ବୁଢି ମା’ଙ୍କୁ ହେଲା ପ୍ରେମ ଜ୍ବର, କିସ୍ କରିବା ମାତ୍ରେ ଲାଜେଇ ଗଲେ ସ୍ବାମୀ: ଦେଖନ୍ତୁ ଭିଡିଓ

ପ୍ରେମ ଅନ୍ଧ ଏବଂ ଶାଶ୍ବତ। କୁହାଯାଏ ପ୍ରେମ ପାଇଁ କୌଣସି ବୟସ କିମ୍ବା ସୀମା ସରହଦ ନଥାଏ। ପ୍ରେମୀ ଯୁଗଳଙ୍କୁ କୌଣସି ଜାତି କିମ୍ବା ଧର୍ମ ବାନ୍ଧି ରଖି ପାରେନାହିଁ। ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । ଯେଉଁଠି ଯୁବପିଢି ହେଉ ଅବା ଟିନିଏଜର କପଲଙ୍କ ମଧ୍ୟରେ ଏପରି ଭଲପାଇବା ଦେଖିବାକୁ ମିଳିଥାଏ। କିଛି ଲୋକ ନିଜ ପ୍ରେମର ନିବେଦନ କରିଦିଅନ୍ତି ଆଉ କିଛି ଲୋକ ନିଜ ପ୍ରେମର ନିବେଦନ କରିପାରନ୍ତି ନାହିଁ। ଏବେ ଏମିତି ଏକ ପତି ପତ୍ନୀଙ୍କ ପ୍ରେମର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରଲ ହେଉଛି। ଯେଉଁଥିରେ ଜଣେ ବୃଦ୍ଧା ମହିଳା ଓ ତାଙ୍କର ବୃଦ୍ଧ ସ୍ବାମୀ ନଜର ଆସୁଛନ୍ତି । ହଠାତ୍‌ କୌଣସି କଥାରେ ବୃଦ୍ଧା ଜଣଙ୍କ ନିଜ ପତିଙ୍କୁ ଚୁମ୍ୱନ ଦେଉଛନ୍ତି । ଏବେ ଏହି ଭିଡିଓକୁ ଦେଖି ଲୋକେ ବିଭିନ୍ନ ପ୍ରକାର ମଜାଳିଆ କମେଣ୍ଟ ଦେଉଛନ୍ତି।

ଜଣେ ୟୁଜର ଇନଷ୍ଟାଗ୍ରାମ୍‌ରେ ଗୋଟିଏ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ଏକ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ ବାଜୁଛି । ସାମନାରେ ବୟସ୍କ ଦମ୍ପତି ବସିଥିବା ନଜର ଆସୁଛନ୍ତି । ସ୍ବାମୀ ଜଣଙ୍କ ହାତରେ ଏକ ଛୋଟ ବାଡ଼ି ଥିବାର ଦେଖା ଯାଉଛି । ସେ ପଗଡ଼ି ମଧ୍ୟ ପିନ୍ଧିଛନ୍ତି । ତାଙ୍କ ପାଖରେ ତାଙ୍କର ପତ୍ନୀ ବସିଛନ୍ତି । ଏହି ସମୟରେ ବୃଦ୍ଧା ମହିଳା ନିଜର ପତିଙ୍କୁ କିସ୍‌ କରି ହସୁଛନ୍ତି ।

 

View this post on Instagram

 

A post shared by @kethamma__avva

ସେପଟେ ପତ୍ନୀଙ୍କର ଏମିତି କିସ କରିବା ଫଳରେ ସ୍ବାମୀ ଜଣକ ଲାଜେଇ ଯାଉଛନ୍ତି । ନିଜର ମୁଣ୍ଡକୁ ତଳକୁ କରି ହସୁଛନ୍ତି । ଉକ୍ତ ଭିଡ଼ିଓଟି ଭାଇରଲ ହେବା ପରେ ଲୋକେ ସେୟାର କରୁଛନ୍ତି ।