱାଧୀନତା ଅଛି । ମେଳାରେ ଆସିଥିବା ପୁଅମାନେ ନିଜ ପସନ୍ଦର ଝିଅ କୁ ପାନ ଦେଇ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି ଏବଂ ଯଦି ଝିଅଟି ପାନ ଖାଏ, ଏହାର ଅର୍ଥ ହେଉଛି ସେ ମଧ୍ୟ ପୁଅକୁ ପସନ୍ଦ କରନ୍ତି ।

ପୂର୍ବତନ ମୁଖପାତ୍ର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଜୀବନରେ ସେ ଅନେକ ପୁଅ ଓ ଝିଅଙ୍କୁ ପ୍ରେମ ବ୍ୟକ୍ତ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିବାର ଦେଖିଛନ୍ତି। ସେ କହିଥିଲେ ଯେ ବିବାହ ପାଇଁ ପୁଅ ଏବଂ ଝିଅ ଏକ ସର୍ତ୍ତ ମାନିବାକୁ ପଡିଥାଏ ଏବଂ ଏହି ଅନୁଯାୟୀ ସେମାନେ ଆଦିବାସୀ ପରମ୍ପରା ଅନୁଯାୟୀ ବିବାହ କରିବାକୁ ପଡିଥାଏ । ଏହା ସହିତ, ସେମାନଙ୍କୁ ପ୍ରକୃତିକୁ ସେମାନଙ୍କର ଦେବତା ଭାବରେ ବିବେଚନା କରିବାକୁ ପଡିବ । ଯଦି ମେଳାରେ ପସନ୍ଦ ହେବା ପରେ ଯଦି କେହି ବିବାହ କରିବାକୁ ମନା କରନ୍ତି, ତେବେ ସେମାନଙ୍କୁ ଆଦିବାସୀ ସମାଜର ନିୟମ ଅନୁଯାୟୀ ଦଣ୍ଡିତ କରାଯିବା ମଧ୍ୟ ଉଲ୍ଲେଖ ହେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.