Below header

ସାଉଥ୍‌ ଅଭିନେତ୍ରୀ ଅମାଲା ପାଲ୍‌ଙ୍କୁ ଜନ୍ମଦିନରେ ମିଳିଲା ବଡ ସରପ୍ରାଇଜ୍‌, ବୟଫ୍ରେଣ୍ଡ କଲେ ପ୍ରପୋଜ୍‌

ଅମାଲା ପାଲ ଗତ କାଲି ସେ ଜନ୍ମଦିନ ବହୁତ ଧୁମ୍‌ଧାମରେ ପାଳନ କରିଛନ୍ତି । ଅଭିନେତ୍ରୀଙ୍କୁ ତାଙ୍କ ଜନ୍ମଦିନ ମଉକାରେ ତାଙ୍କ ବୟଫ୍ରେଣ୍ଡ ଜଗତ ଦେସାଇ ପ୍ରପୋଜ କରିଛନ୍ତି । ତେବେ ପ୍ରପୋଜ କରୁଥିବା ସମୟର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସାଇଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଅମାଲା ପାଲ୍‌ ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫ୍‌କୁ ଏଞ୍ଜୟେ କରୁଛନ୍ତି । ଏହାସହ ଗତକାଲି ସେ ଜନ୍ମଦିନ ବହୁତ ଧୁମ୍‌ଧାମରେ ପାଳନ କରିଛନ୍ତି । କିନ୍ତୁ ଅମାଲା ଗତ କିଛି ବର୍ଷ ହେବ କୌଣସି ନା କୌଣସି କଥାକୁ ନେଇ ଲାଇମ୍‌ ଲାଇଟ୍‌ରେ ରହିଛନ୍ତି । ତେବେ ଯଦି ତାଙ୍କ ବିବାହ କଥା କହିବା ତାହେଲେ ଅମାଲା ନିଜ ବୈବାହିକ ଜୀବନରେ ଅଧିକ ଦିନ ରହିପାରିନଥିଲେ ଓ ଏଥିପାଇଁ ମଧ୍ୟ ସେ ଚର୍ଚ୍ଚାରେ ଆସିିଥିଲେ । ହେଲେ ଏବେ ଲାଗୁଛି ଯେ ଅଭିନେତ୍ରୀଙ୍କ ଜୀବନରେ ଖୁସି ଆସିବା ପାଇଁ ଯାଉଛି । ଅଭିନେତ୍ରୀଙ୍କୁ ତାଙ୍କ ଜନ୍ମଦିନ ମଉକାରେ ତାଙ୍କ ବୟଫ୍ରେଣ୍ଡ ଜଗତ ଦେସାଇ ପ୍ରପୋଜ କରିଛନ୍ତି । ତେବେ ପ୍ରପୋଜ କରୁଥିବା ସମୟର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହାସହ ଏହି ଭିଡିଓଟିକୁ ଅମାଲା ଓ ଜଗତ ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ ସେୟାର କରିଛନ୍ତି । ତେବେ ଆପଣମାନେ ସେହି ଭିଡିଓରେ ଦେଖିପାରିବେ ଯେ କିପରି ଭାବେ ଏହି ଯୋଡି ଜନ୍ମଦିନ ବହୁତ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଯେଉଁଥିରେ ଅମାଲ ଅତ୍ୟନ୍ତ ଖୁସି ଅଛନ୍ତି । ତେବେ ଯଦି ତାଙ୍କ ଡ୍ରେସ୍‌ ଦେଖିବା ତାହେଲେ ଅମାଲା ପିଙ୍କ୍‌ କଲରର ଗାଉନ୍‌ରେ ବହୁତ ହିଁ ସୁନ୍ଦର ଲାଗୁଛନ୍ତି ଓ ନିଜ ଜନ୍ମ ଦିନ ପାଳନ କରୁଛନ୍ତି । ହେଲେ ଏହି ମଉକାରେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ପ୍ରପୋଜ କରିବା ସହ ରିଙ୍ଗ୍‌ ପିନ୍ଧଉଥିବାର ଭିଡିଓରେ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Jagat Desai (@j_desaii)

ଭିଡିଓଟିରେ ଦେଖିବା ପାଇଁ ମିଳିଛି ଯେ ଅମାଲା ଏହା ଦେଖି ପ୍ରଥମେ ସର୍‌ପ୍ରାଇଜ୍‌ ହୋଇଯାଉଛନ୍ତି ଓ ତାପରେ ସେ ଖୁସିରେ ହଁ ମଧ୍ୟ କହୁଛନ୍ତି । ତେବେ ଅମାଲାଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ଏକ ବହୁତ ହିଁ ବଡ ଖୁସି ଖବର ହୋଇଛି । ଏହା ସବୁ ଦେଖି ଲାଗୁଛି ଯେ, ଅଭିନେତ୍ରୀ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇପାରନ୍ତି ।  ଭିଡିଓଇ କ୍ୟାପସନ୍‌ରେ ଜଗତ ଲେଖିଛନ୍ତି ଯେ ‘ ମେରୀ ଜିପ୍ସୀ କୁଇନ୍‌ ନେ ହାଁ କେହେ ଦିୟା’ । ‘ହାପି ବ୍ରର୍ଥଡେ ମାଇଁ ଲଭ’ । ଏହାସହ ସେ କ୍ୟାପସନ୍‌ରେ ହ୍ୟାସଟ୍ୟାଗ ବିବାହ ମଧ୍ୟ ଲେଖିଛନ୍ତି ।

ଏହି ଭିଡିଓ ଫ୍ୟାନ୍ସ ଦେଖିବା ପରେ ଅମାଲା ଓ ଜଗତଙ୍କୁ ଶୁଭକାମନା ଜଣାଇଛନ୍ତି । ସେହିପରି ଜଣେ ଫ୍ୟାନ୍ସ ଲେଖିଛନ୍ତି, ଯେ ‘ ଆପଣ ଦୁଇ ଜଣଙ୍କ ପାଇଁ ଖୁସି ହେଉଛି ’ । ଅନ୍ୟ ଜଣେ ଲେଖିଥିଲେ ଯେ, ‘ଆପଣ ଦୁଇ ଜଣଙ୍କୁ ଶୁଭକାମନା’ । ସେହି ଭଳି ଅନ୍ୟ ଜଣେ ଲେଖିଛନ୍ତି, ଯେ ଦୁଇ ଜଣଙ୍କୁ ଏକାସହିତ ଦେଖି ଖୁସି ଲାଗିଲା’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.