Below header

ସାଧାରଣ ଜ୍ୱର କିମ୍ବା ଥଣ୍ଡା କାଶ ହେଲେ ଖାଆନ୍ତୁ ନାହିଁ ଆଣ୍ଟିବାୟୋଟିକ୍ସ, ନଚେତ ଶରୀର ହୋଇପାରେ ପଙ୍ଗୁ

ସାଧାରଣ ଥଣ୍ଡା ହେଉ ଅବା ଜ୍ୱର ଆମେ କେମେଷ୍ଟି ପାଖକୁ ଯାଇକି ଆଣ୍ଟିବାୟୋଟିକ୍ସ ଔଷଧ ଆଣି ଖାଇଦେଉ। ଆଜିକାଲି ମଧ୍ୟ ଏହି ଆଣ୍ଟିବାୟୋଟିକ୍ସର ବ୍ୟବହାର ଅଧିକ ମାତ୍ରାରେ କରାଯାଉଛି। ଆମ ଆଖପାଖରେ ଏପରି ଅନେକ ଲୋକ ରହିଛନ୍ତି, ଯେଉଁମାନେ ଏହିସବୁ ଆଣ୍ଟିବାୟୋଟିକ୍ସ ଖାଇବା ବେଳେ ଅସାବଧାନତା କରନ୍ତି। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଥଣ୍ଡା, ଜ୍ୱର, କାଶ ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଖାଇବା ଶରୀର ପାଇଁ କ୍ଷତିକାରକ। ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି।

ଆଲେକ୍ସ ମିଡଲଟନ ନାମକ ଜଣେ ବ୍ୟକ୍ତି ଆଣ୍ଟିବାୟୋଟିକ୍ସ ଅଧିକ ସେବନ କରିବା ଦ୍ୱାରା ତାଙ୍କ ଅବସ୍ଥା ସଂପୂର୍ଣ୍ଣ ଭାବେ ଖରାପ ହୋଇଯାଇଥିଲା। ଆଉ ଆଲେକ୍ସ ଏବେ ଅନ୍ୟଜଣକଙ୍କ ଉପରେ ହିଁ ନିର୍ଭର କରୁଛନ୍ତି। ଦୈନନ୍ଦିନ ଜୀବନର ଯେକୌଣସି କାମ ହେଉ ନା କାହିଁକି ସେ ଅନ୍ୟ ଜଣକ ଉପରେ ନିର୍ଭର କରୁଛନ୍ତି।

୨୬ ବର୍ଷୀୟ ଆଲେକ୍ସ ମିଡଲଟନଙ୍କର ସଂକ୍ରମଣ ହୋଇଥିଲା। ଯାହା ପରେ ଡାକ୍ତର ତାଙ୍କୁ ଆଣ୍ଟିବାୟୋଟିକ୍ସ ହାଇଡୋଜ ଦେଇଥିଲେ। ଆଲେକ୍ସ ପୂର୍ବରୁ ଦୁଇଟି ମେଡିସିନ ଖାଇଥିଲେ, ତା’ ପରେ ଆଣ୍ଟିବାୟୋଟିକ୍ସର ହାଇଡୋଜ ଖାଇଦେଇଥିଲେ। ଆଣ୍ଟିବାୟୋଟିକ୍ସ ନେବାର ୨ ଦିନ ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଆଲେକ୍ସ ପୂର୍ବରୁ ସୁସ୍ଥ ରହିଥିଲେ କିନ୍ତୁ ଏବେ ଆଉ ଚାଲିପାରୁନାହାନ୍ତି।

medicine

ଆଲେକ୍ସଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଏହି ସମସ୍ୟା ଆଣ୍ଟିବାୟୋଟିକ୍ସ ଯୋଗୁଁ ହୋଇଛି। ଆଲେକ୍ସଙ୍କ ମା ମିଶେଲ ମିଡଲଟନ କହିଛନ୍ତି, ଆଲେକ୍ସଙ୍କୁ ବର୍ଷେ ପୂର୍ବରୁ ପେଟରେ ଯନ୍ତ୍ରଣା ହେଉଥିଲା। ଡାକ୍ତରଙ୍କ ମୁତାବକ, ତାଙ୍କୁ ନନ୍‌ ସ୍ପେସିଫିକ୍‌ ସଂକ୍ରମଣ ହୋଇଥିଲା। କିନ୍ତୁ ଆଣ୍ଟିବାୟୋଟିକ୍ସର ଅଧିକ ସେବନ ଯୋଗୁଁ ତାଙ୍କର ଏହି ଅବସ୍ଥା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.