ଜଣା ପଡ଼ିଲା କେତେ ବର୍ଷ ପୁରୁଣା ଚନ୍ଦ୍ର, ଅଧ୍ୟୟନରୁ ପ୍ରକାଶ ପାଇଲା ନୂଆ ତଥ୍ୟ

ଅଧ୍ୟୟନରେ ଚନ୍ଦ୍ରର ବୟସ ଜଣା ପଡ଼ିଛି । ଚନ୍ଦ୍ର କେତେ ପୁରୁଣା ତାହା ହୁଏତ କେହି ଜାଣି ନଥିବେ । ତେବେ ଚନ୍ଦ୍ରର ବୟସ ଜାଣିବା ପାଇଁ ଚନ୍ଦ୍ରର ଚଟାଣରୁ କିଛି ନମୁନା ବା କ୍ରିଷ୍ଟାଲ ଅଣାଯାଇଥିଲା । ଯେଉଁ କ୍ରିଷ୍ଟାଲର ବର୍ତ୍ତମାନ ଅଧ୍ୟୟନ କରାଯାଇଛି ।

୧୯୭୦ ଦଶକରେ ଆମେରିକାର ସ୍ପେସ୍‌ ଏଜେନ୍ସି ନାସାର ଆପୋଲୋ ମିଶନ ଦ୍ୱାରା ଚନ୍ଦ୍ର ଚଟାଣର ଏକ ନମୁନା ପୃଥିବୀକୁ ଅଣାଯାଇଥିଲା । ଏହି ନମୁନା ଗୁଡିକ ଅନେକ ଥର ପରୀକ୍ଷା କରାଯାଇଛି । କିନ୍ତୁ ଏଥର ଏକ ନୂଆ କଥା ଜଣା ପଡ଼ିଛି ଯାହା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଅଧ୍ୟୟନରେ ଚନ୍ଦ୍ରର ବୟସ ଜଣା ପଡ଼ିଛି । ଚନ୍ଦ୍ର କେତେ ପୁରୁଣା ତାହା ହୁଏତ କେହି ଜାଣି ନଥିବେ । ତେବେ ଚନ୍ଦ୍ରର ବୟସ ଜାଣିବା ପାଇଁ ଚନ୍ଦ୍ରର ଚଟାଣରୁ କିଛି ନମୁନା ବା କ୍ରିଷ୍ଟାଲ ଅଣାଯାଇଥିଲା । ଯେଉଁ କ୍ରିଷ୍ଟାଲର ବର୍ତ୍ତମାନ ଅଧ୍ୟୟନ କରାଯାଇଛି । ଚନ୍ଦ୍ରରୁ ଅଣାଯାଇଥିବା ଏହି କ୍ରିଷ୍ଟାଲ ସବୁଠାରୁ ପୁରୁଣା କ୍ରିଷ୍ଟାଲ୍ ବୋଲି କୁହାଯାଉଛି । ପୂର୍ବ ଟେକନିକ ଦ୍ୱାରା ଚନ୍ଦ୍ରର ବୟସ ୪.୪୨ ବିଲିୟନ ବର୍ଷ ଆକଳନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ହୋଇଥିବା ନୂଆ ଆକଳନ ଅୁନସାରେ ଚନ୍ଦ୍ରର ବର୍ତ୍ତମାନର ବୟସ ଏଠା ଠାରୁ ଅଧିକ ପୁରୁଣା ବୋଲି ଜଣାପଡିଛି ।

ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ନୂଆ ଅଧ୍ୟୟନ ଅନୁସାରେ ଚନ୍ଦ୍ରର ବୟସ ପ୍ରାୟ ୪.୪୬ କୋଟି ବର୍ଷ ବୋଲି ଜଣାପଡିଛି । ଫିଲ୍ଡ ମ୍ୟୁଜିୟମ୍ ଏବଂ ଗ୍ଲାସ୍ ଗୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା ହୋଇଥିବା ଏହି ଅଧ୍ୟୟନ ଜିଓ କେମିକାଲ୍ ପର୍ସପେକ୍ଟିଭ୍ ଲେଟର୍ସ ପତ୍ରିକାରେ ପ୍ରକାଶିତ ହୋଇଛି । ଗ୍ଲାସ୍ ଗୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ତଥା ଅଧ୍ୟୟନର ମୁଖ୍ୟ ଲେଖକ ଡକ୍ଟର ଜେନିକା ଗ୍ରୀର୍ ଏହି ନମୁନାର ବିଶେଷତା ବିଷୟରେ ବର୍ଣ୍ଣନା କରିଥିଲେ।

ଡକ୍ଟର ଗ୍ରୀର୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ମିଳିଥିବା ଚନ୍ଦ୍ରର ଏହା ହେଉଛି ସବୁଠାରୁ ପୁରୁଣା ଚଟାଣର ନମୁନା । ଏହା ଦ୍ୱାରା ପୃଥିବୀ ବିଷୟରେ ମଧ୍ୟ ଅନେକ ସୂଚନା ମିଳି ପାରିବ । ଚନ୍ଦ୍ର ବୟସର ସଠିକ୍ ଆକଳନ ଏହା ଯୋଗାଇ ପାରିବ । ବୈଜ୍ଞାନିକମାନେ ସ୍ପଷ୍ଟ ଭାବରେ ବିଶ୍ୱାସ କରିଛନ୍ତି ଯେ ଚନ୍ଦ୍ରର ସଠିକ୍ ବୟସ ପୃଥିବୀର ଇତିହାସ ଏବଂ ବିକାଶ ବିଷୟରେ ଏହା ସୂଚନା ଦେବ ।

ଏହି ଅଧ୍ୟୟନରେ ଆଟମ୍‌ ପ୍ରୋବ ଟମୋଗ୍ରାଫି ନାମକ ଏକ ନୂଆ ଟେକନିକ ବ୍ୟବହାର ହୋଇଥିଲା । ଏଥିରେ କ୍ରିଷ୍ଟାଲର ପରମାଣୁଗୁଡ଼ିକ ଏକ ଲେଜର ମାଧ୍ୟମରେ ବାଷ୍ପୀଭୂତ କରାଯାଇଥାଏ ଏବଂ ପରେ ପରମାଣୁର ଅଧ୍ୟୟନ କରି ସନ୍ଧାନ କରାଯାଏ । ଅଧ୍ୟୟନର ଅନ୍ୟ ଜଣେ ଲେଖକ ତଥା ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଫିଲିପ୍ ହେକ୍ କହିଛନ୍ତି ଯେ ଚନ୍ଦ୍ର ବିନା ପୃଥିବୀ ବହୁତ ଭିନ୍ନ ଦେଖାଯିବ । ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହି ଅଧ୍ୟୟନର ଅନେକ ପ୍ରଶ୍ନର ଉତ୍ତର ପାଇନାହାଁନ୍ତି । ଚନ୍ଦ୍ର ନିର୍ମାଣ ପାଇଁ କେତେ ସମୟ ଲାଗିଥିଲା, ଏହିପରି ଅନେକ ପ୍ରଶ୍ନର ଉତ୍ତର ମିଳି ନାହିଁ । ଏଥିପାଇଁ ଚନ୍ଦ୍ରର ସଠିକ୍ ବୟସ ବିଷୟରେ ସୂଚନା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରର ବୟସ ୪ କୋଟି ବର୍ଷରୁ ବି ଅଧିକ ପୁରୁଣା ବୋଲି ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.