Below header

ପଞ୍ଜାବରେ ରହିଛି ଏମିତି ଏକ ଗାଁ, ଯେଉଁଠି ପରିଚୟ ବନିଥାଏ ଘରର ପାଣିଟାଙ୍କି

ସାଧାରଣତଃ ଘରର ଠିକଣା କିମ୍ବା ଘର ବାହାରେ ଲେଖା ହୋଇଥିବା ନାଁରୁ ଘରକୁ ଚିହ୍ନଟ କରାଯାଇଥାଏ। କେହି ଏହା ବିନା କାହା ଘରେ ପହଞ୍ଚିପାରି ନ ଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଘରର ଚିହ୍ନଟ ପାଣିଟାଙ୍କି ଦ୍ୱାରା ହିଁ କରାଯାଇଥାଏ। ଏଠାରେ ଘରଗୁଡ଼ିକ ଉପରେ ତିଆରି ହୋଇଥିବା ପାଣିଟାଙ୍କି ଏତେ ଖାସ୍ ଯେ ଯାହା ସାଧାରଣ ପାଣିଟାଙ୍କିଠାରୁ ପୂରାପୂରି ଭିନ୍ନ।

pani3

ପଞ୍ଜାବର ଜଳନ୍ଧର ନିକଟରେ ରହିଛି ଓପ୍ପଲା ଗାଁ। ଏହାକୁ ପାଣିଟାଙ୍କି ଗାଁ ବି କୁହାଯାଇଥାଏ। ଏଠାରେ ସମସ୍ତଙ୍କ ଘରର ପରିଚୟ ସେମାନଙ୍କ ଘରେ ବନାଯାଇଥିବା ଅଜବ ପାଣିଟାଙ୍କି ହିଁ ହୋଇଥାଏ। ଏପରି କି, ସେଠାକାର ଲୋକଙ୍କୁ ମଧ୍ୟ ଏଭଳି ଢଙ୍ଗରେ ଚିହ୍ନା ଯାଇଥାଏ।
ଏହି ଗାଁରେ କେବଳ ପାଣିଟାଙ୍କିକୁ ମନେ ରଖିବାକୁ ପଡ଼ିଥାଏ। ଉଡ଼ାଜାହାଜ, ଘୋଡ଼ା, ଗୋଲାପ ଫୁଲ, କାର୍‌, ବସ୍ ଆଦି ଆକାରରେ ପାଣିଟାଙ୍କି ଲୋକଙ୍କ ଘର ଉପରେ ତିଆରି ହୋଇଥାଏ।

pani1

ଏହାସହ ପଢ଼ନ୍ତୁ: ଏଠାରେ ଝିଅ ହୋଇଥାଏ ନିଜ ମା’ର ହିଁ ସଉତୁଣୀ! ଜାଣନ୍ତୁ କେଉଁଠି ରହିଛି ଏଭଳି ଅଜବ ପରମ୍ପରା

ଯଦି କୌଣସି ଘର ଉପରେ ଆର୍ମି ଟ୍ୟାଙ୍କ୍ ନଜର ଆସିଥାଏ, ତେବେ ତାହା ଜଣେ ଆର୍ମି ସଦସ୍ୟଙ୍କ ଘର ବୋଲି ଚିହ୍ନିବାକୁ ପଡ଼େ। ୭୦ ବର୍ଷ ପୂର୍ବେ ଗାଁର ଜଣେ ବ୍ୟକ୍ତି ଏହାକୁ ଆରମ୍ଭ କରିଥିଲେ। ବ୍ୟକ୍ତି ଜଣକ ହଙ୍ଗକଙ୍ଗ୍ ଯିବାର ଥିଲା। ତେଣୁ ସେ ନିଜ କୋଠାଘର ଉପରେ ପାଣି ଜାହାଜ ଆକାରରେ ଏକ ପାଣିଟାଙ୍କି ବନାଇଥିଲେ।। ଏହାକୁ ଗ୍ରାମବାସୀ ଖୁବ୍ ପସନ୍ଦ କରିଥିଲେ। ଧୀରେ ଧୀରେ ସମସ୍ତେ ଏହାକୁ ଆପଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.