Below header

ଦେଖନ୍ତୁ ଭିଡିଓ…ଟ୍ରାଫିକ୍‌ ବ୍ୟାରିକେଡ୍‌ ପାଖରେ ଛିଡ଼ା ହୋଇଥିଲେ ପୋଲିସ କର୍ମଚାରୀ, ସାମ୍ନାରୁ ଆସି ଧକ୍କା ଦେଲା SUV

ଦିଲ୍ଲୀ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇଛି ଏସ୍‌ୟୁଭି। ଏସ୍‌ୟୁଭି ଧକ୍କାରେ କିଛି ଫୁଟ୍‌ ଉପରକୁ ଉଠି ଛିଟିକି ପଡ଼ିଥିଲେ ଏହି ପୋଲିସ କର୍ମଚାରୀ। ଏବେ ଦୁର୍ଘଟଣାର ଛାତିଥରା ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

ଦିଲ୍ଲୀ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇଛି ଏସ୍‌ୟୁଭି। ଏସ୍‌ୟୁଭି ଧକ୍କାରେ କିଛି ଫୁଟ୍‌ ଉପରକୁ ଉଠି ଛିଟିକି ପଡ଼ିଥିଲେ ଏହି ପୋଲିସ କର୍ମଚାରୀ। ଏବେ ଦୁର୍ଘଟଣାର ଛାତିଥରା ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଘଟଣା ଅକ୍ଟୋବର ୨୪ ଏବଂ ୨୫ର ମଧ୍ୟବର୍ତ୍ତୀ ରାତିରେ ଘଟିଥିବା ପୋଲିସ କହିଛି।

ଭିଡିଓରେ ଦେଖାଯାଉଛି ଯେ ପୋଲିସ କର୍ମଚାରୀ ଜଣକ ଟ୍ରାଫିକ ବ୍ୟାରିକେଡ ସମ୍ମୁଖରେ ଏକ କାର୍‌ ନିକଟରେ ଛିଡ଼ା ହୋଇଛନ୍ତି। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଏସୟୁଭି ତାଙ୍କୁ ଜୋର୍‌ରେ ଧକ୍କା ଦେଉଛି। ଏଥିରେ ସେ କିଛି ଫୁଟ୍‌ ଉପରକୁ ଉଠି ଦୂରକୁ ଛିଟିକି ପଡ଼ୁଛନ୍ତି।

ଏହି ଦୁର୍ଘଟଣାରେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଏସୟୁଭି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି। ସେପଟେ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଘଟଣାର ଫୁଟେଜ ଦେଖିଲେ, ଦୁର୍ଘଟଣାଟି କେତେ ଭୟଙ୍କର, ତାହା ଜଣାପଡ଼ୁଛି।

ସୌଭାଗ୍ୟବଶତଃ, ଦୁର୍ଘଟଣା ସମୟରେ ରାସ୍ତାରେ ଏକାଧିକ ଗାଡ଼ି ନ ଥିଲା ଏବଂ ଏସୟୁଭି ମଧ୍ୟ ଅତ୍ୟଧିକ ବେଗରେ ନ ଥିଲା। କିନ୍ତୁ ଯେଉଁଭଳି ଭାବେ ଏସ୍‌ୟୁଭି ସାମ୍ନାରେ ଛିଡ଼ା ହୋଇଥିବା ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇଥିଲା, ତାହା ଅତ୍ୟନ୍ତ ଭୟାନକ। ଭିଡିଓ ଦେଖିବା ପରେ ଲୋକମାନେ କ୍ରୋଧିତ ହୋଇ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.