ପ୍ରକୃତରେ ଦୁଇ କୁଳକୁ ହିତା ହୋଇଥାନ୍ତି ଏହି ରାଶିର ଝିଅ, ବାପ ଓ ଶାଶୁ ଘରକୁ କରିଦିଅନ୍ତି ସ୍ୱର୍ଗ

ରାଶି ଚକ୍ରରେ ଥିବା ୧୨ଟି ଯାକ ରାଶିର କିଛି ନା କିଛି ସ୍ୱଭାବ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଏ ନେଇ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଗ୍ରହ ଚଳନ ଓ ନକ୍ଷତ୍ରର ସ୍ଥିତି ଅନୁସାରେ ପ୍ରତ୍ୟେକ ରାଶିର ସ୍ୱଭାବ ସ୍ଥିତି ପରିବର୍ତ୍ତନ ହୋଇଥାଏ, ଯାହାର ପ୍ରଭାବ ଉକ୍ତ ରାଶିର ବ୍ୟକ୍ତିଙ୍କ ଉପରେ ପଡ଼େ। ତେବେ ଜ୍ୟୋତିଷଙ୍କ ମତରେ କେତେକ ରାଶିର ଝିଅମାନେ ଖୁବ୍‌ ଭଲ ଓ ନିଷ୍ଠାପର ତଥା କର୍ମତତ୍ପର ହୋଇଥାନ୍ତି, ଯେଉଁମାନେ ଘରକୁ ବେଶ୍‌ ଭଲ ଭାବେ ସମ୍ଭାଳି ନେଇଥାନ୍ତି। ଏଭଳି ଝିଅ ଦୁଇ କୁଳକୁ ହିତା ହୋଇଥାନ୍ତି। ଏଣୁ ଏହି ରାଶିର ଝିଅଙ୍କୁ ପ୍ରକୃତ ଦୁହିତା ବୋଲି କୁହାଯାଇଛି। ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ଝିଅମାନେ ଉଭୟ ବାପ ଘର ଓ ଶାଶୁ ଘର ଲୋକଙ୍କ ମନ ନେଇ କାମ କରିଥାନ୍ତି…

ମିଥୁନ:

ମିଥୁନ ରାଶିର ଝିଅମାନେ କଳାତ୍ମକ ଓ ପାକ କଳାରେ ନିପୁଣ ହୋଇଥାନ୍ତି। ଏମାନେ ଘରକୁ ଖୁବ୍‌ ସୁନ୍ଦର ଭାବେ ଗଢ଼ି ତୋଳିଥାନ୍ତି। ଏହି ରାଶିର ଝିଅମାନେ ଉଭୟ ଘର ଓ ଅଫିସକୁ ଭଲ ଭାବେ ସମ୍ଭାଳି ନେଇଥାନ୍ତି। ସବୁ ସ୍ଥାନରେ ଏମାନେ ନିଜ କାମ ପାଇଁ ପ୍ରଶଂସା ପାଇଥାନ୍ତି। ଏହି ରାଶିର ଝିଅଙ୍କ ଜାତକ ନାମ ‘କ’, ‘ଛ’ ଓ ‘ଘ’ ରୁ ଆରମ୍ଭ ହୋଇଥାଏ।

କନ୍ୟା:

ରାଶି ଚକ୍ରରେ ୬ଷ୍ଠ ରାଶି ହେଉଛି କନ୍ୟା। ଜ୍ୟୋତିଷ ଶାସ୍ତ୍ରରେ କନ୍ୟାକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଶି ବୋଲି କୁହାଯାଏ। କନ୍ୟା ରାଶିର ଝିଅମାନେ ପ୍ରତ୍ୟେକ କାର୍ଯ୍ୟକୁ ଅତ୍ୟନ୍ତ ଆଗ୍ରହର ସହକାରେ କରିଥାନ୍ତି। ଏମାନେ କୌଣସି କାମକୁ ଅଧା ଛାଡ଼ିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ଅନ୍ୟମାନଙ୍କ ଦ୍ୱାରା ମଧ୍ୟ ନିଜ କାମ କରାଇବାକୁ ଭଲ ପାଆନ୍ତି ନାହିଁ। ଘରକୁ ସଜାଇବା ତଥା ନିଜେ ସଜବାଜ ହେବାକୁ ଏମାନଙ୍କୁ ଖୁବ୍‌ ଭଲ ଲାଗେ। ଏମାନେ ସାମ୍ନା ଲୋକକୁ ଜଲ୍‌ଦି ପରଖି ନେଇଥାନ୍ତି। ଏମାନଙ୍କୁ ସପିଂ କରିବାକୁ ବହୁତ ଭଲ ଲାଗେ। ଏହି ରାଶିର ଝିଅଙ୍କ ଜାତକ ନାଁର ଆରମ୍ଭ ପ, ପା, ପି, ପୁ, ପେ, ଷ ରୁ ହୋଇଥାଏ।

କୁମ୍ଭ:

କୁମ୍ଭ ରାଶିର ଝିଅମାନେ ନିଜ ଦାୟିତ୍ୱକୁ ଖୁବ୍‌ ଭଲ ଭାବେ ବୁଝିଥାନ୍ତି। ଏହି ରାଶିର ଝିଅମାନେ ସମସ୍ତଙ୍କ ଯତ୍ନ ନେବାକୁ ପସନ୍ଦ କରନ୍ତି। ପରିବାରକୁ ସାଙ୍ଗରେ ନେଇ ଚାଲିବାକୁ ଏମାନେ ଅଧିକ ପସନ୍ଦ କରନ୍ତି। ଏମାନଙ୍କ ପାଇଁ ସମ୍ମାନ ସବୁଠୁ ଆଗ। ଏମାନଙ୍କ ନାଁର ଆରମ୍ଭ ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ରୁ ହୋଇଥାଏ।