ଆପଣ ଜାଣିଛନ୍ତି କି ‘ପଟିୟାଲା ପେଗ୍‌’ କାହିଁକି ହୋଇଛି ଓ୍ଵାର୍ଲ୍ଡ ଫେମସ୍‌? ଜାଣନ୍ତୁ ଏହା ପଛର ରୋଚକ କଥା

ଆପଣ ମଦ ପିଅନ୍ତୁ ଅବା ନ ପିଅନ୍ତୁ, କିନ୍ତୁ ପଟିୟାଲା ପେଗ୍‌ ବିଷୟରେ ନିଶ୍ଚିତ ଶୁଣିଥିବେ। ଯଦି ଆପଣଙ୍କୁ ଜଣା ନ ଥିବ, ତା’ହେଲେ ଗୀତରେ ପକ୍କା ଶୁଣିଥିବେ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଏହାକୁ ‘ପଟିୟାଲା ପେଗ୍‌’ କାହିଁକି କୁହାଯାଇଥାଏ? ଆଜି ଆମେ ଏହାର ଖାସିୟତ୍‌ ବିଷୟରେ କହିବାକୁ ଯାଉଛୁ।

ପଟିୟାଲା ପେଗ୍‌ ୧୯୨୦ରେ ପଟିୟାଲାର ମହାରାଜା ଭୂପିନ୍ଦର ସିଂଙ୍କ ଉପହାର ଅଟେ। ବ୍ରିଟିଶ୍‌ ଏକାଦଶ ସହ ହୋଇଥିବା କ୍ରିକେଟ୍‌ ମ୍ୟାଚ୍‌ରେ ମହାରାଜା ଇଂରେଜ୍‌ମାନଙ୍କୁ ହରାଇ ଦେଇଥିଲେ। ଏହି ମ୍ୟାଚ୍‌ର ପାର୍ଟିରେ ‘ପଟିୟାଲା ପେଗ୍‌’ର ଜନ୍ମ ହୋଇଥିଲା। ବହୁତ କମ୍‌ ଲୋକ ଜାଣିଥିବେ, ଭାରତରେ ମହାରାଜା ରାଜିନ୍ଦର ସିଂଙ୍କ ଯୋଗୁ କ୍ରିକେଟ୍‌ ଖେଳ ଆରମ୍ଭ ହୋଇଥିଲା।

peg3

ଏହାସହ ପଢ଼ନ୍ତୁ: ପୃଥିବୀର ସବୁଠୁ ବୃହତ ପ୍ରାଣୀ କେମିତି ହେଲା ନୀଳ ତିମି, ଜାଣନ୍ତୁ ଏହା ପଛର କାରଣ

ମହାରାଜା ରାଜିନ୍ଦର ସିଂଙ୍କର କ୍ରିକେଟ ଖେଳ ପ୍ରତି ବହୁତ ରୁଚି ଥିଲା। ଏଥିପାଇଁ ସେ ପଟିୟାଲାରେ ବିଶ୍ୱ ପ୍ରସିଦ୍ଧ କ୍ରିକେଟ୍‌ ଖେଳାଳୀମାନଙ୍କୁ ଡାକୁଥିଲେ। ଯେପରି ଲୋକେ କ୍ରିକେଟ ପ୍ରଶିକ୍ଷଣ ଏବଂ ନୂଆ କୌଶଳ ବିଷୟରେ ଅବଗତ ହୋଇପାରିବେ। ଏହାପରେ ପରମ୍ପରା ଆଗକୁ ବଢ଼ାଇଥିଲେ ମହାରାଜା ଭୂପିନ୍ଦର ସିଂ। ସେ ଇଣ୍ଡଲରେ ଭାରତ ଏକାଦଶ ତରଫରୁ ବର୍ଷ ୧୯୧୧-୧୨ରେ ଔପଚାରିକ ଭାବେ ଟେଷ୍ଟ୍‍ ମ୍ୟାଚ୍‌ ଖେଳିଥିଲେ। ସେଠାରୁ ଫେରିବା ପରେ କ୍ରିକେଟ ତାଙ୍କ ସଉକ ବନିଯାଇଥିଲା। ସେ ରୋଡ୍‌ସ, ନ୍ୟୁମେନ୍‌, ରବିନ୍ସଙ୍କ ଭଳି ମହାନ୍‌ ଖେଳିଳୀଙ୍କୁ ପଟିୟାଲା ଆମନ୍ତ୍ରିତ କରିଥିଲେ।

peg4

ଏହାସହ ପଢ଼ନ୍ତୁ: ଏଠାରେ ଭୂତକୁ ଦିଆଯାଇଥାଏ ଥାର୍ଡ ଡିଗ୍ରୀ, ଯେଉଁଠି ବିଚାର କରିଥାନ୍ତି ହନୁମାନ

ବର୍ଷ ୧୯୨୦ରେ ଆମ୍ବାଲା କାଣ୍ଟନମେଣ୍ଟରେ ଡଗଲସ୍‌ ଏକାଦଶ ବିରୋଧରେ ଚାଲିଥିବା ମ୍ୟାଚ୍‌ରେ ମହାରାଜା ୨୪୨ ରନ୍‌ କରିଥିଲେ। ଏଥିରେ ସେ ୧୬ଟି ଛକା ଏବଂ ୧୪ଟି ଚଉକା ମାରିଥିଲେ। ସେହି ପଡ଼ିଆରେ ଦୁଇଟି ଟିମ୍‌ ପାଇଁ ଡିନର ବ୍ୟବସ୍ଥା କରାଯାଇଥିଲା। କୁହାଯାଏ କି, ନିଜ ବିଶାଳ ରନ୍‌ ପାଇଁ ମହାରାଜା ଏତେ ଖୁସି ଥିଲେ ଯେ ସେ ନିଜେ ହିଁ ଗ୍ଲାସରେ ହ୍ଵିସ୍କି ଢାଳି ପାର୍ଟି ଆରମ୍ଭ କରିଥିଲେ। ଗ୍ଲାସରେ ମଦର ମାତ୍ରା ପାଖାପାଖି ଦୁଇଗୁଣା ଥିଲା। ଯେତେବେଳେ କର୍ଣ୍ଣଲ ଡଗଲସ୍‌କୁ ଚିୟର୍ସ କହିବା ପାଇଁ ଗ୍ଲାସ୍‌ ଦିଆଯାଇଥିଲା, ସେତେବେଳେ ସେ ଉତ୍ସୁକତାବଶତଃ ମହାରାଜାଙ୍କୁ ସେହି ପେଗ୍‌ ବିଷୟରେ ପଚାରିଥିଲେ।

ଏହାସହ ପଢ଼ନ୍ତୁ: ଜାଣନ୍ତୁ ଏମିତି ଏକ ଅଦ୍ଭୁତ ଜଙ୍ଗଲ ବିଷୟରେ ଯେଉଁଠିକୁ ଗଲେ ମଣିଷ ଗାୟବ ହୋଇଯାନ୍ତି

ମହାରାଜା ହସି ହସି କହିଥିଲେ, ‘ଆପଣ ପଟିୟାଲାରେ ଅଛନ୍ତି ମୋ ଅତିଥି, ଟୋଷ୍ଟ୍‍ ସହ ପଟିୟାଲା ପେଗ୍‌ରୁ କମ୍‌ କିଛି ବି ଚଳିବନି’। ଏହାପରେ ଦୁଇଜଣ ହସି ହସି ଏକ ଘଣ୍ଟାରେ ନିଜ ଗ୍ଲାସ୍‌ ଖାଲି କରିଦେଇଥିଲେ। ସେବେଠାରୁ ବିଭିନ୍ନ ଆୟୋଜନରେ ଅତିଥିମାନଙ୍କୁ ପଟିୟାଲା ପେଗ୍‌ ଅନିବାଯ୍ୟର୍ ରୂପରେ ପରଷାଯିବାର ପରମ୍ପରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.