ଗୀତ ପାଇଁ ଫ୍ୟାନ୍ସଙ୍କ ଠାରୁ ପ୍ରଶଂସା ସାଉଣ୍ଟୁଛନ୍ତି ଆଲିଆ, ଭାଇରାଲ ହେଉଛି ଭିଡିଓ

ଆଲିଆ ଭଟ୍ଟ ତାଙ୍କ ଅଭିନୟ ଏବଂ ଫ୍ୟାଶନ୍ ସେନ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏସବୁ ବ୍ୟତୀତ ଅଭିନେତ୍ରୀ ଗୀତ ମଧ୍ୟ ଗାଇଥାନ୍ତି । ବାସ୍ତବରେ ଆଲିଆ ଅନେକ ଥର ଗୀତ ଗାଉଥିବାର ଶୁଣିବାକୁ ମିଳିଥାଏ । ଏହା ସହ ତାଙ୍କ ଅଭିନୟ ବ୍ୟତୀତ ଫ୍ୟାନ୍ସ ତାଙ୍କ ଗୀତକୁ ମଧ୍ୟ ବହୁତ ପ୍ରଶଂସା କରିଥାନ୍ତି ।

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ କିଏ ବା ନ ଜାଣେ । ତେବେ ଏହି ଅଭିନେତ୍ରୀ ତାଙ୍କ ଅଭିନୟ ଏବଂ ଫ୍ୟାଶନ୍ ସେନ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏସବୁ ବ୍ୟତୀତ ଅଭିନେତ୍ରୀ ଗୀତ ମଧ୍ୟ ଗାଇଥାନ୍ତି । ବାସ୍ତବରେ ଆଲିଆ ଅନେକ ଥର ଗୀତ ଗାଉଥିବାର ଶୁଣିବାକୁ ମିଳିଥାଏ । ଏହା ସହ ତାଙ୍କ ଅଭିନୟ ବ୍ୟତୀତ ଫ୍ୟାନ୍ସ ତାଙ୍କ ଗୀତକୁ ମଧ୍ୟ ବହୁତ ପ୍ରଶଂସା କରିଥାନ୍ତି । ଏଭଳି ପରିସ୍ଥିତିରେ ଆଲିଆ ପୁଣି ଥରେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ସ୍ୱରର ଯାଦୁ ଚଲାଇଛନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆଲିଆ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ viralbhayaniରେ ସେୟାର କରାଯାଇଛି ।

ବାସ୍ତବରେ ବର୍ତ୍ତମାନ ଆଲିଆ ହୋପ୍ ଗାଲା ଇଭେଣ୍ଟ ପାଇଁ ଲଣ୍ଡନରେ ଅଛନ୍ତି । ତେବେ ଗତକାଲି ଅଭିନେତ୍ରୀ ହୋପ୍ ଗାଲା ୨୦୨୪ ଇଭେଣ୍ଟର ହୋଷ୍ଟ କରିଥିଲେ । ଏହା ସହ ଅଭିନେତ୍ରୀ ତାଙ୍କ ଇନଷ୍ଟାରେ ଏହାର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ବିଭିନ୍ନ ପ୍ରକାରର ପୋଷାକରେ ନିଜର ସୁନ୍ଧରତାକୁ ଦର୍ଶାଉଥିବାର ନଜର ଆସିଛନ୍ତି । ତେବେ ଏହି ସମୟ ମଧ୍ୟରେ ଆଲିଆଙ୍କ ସାର୍ ଲୁକ୍ ବହୁତ ଚର୍ଚ୍ଚାରେ ରହିଛି । ଏହା ସହ ଲୋକମାନେ ବିଦେଶରେ ଆଲିଆଙ୍କ ଦେଶୀ ଷ୍ଟାଇଲ୍‌କୁ ବହୁତ ପସନ୍ଦ କରୁଛନ୍ତି । ଏହି ଇଭେଣ୍ଟରୁ ଆଲିଆଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଅଭିନେତ୍ରୀ ଜଣେ ପ୍ରସିଦ୍ଧ ସିଙ୍ଗରଙ୍କ ସହ ଏକ ଗୀତ ଗାଉଥିବାର ନଜର ଆସିଛନ୍ତି ।

ସେହି ଭିଡିଓରେ ଆଲିଆ ଭଟ୍ଟ ‘ହୋପ୍ ଗାଲା ୨୦୨୪’ ରେ ଲୋକଙ୍କ ସହ ବସିଥିବାର ନଜର ଆସିଛନ୍ତି । ଯେଉଁଠାରେ ସିଙ୍ଗର ହର୍ଷଦୀପ କୌର ଆଲିଆ ଭଟ୍ଟଙ୍କ ନିକଟକୁ ଆସି ହିଟ୍ ଫିଲ୍ମ ‘ଉଡତା ପଞ୍ଜାବ’ର ପ୍ରସିଦ୍ଧ ଗୀତ ଏକ କୁଡି ଗାଉଛନ୍ତି ଏବଂ ତାଙ୍କୁ ମଧ୍ୟ ଗୀତ ଗାଇବାକୁ କହୁଛନ୍ତି । ତେବେ ହର୍ଷଦୀପ କୌରଙ୍କ କହିବା ପରେ ଆଲିଆ ତାଙ୍କ ସହିତ ଗୀତ ଗାଇବା ଆରମ୍ଭ କରୁଛନ୍ତି । ଏହା ସହ ସେଠାରେ ଥିବା ଲୋକମାନେ ଆଲିଆଙ୍କ ଗୀତ ଶୁଣିବା ପରେ, ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି । ଏବେ ଆଲିଆଙ୍କ ଏହି ଭିଡିଓ ଜୋରସୋର ଭାଇରାଲ ହେବାରେ ଲାଗିଛି ଏବଂ ଫ୍ୟାନ୍ସ ଏଥିରେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରୁଛନ୍ତି ।

ଆଲିଆ ଭଟ୍ଟଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅପ୍‌କମିଂ ଦିନମାନଙ୍କରେ ଅଭିନେତ୍ରୀ ‘ଲଭ୍‌ ଆଣ୍ଡ ଓ୍ଵାର’, ଜିଗରି’, ୟଶ ରାଜ ବ୍ୟାନରର ସ୍ପାଇ ଥ୍ରୀଲର ଏବଂ ‘ବ୍ରହ୍ମାସ୍ତ୍ର ୨’ ଭଳି ଅନେକ ସିନେମାରେ ଦେଖିବାକୁ ମିଳିବେ ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.