ମେରୀଙ୍କୁ ମିଳିଲା ନ୍ୟାୟ : ବାସନ ମଜାଳିରୁ ହେବେ କୋଟିପତି , ଏମିତି ଥିଲା ସଂଘର୍ଷ

କୋନରାଡ: କୋନରାଡର ପାର୍କ ହୋଟେଲ ଆଣ୍ଡ ରିସର୍ଟରେ ବାସନ ମାଜିବା କାମ କରୁଥିବା ଜଣେ ମହିଳାଙ୍କ ସପକ୍ଷରେ ଯାଇଛି ରାୟ । ୨୦୧୬ରୁ ନିଜର ସଂଘର୍ଷ ଜାରି ରଖିଥିବା ଏହି ମହିଳାଙ୍କୁ କୋର୍ଟ ଦେଇଛନ୍ତି ନ୍ୟାୟ । ମେରୀ ଜ୍ୟା ପିୟରେ ନାମକ ଜଣେ ମହିଳା କୋନରାଡର ମିଆମି ହୋଟେଲରେ ଦୀର୍ଘ ୬ ବର୍ଷ ଧରି ବାସନ ମାଜିବା କାମ କରୁଥିଲେ ।

ସୂଚନାଅନୁଯାୟୀ, ଏହି ହୋଟେଲର କିଚେନ ମ୍ୟାନେଜର ୨୦୧୫ ମସିହାରେ ରବିବାରେ ଦିନ ମଧ୍ୟ ମେରୀଙ୍କୁ କାମ କରିବାକୁ ଡାକିବା ପାଇଁ ହୋଟେଲ ପ୍ରଶାସନକୁ ଅନୁରୋଧ କରିଥିଲେ । ଯାହାକୁ ହୋଟେଲ ପ୍ରଶାସନ ମଧ୍ଯ ଗ୍ରହଣ କରି ମେରୀଙ୍କୁ କାମ କରିବାକୁ କହିଥିଲେ। ତେବେ ମେରୀଙ୍କୁ ରବିବାରେ ମଧ୍ୟ କାମ କରିବାକୁ ଯିବାକୁ ପଡିଥିଲା ।

dishwashingମେରୀ କ୍ରାଇଷ୍ଟ ଚର୍ଚ୍ଚର ମିଶନାରୀ ଗ୍ରୁପ ସୋଲଜର ନାମକ ଏକ ଧାର୍ମିକ ସେବଚ୍ଚାସେବୀ ସଂସ୍ଥାର ସଦସ୍ୟ ଥିଲେ । ଯେଉଁ ସଂସ୍ଥା ଗରୀବଙ୍କ ପାଇଁ କାମ କରିଥାଏ । ରବିବାର ଚର୍ଚ୍ଚରେ ବହୁତ କାମ ଥାଏ । ସେଥିପାଇଁ ମେରୀ ହୋଟେଲର କର୍ମଚାରୀ ଆପ ଜରିଆରେ ଅନ୍ୟ କର୍ମଚାରୀଙ୍କ ସହିତ ସହମତି ଭିତ୍ତିରେ ନିଜର ସିଫ୍ଟ ପରିବର୍ତ୍ତନ କହିଥିଲେ ମଧ୍ୟ ହୋଟେଲ ପ୍ରଶାସନ ଗ୍ରହଣ କରିନଥିଲା । ଯାହାକୁ ନେଇ ୨୦୧୬ ମସିହାରେ ଠିକ କାମ କରୁନଥିବା ଦର୍ଶାଇ ମେରୀଙ୍କୁ ହୋଟେଲ ପ୍ରଶାସନ ଚାକିରୀରୁ ବହିଷ୍କାର କରିଥିଲା ।

plateଏହା ବିରୋଧରେ ୨୦୧୭ ମସିହାରେ ମେରୀ ଅଦାଲତର ଆଶ୍ରୟ ନେଇଥିଲେ । ତାଙ୍କ କ୍ଷେତ୍ରରେ ୧୯୬୪ର ମସିହାର ନାଗରିକ ଅଧିକାର ଆଇନ ଉଲଂଘନ ହୋଇଛି ବୋଲି ସେ ଅଦାଲତରେ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗର ଶୁଣାଣି କରି ଅଦାଲତ ସଂପୃକ୍ତ ହୋଟେଲକୁ ଦୋଷୀ ସାବ୍ୟସ୍ତ କରିବା ସହ ମେରୀଙ୍କୁ  ଦେଢ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.