ଏମିତି ଲୋକଙ୍କ ଘରକୁ କେବେ ବି ଆସନ୍ତି ନାହିଁ ଲକ୍ଷ୍ମୀ, ସର୍ବଦା ରହିଥାଏ ଅର୍ଥର ଅଭାବ

ଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀ ଧନ ଦେବୀ ଅଟନ୍ତି । କୁହାଯାଏ ଯାହା ଉପରେ ମା’ ଲକ୍ଷ୍ମୀଙ୍କର କୃପା ରହିଥାଏ ତାଙ୍କ ପାଖରେ କେବେ ବି ଧନର ଅଭାବ ହୋଇନଥାଏ । ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ କଠୋର ପରିଶ୍ରମ କରିବା ସହ ଆଚାର ବିଚାର ଓ ଜୀବନ ଧାରଣରେ ବହୁତ କିଛି ପରିବର୍ତ୍ତନର ଆବଶ୍ୟକତା ପଡ଼ିଥାଏ । ଆସନ୍ତୁ ଜାଣିବା କେମିତି ଆପଣ ନିଜର ଦିନଚର୍ଯ୍ୟା ଦ୍ୱାରା ମାତା ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରି ଧନ ସମସ୍ୟାର ସମାଧାନ କରିପାରିବେ ।

godes laxmi
p.c: patrika.com

ଘରେ କେବେ ବି ଏପରି କାମ କରନ୍ତୁ ନାହିଁ :

୧.   ଯଦି ଘରେ କୌଣସି ଭଙ୍ଗା ଦର୍ପଣ ରହିଥାଏ । ତେବେ ଏହାଦ୍ୱାରା ମାନସିକ ଦୁଶ୍ଚିନ୍ତା ବଢ଼ିବା ସହ ଧନର ଅଭାବ ହୋଇଥାଏ ।

୨.   ଘରେ କୌଣସି ଖରାପ ଗାଡ଼ି କିମ୍ବା ଖରାପ ଇଲେକ୍ଟ୍ରୋନିକ୍ସ ଜିନିଷ ଥିଲେ ଧନ ହାନୀ ହୋଇଥାଏ ।

୩.   ଯେଉଁ ସ୍ତ୍ରୀର ବ୍ୟବହାର କଠୋର ଓ ନିର୍ଦ୍ଦୟ ହୋଇଥାଏ ଓ ଯେଉଁ ଘରେ ଝଗଡ଼ା ହୋଇଥାଏ ସେଠାରେ ଲକ୍ଷ୍ମୀ ରହିନଥାନ୍ତି ।

୪.   ଯେଉଁ ଲୋକ ନିଜ ପିତା-ମାତାଙ୍କୁ ହତାଦର କରିଥାନ୍ତି ସେଠାରେ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।

୫.   ଯେଉଁ ସ୍ତ୍ରୀ ଓ ପୁରୁଷ ଚରିତ୍ରହୀନ ହୋଇଥାନ୍ତି ଓ ଖରାପ କାମ କରିଥାନ୍ତି ସେଠାରେ ମା’ ଲକ୍ଷ୍ମୀ ରହିନଥାନ୍ତି ।

୬.   ଯେଉଁ ଘରେ ପ୍ରେମର ଅଭାବ ହୋଇଥାଏ, ସେଠାରେ ଲକ୍ଷ୍ମୀ ରହିନଥାନ୍ତି ।

୭.   ଯେଉଁ ଘରେ ଜିନିଷ ୟାଡେସାଡେ ପଡ଼ିଥାଏ ଓ ପୂଜା ପାଠ ହୋଇନଥାଏ ସେଠାରେ ଲକ୍ଷ୍ମୀ ରହିନଥାନ୍ତି ।

୮.   ଯେଉଁ ଘରେ ନିଶା ଦ୍ରବ୍ୟ ସେବନ ହୋଇଥାଏ ଓ ଆଳସ୍ୟରେ ଲୋକ ରହିଥାନ୍ତି ଏବଂ ପୁରୁଷ ପତ୍ନୀଙ୍କୁ ଅପମାନ କରିଥାନ୍ତି ସେଠାରେ ମା’ ରହିନଥାନ୍ତି ।

୯.   ଯେଉଁ ସ୍ତ୍ରୀ ସ୍ୱାମୀଙ୍କୁ ଦୁର୍ବ୍ୟବହାର କରିଥାଏ ଓ ଲଜ୍ଜା ତ୍ୟାଗ କରିଥାଏ ସେ ଘରେ ମା’ ଲକ୍ଷ୍ମୀ ରହିନଥାନ୍ତି ।

୧୦.  ଯେଉଁ ଘରେ ସଂଧ୍ୟା ଓ ଦିନ ସମୟରେ ଶୋଇ ରହିବା ସହ ମଇଳା ପୋଷାକ ପିନ୍ଧିଥାନ୍ତି ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେଇନଥାନ୍ତି, ସେଠାରେ ମା’ ଲକ୍ଷ୍ମୀ ପ୍ରବେଶ କରି ନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.