ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାରର ରହସ୍ୟ

ନୃସିଂହ ଅବତାର ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର। ଉଲ୍ଲେଖ ରହିଛି ଭଗବାନ ବିଷ୍ଣୁ ରାକ୍ଷସ ହିରଣ୍ୟକଶ୍ୟପର ବିନାଶ କରିବା ପାଇଁ ନୃସିଂହ ଅବତାର ଧାରଣ କରିଥିଲେ। କଳ୍ପନାରେ ନରସିଂହଙ୍କ ଚେହେରା ମଶିଷ ଶରୀରରେ ସିଂହ ଭଳି ମୁଣ୍ଡ ଏବଂ ପଞ୍ଝା ରହିଥାଏ।
ଭାଗବତ ପୁରାଣ ଅନୁଯାୟୀ ହିରଣ୍ୟାକ୍ଷର ଛୋଟ ଭାଇ ହିରଣ୍ୟକଶ୍ୟପ ନିଜ ଭାଇର ମୃତ୍ୟୁ ପାଇଁ ଭଗବାନ ବିଷ୍ଣୁଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଚାହୁଁଥିଲେ। ହିରଣ୍ୟକଶ୍ୟପର ଅନେକ ବର୍ଷ ତପସ୍ୟା ପରେ ଭଗବାନ ବ୍ରହ୍ମା ତାଙ୍କୁ ସର୍ତ୍ତ ଉପରେ ଅମରତ୍ୱର ବର ପ୍ରଦାନ କରିଥିଲେ। ଭଗବାନ ବ୍ରହ୍ମା ହିରଣ୍ୟକଶ୍ୟପକୁ କୌଣସି ମନୁଷ୍ୟ, ପଶୁ, ସଇତାନ କିମ୍ବା ଭଗବାନଙ୍କ ଦ୍ୱାରା ବିନାଶ କରାଯାପାରିବ ନାହିଁ। ସେ ଦିନ କିମ୍ବା ରାତିରେ ମରିପାରିବେ ନାହିଁ। ଷ୍ଟିଲ୍‌, ପଥର, ବାଡି କିମ୍ବା ଘରର ବାହାର ହେଉ କି ଭିତର କୌଣସି ସ୍ଥାନରେ ତାଙ୍କର ବଧ ହୋଇପାରିବ ନାହିଁ। ନିଜର ମୃତ୍ୟୁକୁ ଇଛା ଅନୁସାରେ ହାସଲ କରିସାରିବା ପରେ ହିରଣ୍ୟକଶ୍ୟପ ସବୁ କିଛି ଜିତିବାର ଲକ୍ଷ୍ୟ ରଖି ଅତ୍ୟାଚାରୀ ହୋଇଯାଇଥିଲେ।

Hiranyakashipuହିରଣ୍ୟକଶ୍ୟପୁ ଏବଂ ତାଙ୍କର ପତ୍ନୀ କୟାଧୁ ପ୍ରହଲ୍ଲାଦଙ୍କୁ ଜନ୍ମ ଦେଇଥିଲେ, ଯିଏ ବଡ ହେବା ପରେ ଭଗବାନ ବିଷ୍ଣୁଙ୍କ ଭକ୍ତ ହୋଇଥିଲେ। କିନ୍ତୁ ପୁତ୍ର ଭଗବାନ ବିଷ୍ଣୁଙ୍କୁ ଭକ୍ତି କରୁଥିବାରୁ ହିରଣ୍ୟକଶ୍ୟପ ସର୍ବଦା କ୍ରୋଧିତ ହେଉଥିଲେ। ଏହାପରେ ରାଜା ନିଜର ପୁତ୍ରଙ୍କୁ ଭଗବାନ ବିଷ୍ଣୁଙ୍କ ଉପସ୍ଥିତି ପ୍ରମାଣିତ କରିବା ପାଇଁ କହିଥିଲେ। ଏହି ସମୟରେ ପୁତ୍ର ପ୍ରହଲ୍ଲାଦ ଏକ ସ୍ତମ୍ଭ ନିକଟକୁ ଯାଇ ଏଠାରେ ଭଗବାନ ବିଷ୍ଣୁ ରହିଥିବା କଥା କହିଥିଲେ। ଏହାଶୁଣି ରାଜା ହିରଣ୍ୟକଶ୍ୟପ ରାଗରେ ଜର୍ଜରିତ ହୋଇ ନିଜର ଅସ୍ତ୍ର ସାହାଯ୍ୟରେ ସ୍ତମ୍ଭକୁ ମାରିଥିଲେ। ଏହାପରେ ସ୍ତମ୍ଭ ଭିତରୁ ସିଂହ ଗର୍ଜନ ଭଳି ଏକ ଶଦ୍ଧ ଶୁଣାଯିବା ସହ ଭଗବାନ ବିଷ୍ଣୁ ନରସିଂହ ଅବତାର ଧାରଣ କରି ପ୍ରକଟ ହୋଇଥିଲେ।

ଏହାସହ ପଢନ୍ତୁ: ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ବରାହ ଅବତାରର ରହସ୍ୟ

ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାର ଅଧା ସିଂହ ଏବଂ ଅଧା ମଣିଷ ଭଳି। ହିରଣ୍ୟକଶ୍ୟପର ବଧ ମଧ୍ୟ ଗୋଧୂଳି ସମୟରେ ହୋଇଥିଲା, ଯାହା ଦିନ ନଥିଲା କି ରାତି ମଧ୍ୟ ନଥିଲା। ସେହିପରି ଭଗବାନ ନରସିଂହ ସିଡି ଉପରେ ବସି ହିରଣ୍ୟକଶ୍ୟପର ବଧ କରିଥିଲେ କାରଣ ଏହା ମଧ୍ୟ ଘରର ଭିତର କିମ୍ବା ବାହାର ନଥିଲା। ଏସବୁ ସହ ଭଗବାନ ନରସିଂହ ନିଜର ନଖ ସାହାଯ୍ୟରେ ହିରଣ୍ୟକଶ୍ୟପର ପେଟ ଚିରି ଦେଇଥିଲେ। ତତ୍‌କ୍ଷଣାତ୍‌ ରାଜା ହିରଣ୍ୟକଶ୍ୟପଙ୍କର ମୃତ୍ୟୁ ହୋଇଯାଇଥିଲା। ଭଗବାନ ବିଷ୍ଣୁ ଭକ୍ତ ରୂପେ ପ୍ରହଲ୍ଲାଦଙ୍କୁ ପୁରସ୍କୃତ କରାଯିବା ସହ ପୁଣି ଥରେ ଦୁନିଆରୁ ଅତ୍ୟାଚାର ଦୂର ହୋଇଥିଲା।

Leave A Reply

Your email address will not be published.