Below header

ଜୀବନରେ ସଫଳତା ପାଇବାକୁ ଚାହୁଁଥିଲେ ମନେ ରଖନ୍ତୁ ଚାଣକ୍ୟଙ୍କ ଏହି ନୀତିବାଣୀ, କେବେ ବି ଅସୁବିଧାରେ ପଡ଼ିବେନି

ଚାଣକ୍ୟଙ୍କ ନୀତି ଆମ ଜୀବନରେ ଆସୁଥିବା ସମସ୍ୟାକୁ ସାମ୍ନା କରିବାକୁ ସାହାସ ଯୋଗାଇଥାଏ। ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ, ଅର୍ଥଶାସ୍ତ୍ରୀ ଓ ପରମ ଜ୍ଞାନୀ ଥିଲେ। ସେ ନିଜ ନୀତିବାଣୀ ଯୋଗୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ସାଧାରଣ ବାଳକଙ୍କୁ ମଧ୍ୟ ଭାରତର ସମ୍ରାଟ କରିଥିଲେ। ଆସନ୍ତୁ ଜାଣିବା ସଫଳତା ପାଇବା ପାଇଁ ଚାଣକ୍ୟଙ୍କ ନୀତି କ’ଣ କହେ…

Chanakya Niti: ये 3 स्थितियां किसी भी पुरुष ...

ଚାଣକ୍ୟଙ୍କ କହିବାନୁସାରେ ବ୍ୟକ୍ତି ସବୁବେଳେ ନିଜ ଭୁଲରୁ ହିଁ ଶିଖେ। ନିଜ ଭୁଲକୁ ସବୁବେଳେ ମନେ ରଖି ଜୀବନରେ ଆଗକୁ ବଢ଼ିଲେ ବ୍ୟକ୍ତି ସଫଳ ହୁଏ।

ବନ୍ଧୁତା ସବୁବେଳେ ନିଜ ସମାସ୍କନ୍ଦ ଲୋକଙ୍କ ସହ କରିବା ଉଚିତ। ନିଜଠୁ ଉଚ୍ଚ ବା ନୀଚ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା ଦ୍ୱାରା ସମସ୍ୟା ଦେଖାଦିଏ।

chanakya

କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜକୁ ୩ଟି ପ୍ରଶ୍ନ ପଚାରନ୍ତୁ। ମୁଁ କାହିଁକି ଏ କାମ କରୁଛି? ଏହି କାର୍ଯ୍ୟର ଫଳ କଣ ହେବ? ମୁଁ ସଫଳତା ପାଇବି ତ? ସଠିକ ଉତ୍ତର ପାଇବା ପରେ ହିଁ କାମ ଆରମ୍ଭ କରନ୍ତୁ।

ଅତୀତ କଥା ଚିନ୍ତା ନ କରି ବର୍ତ୍ତମାନକୁ କେମିତି ଉନ୍ନତ କରିବେ ସେ ବିଷୟରେ ଚିନ୍ତା କରୁଥିବା ବ୍ୟକ୍ତି ଜୀବନରେ ସଫଳ ହୁଏ।

Success Mantra In Starting Career - Success Mantra ...

ବୁଦ୍ଧିମାନ ସିଏ ଯିଏ ନିଜ ରୋଜଗାର ଓ ଖର୍ଚ୍ଚ ଭିତରେ ତାଳମେଳ ରଖି କିଛି ସଞ୍ଚୟ କରୁଥିବ। ଯାହା ଭବିଷ୍ୟତରେ କାମରେ ଲାଗିବ।

ଚାଣକ୍ୟଙ୍କ କହିବାନୁସାରେ ନିଜ ଜୀବନର ସଫଳତାର ରହସ୍ୟ କାହାକୁ ବି କୁହନ୍ତୁ ନାହିଁ। ଲୋକମାନେ ଏହାର ଫାଇଦା ଉଠାଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.