ବାଲେଶ୍ୱରର ପ୍ରାଚୀନ ଶ୍ୟାମସୁନ୍ଦର ମନ୍ଦିର, ଯେଉଁଠି ପ୍ରଭୁ ନିଜେ ଆସି ସାଲବେଗଙ୍କୁ ଦେଇଥିଲେ ଚରଣାମୃତ

ବାଲେଶ୍ୱର ର ବହୁ ପୁରାତନ ଐତିହ ମାନଙ୍କ ମଧ୍ୟରୁ ସହରର ଦାମୋଦର ପୁର ଠାରେ ଥିବା ଶ୍ୟାମସୁନ୍ଦର ମନ୍ଦିର ଅନ୍ୟତମ। ଯେଉଁଠି ଭକ୍ତ ସାଲବେଗଙ୍କ ପାଇଁ ପ୍ରଭୁ ଶ୍ୟାମସୁନ୍ଦରଜୀଉଙ୍କ ଦର୍ଶନ ନିମନ୍ତେ କାନ୍ଥରେ ଏକ କଣା କରାଯାଇଥିଲା । ଯାହାକୁ ପତିତ ପାବନ ଗବାକ୍ଷ ବା ଲୋକ ମତରେ ସାଲବେଗ କଣା କୁହାଯାଏ । ଓଡିଶାର ବହୁ ପୁରାତନ ସହର ମାନଙ୍କ ମଧ୍ୟରେ ବାଲେଶ୍ୱର ହେଉଛି ଅନ୍ୟତନ । ଏଠାକାର ସଂସ୍କୃତି ଯେତିକି ପ୍ରାଚିନ ସ୍ଥାପତ୍ୟ ସେତିକି ରହସ୍ୟମୟ । ବାଲେଶ୍ୱର ରେ ରହିଥିବା ଅନେକ କୀର୍ତ୍ତିରାଜି ମାନଙ୍କ ମଧ୍ୟରୁ ସହରର ଦାମୋଦର ପୁର ଠାରେ ଥିବା ପ୍ରଭୂ ଶ୍ୟାମ ସୁନ୍ଦରଜୀଉଙ୍କ ମନ୍ଦିର ଓ ବିଗ୍ରହଙ୍କ ବିରାଜମାନକୁ ଯଦି ଅନୁଧ୍ୟାନ କରାଯାଏ ତେବେ ଅନେକ ରହସ୍ୟମୟ ଘଟଣାବଳୀ ପ୍ରଛଦରେ ଲୁଚି ରହିଛି । ମନ୍ଦିର ର କାରୁକାର୍ଯ୍ୟ ଓ କୀର୍ତ୍ତିକଳାପକୁ ଅନୁଧ୍ୟାନ କଲେ ଏହା ବଙ୍ଗୀୟ ମନ୍ଦିର ମାନଙ୍କର ଢାଂଚା ସହ ସମକକ୍ଷ ଲାଗୁ ଥିବା ବେଳେ ମନ୍ଦର କୁ ସେହି ସମୟରେ ବାଲେଶ୍ୱରରେ କିଛି ଜମିଦାର ପରିବାରମାନେ ନିର୍ମାଣ କରିଥିଲେ ।

templeମନ୍ଦିରର ସ୍ୱତନ୍ତ୍ରତା କହିଲେ ମନ୍ଦିର ବାହାର ପାର୍ଶ୍ୱରେ ଥିବା କୋରଡରେ ଶୁଆମାନେ ରହୁଥିବା ବେଳେ ମନ୍ଦିର ପାଚେରୀରେ ଥିବା ପତିତ ପାବନ ଗବାକ୍ଷ ବା ଲୋକ ମତରେ ସାଲ ବେଗକଣା ଦେଖିବାକୁ ମିଳିଛି। ଯବନ ଭକ୍ତ ସାଲବେଗ ଙ୍କ ସହ ଶ୍ୟାମସୁନ୍ଦର ମନ୍ଦିରର ସଂପର୍କ କୁ ପ୍ରମାଣିତ କରୁଛି । ଐତିହାସିକ ଏବଂ ସ୍ଥାନୀୟ ଲୋକଙ୍କ ମତ ଅନୁସାରେ ୧୬୦୮ ମସିହାରେ ଗଡଯାତ ଓ ମୋଗଲ ବନ୍ଦି ମଧ୍ୟରେ ଘମାଘୋଟ ଲଢେଇ ରେ ସାଲବେଗ ଙ୍କ ବାପା ଲାଲବେଗ , ସାଲବେଗଙ୍କୁ ଏହି ଯୁଦ୍ଧ ରେ ନିୟୋଜିତ କଲେ ଫଳରେ ଆଦିବାସୀ ସୈନ୍ୟଙ୍କ ଦ୍ୱାରା ସାଲବେଗ କ୍ଷତ ବିକ୍ଷତ ହୋଇଥିଲେ । ପରେ ସୁସ୍ଥ ହୋଇ ସାଲବେଗ କଟକର ଲାଲବାଗ କୁ ପଲେଇ ଯାଇଥିଲେ । ଏହାପରେ ପରେ ବଙ୍ଗପ୍ରଦେଶରେ ଏକ ଯୁଦ୍ଧରେ ଲାଲବେଗଙ୍କ ମୃତ୍ୟୁ ହୋଇଥିଲା । ଲାଲବେଗଙ୍କ ମୃତ୍ୟୁ ପରେ ସାଲବେଗ ଓ ତାଙ୍କ ମାତାଙ୍କୁ କଟକରେ ବହୁ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡିବାରୁ ସାଲବେଗ ପୁନଃ ଜନ୍ମସ୍ଥଳୀ ବାଲେଶ୍ୱର କୁ ଚାଲି ଆସିଥିଲେ ।

templeପାଖାପାଖି ସାଲବେଗ ୧୬୦୮ ରୁ ୧୬୧୫ ମସିହା ପର୍ଯ୍ୟନ୍ତ ବାଲେଶ୍ୱରରେ ରହିଥିବା ବେଳେ ସେ ଜାତିରେ ଯବନ ହୋଇଥିବାରୁ ତାଙ୍କ ପାଇଁ ମନ୍ଦିର କାନ୍ଥରେ ଏକ କଣା କରାଯାଇଥିଲା । ପ୍ରତିଦିନ ସାଲବେଗ ଏହି କଣା ଦେଇ ପ୍ରଭୂ ଶ୍ୟାମ ସୁନ୍ଦରଙ୍କୁ ଦର୍ଶନ କରୁଥିଲେ । ଏଭଳିକି ସାଲବେଗ ପ୍ରତିଦିନ ପ୍ରଭୂଙ୍କ ଚରଣାମୃତ ପାନ ପାଇଁ ପୂଜାରୀଙ୍କୁ ସ୍ୱର୍ଣ୍ଣ ମୁଦ୍ରା ଦେଉଥିବା ବେଳେ ପୁଜାରୀ ୩ ଦିନ ପ୍ରଭୂଙ୍କୁ କାର୍ଯ୍ୟରେ ନିୟୋଜିତ ନଥିବାରୁ ପ୍ରଭୂ ନିଜେ ପୂଜାରୀ ରୁପରେ ଆସି ସାଲବେଗଙ୍କୁ ଚରଣାମୃତ ଦେଇଥିବାର ଐତିହାସିକ ମାନ ଉଲ୍ଲେଖ କରାଯାଇଛି।

templeଐତିହାସିକଙ୍କ ମତ ଅନୁସାରେ ବାଲେଶ୍ୱର କୋସାମ୍ବ ବନ୍ଦରରୁ ୩୭ ଟି ଦେଶର ବଣିକ ମାନେ ବଣିଜ କରିବାକୁ ଆସୁଥିଲେ । ସେତେବେଳର ବାଲେଶ୍ୱର ଭୟାନିଧୀ ନାମକ ଜଣେ ସୁବର୍ଣ୍ଣ ବଣିକ ବଣିଜ ବେଳେ ଗଭୀର ସମୁଦ୍ରରୁ ପ୍ରଭୂ ଶ୍ୟାମ ସୁନ୍ଦରଙ୍କୁ ପାଇଥିଲେ । ଆଉ ସେବେଠାରୁ ଏକ ଛୋଟିଆ ମନ୍ଦୀରରେ ଶ୍ୟାମ ସୁନ୍ଦରଜୀଉଙ୍କ ବିଗ୍ରହକୁ ପୂଜା କରାଯାଉଥିଲା । ପରେ ପ୍ରଭୂ ଶ୍ୟାମ ସୁନ୍ଦରଙ୍କ ବିଗ୍ରହଙ୍କୁ ବାରିପଦାର ରାଜା ଦାମୋଦର ଭଞ୍ଜ ଙ୍କ ମାନସ ଦେବୀ କନ୍ୟା ରାଧାରାଣୀ ଙ୍କ ସହ ବିବାହ ରାଯାଇଥିଲା ଯେଉଁ ବିଗ୍ରହକୁ  ରାଜା ସ୍ୱପ୍ନାଦେଶ ରେ ସିମିଳିପାଳ ଜଙ୍ଗଲରୁ ପାଇଥିଲେ ।

ଏହାସହ ପଢନ୍ତୁ: ବିଷ୍ଣୁଙ୍କ ମୂର୍ତ୍ତିକୁ କ’ଣ ପାଇଁ ୪୦ ବର୍ଷ ପର୍ଯ୍ୟନ୍ତ ଜଳମଗ୍ନ କରି ରଖାଯାଏ, ଜାଣନ୍ତୁ କ’ଣ ରହିଛି ପୌରାଣିକ କାହାଣୀ

ଲୋକଙ୍କ ମତରେ ସେବେ ଠାରୁ ପ୍ରଭୂ ଶ୍ୟାମସୁନ୍ଦର ବାଲେଶ୍ୱର ପୁଅ ଓ ଦେବୀ ରାଧାରଣୀ ମୟୁର ଭଞ୍ଜ ଝିଅ ବୋଲି ପରିଚିତ । ମନ୍ଦିରରେ ରାଧା ଓ କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତୀ କୁ ଅନୁଧ୍ୟାନ କଲେ ଦୁଇ ମୂର୍ତ୍ତୀଙ୍କ ମଧ୍ୟରେ ଉଚତାରେ ବେଶ ତାରତମ୍ୟ ରହିଛି ।
ବାଲେଶ୍ୱରରେ ଏହି ମନ୍ଦିର ପୌରାଣିକ କିର୍ତ୍ତୀରାଜି ମାନଙ୍କ ଠାରୁ ଅନ୍ୟତମ ହୋଇଥିବା ବେଳେ ବର୍ତ୍ତମାନ ଏହା ରକ୍ଷଣା ବେକ୍ଷଣାର ଆବଶ୍ୟକତା ହୋଇ ପଡିଛି ।
ବାଲେଶ୍ୱର ରୁ ଆଶୁତୋଷ ମଲିକ ଙ୍କ ରିପୋର୍ଟ କେନ୍ୟୁଜ୍ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.