ଏହି ସ୍ଥାନରେ ଅଛି ରେଡ୍‌ ଓ୍ଵାଇନ୍‌ ପୁଲ୍‌, ମଜା ଉଠାଉଛନ୍ତି ପର୍ଯ୍ୟଟକ

ଆପଣ ଜାପାନ ଯିବା ପାଇଁ ପ୍ଲାନ୍‌ କରୁଛନ୍ତି କି ? ଯଦି ଆପଣ ଏଭଳି କିଛି ପ୍ଲାନ କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଏହି ଖୁସି ଖବର ଆଣିଛୁ । ଯେଉଁମାନଙ୍କର ଓ୍ଵାଇନ୍‌ ବହୁତ ପସନ୍ଦ ଖାସ ସେମାନଙ୍କ ପାଇଁ ହିଁ ଏହି ଖବର ।

ରେଡ୍‌ ଓ୍ଵାଇନ୍‌ ନାଁ ଯେମିତି ଦାମ୍‌ ବି ସେମିତି । କିନ୍ତୁ ଥରେ ଭାବନ୍ତୁ ତ ଆପଣଙ୍କୁ ରେଡ ଓ୍ଵାଇନ୍‌ ଭର୍ତ୍ତି ଥିବା ଏକ ପାର୍କ ମିଳିଯିବ, ଯେଉଁଠାରେ ଚାରିଆଡ଼େ କେବଳ ରେଡ୍‌ ଓ୍ଵାଇନ୍‌ ଥିବ ଆପଣ କଣ କରିବେ ? ଆପଣଙ୍କ ମନ ନିଶ୍ଚିତ ଭାବେ ଖୁସି ହେଇଯିବ । କାରଣ ଏଭଳି ପାର୍କରେ ଆପଣ ରେଡ୍‌ ଓ୍ଵାଇନର ଭରପୁର ମଜା ନେଇ ପାରିବେ । ତେବେ ଜାପାନରେ ଏଭଳି ଏକ ପାର୍କ ପ୍ରସ୍ତୁତ କରାଯାଇଛି ଯେଉଁଠାରେ ରେଡ୍‌ ଓ୍ଵାଇନ୍‌ ର ସୁଇମିଂ ପୁଲ ଠାରୁ ଆରମ୍ଭ କରି ବଡ଼ ବଡ଼ ବାଥ ଟବ୍‌ ରେ କେବଳ ଓ୍ଵାଇନ୍‌ ଭର୍ତ୍ତି ଥିବା ଦେଖିବାକୁ ମିଳିଛି । ଲୋକମାନେ ବି ଏହି ପାର୍କର ଭରପୁର ମଜା ଉଠାଉଛନ୍ତି ।

ଆପଣ ଜାପାନ ଯିବା ପାଇଁ ପ୍ଲାନ୍‌ କରୁଛନ୍ତି କି ? ଯଦି ଆପଣ ଏଭଳି କିଛି ପ୍ଲାନ କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଏହି ଖୁସି ଖବର ଆଣିଛୁ । ଯେଉଁମାନଙ୍କର ଓ୍ଵାଇନ୍‌ ବହୁତ ପସନ୍ଦ ଖାସ ସେମାନଙ୍କ ପାଇଁ ହିଁ ଏହି ଖବର । ପ୍ରାଚୀନ ପରମ୍ପରା ସହିତ ମଡର୍ଣ୍ଣ ଟେକ୍ନୋଲୋଜି ପାଇଁ ଜାପାନ ଖୁବ ପ୍ରସିଦ୍ଧ । ଯଦି ଆପଣ ଏହି ସ୍ଥାନକୁ ଯିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ହାକୋନେ କୋଭାକିଏନ୍ ୟୁନେସୁନ୍ ଆମ୍ୟୁଜମେଣ୍ଟ ପାର୍କକୁ ଯିବାକୁ ଭୁଲିବେ ନାହିଁ । ଏହି ପାର୍କ ଅନ୍ୟ ସମସ୍ତ ପାର୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ କାରଣ ଏ ପାର୍କରେ ଓ୍ଵାଇନ୍‌ ର ପୁଲ୍‌ ଅଛି । ଯେଉଁଠାରେ ଓ୍ଵାଇନ୍‌ ପ୍ରେମୀମାନେ ଓ୍ଵାଇନ୍‌ ରେ ପହଁରି ମଜା ଉଠାଇ ପାରିବେ ।

ହାକୋନେ କୋଭାକିଏନ୍ ୟୁନେସୁନ୍ ଆମ୍ୟୁଜମେଣ୍ଟ ପାର୍କରେ ଏକ ବିଳାସପୂର୍ଣ୍ଣ ରେଡ୍‌ ଓ୍ଵାଇନ୍‌ ପୁଲରେ ଗାଧୋଇ ପର୍ଯ୍ୟଟକମାନେ ମଜା ନେଉଛନ୍ତି । ତେବେ ଏହି ଓ୍ଵାଇନ୍‌ ପିଇବା ପାଇଁ ନୁହେଁ କିନ୍ତୁ ଆପଣ ଏହି ଓ୍ଵାଇନ୍‌ ଭର୍ତ୍ତି ଥିବା ପୁଲରେ ଗାଧୋଇବାର ମଜା ନେଇ ପାରିବେ । ଏଠାରେ ଗାଧୋଇବା ଦ୍ୱାରା ଆପଣଙ୍କ ତ୍ୱଚାର ଚମକ ବଢ଼ିବ ବୋଲି ବିଶ୍ୱାସ କରାଯାଏ । ଜାପାନ ନ୍ୟାସନାଲ ଟୁରିଜିମ୍ ଅର୍ଗାନାଇଜେସନ୍ ଅନୁଯାୟୀ, ଏହି ରେଡ୍‌ ଓ୍ଵାଇନ୍‌ ପୁଲ ଉପରେ ଏକ ବଡ ଓ୍ଵାଇନ୍‌ ବୋତଲ ରହିଛି ଯାହାର ଉଚ୍ଚତା ୩.୬ ମିଟର । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଖାସ୍‌ ଓ୍ଵାଇନ୍‌ ସୋର ମଜା ନେଇ ପାରିବେ । ଏହି ସୋ’ରେ ପାର୍କର ଷ୍ଟାଫମାନେ ପର୍ଯ୍ୟଟକଙ୍କ ଉପରେ ଅତି ହାଲୁକା ଭାବେ ଓ୍ଵାଇନ୍‌ ପକାଇଥାନ୍ତି ।

ପର୍ଯ୍ୟଟକମାନେ କଫି, ଓ୍ଵାଇନ୍‌ , ଏବଂ ଗ୍ରୀନ୍ ଟି ପରି ବିଭିନ୍ନ ଥିମ୍ ଥିବା ସ୍ଥାନରେ ମଧ୍ୟ ଗାଧୋଇବାର ମଜା ନେଇପାରିବେ । ଜାପାନ ନ୍ୟାସନାଲ ଟୁରିଜିମ୍ ଅର୍ଗାନାଇଜେସନ୍ ଦାବି କରିଛି ଯେ ଏଠାରେ ଗାଧୋଇବା ଦ୍ୱାରା ଆପଣଙ୍କ ତ୍ୱଚା ନରମ ଏବଂ ସୁନ୍ଦର ହେବ । ନିକଟରେ ଏହି ପାର୍କ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ପୁଲ୍‌ ଓ ପାର୍କର କିଛି ଫଟୋ ଓ ଭିଡିଓ ସେୟାର କରିଛି । ଭାଇରାଲ ଭିଡିଓରେ ଲୋକମାନେ ରେଡ ଓ୍ଵାଇନ୍‌ ପୁଲ ଏବଂ ଗ୍ରୀନ୍ ଟି ପୁଲରେ ଗାଧୋଇ ମଜା ନେଉଥିବାର ଦେଖିବାକୁ ମିଳିଛି । ଏହା ବ୍ୟତୀତ ଏହି ପାର୍କରେ ୱାଟର ସ୍ଲାଇଡ୍ ମଧ୍ୟ ଅଛି ଯେଉଁଠାରେ ପରିବାର ଏବଂ ଯୁବପିଢ଼ୀ ମଜା ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.