ଯାଜପୁରର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣା: ବ୍ଲାକ ମେଲର ପ୍ରଦୀପ ଦାସ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍): ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ । ମଂଗଳପୁର ଥାନା ଗଣପତି ପାଟଣା ଗାଁରେ ନବବର୍ଷ ରାତିରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିଲେ । ଉଭୟ ପ୍ରେମୀଯୁଗଳକୁ ପିଣ୍ଟୁ ବ୍ଲାକ ମେଲିଂ କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ପିଣ୍ଟୁ ନାବାଳିକା ଲିପିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପ୍ରୟୋଗ କରୁଥିଲା।

ଏହାକୁ ନେଇ ଉଭୟ ପ୍ରତାପ ଓ ଲିପିକା ଆତ୍ମହତ୍ୟା କରିବା ପୂର୍ବରୁ ପିଣ୍ଟୁ ବିରୋଧରେ ରହିଥିବା ସମସ୍ତ ପ୍ରମାଣ ସୋସିଆଲ ମିଡ଼ିଆରେ ଛାଡ଼ିଦେଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ସହିତ ପୀଡିତଙ୍କ ପରିବାର ପକ୍ଷରୁ ମଙ୍ଗଳପୁର ଥାନା ସମ୍ମୁଖରେ ଧାରଣା ଦିଆଯାଇ ପିଣ୍ଟୁଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା। ଆଜି ସନ୍ଧ୍ୟାରେ ମଙ୍ଗଳପୁର ପୋଲିସ ପିଣ୍ଟୁକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।