୭୮୦୧ ହୀରାରେ ମୁଦି ତିଆରି କରି ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ କଲେ ଭାରତର ଏହି ବଣିଆ, ଦେଖନ୍ତୁ କେତେ ସୁନ୍ଦର ଦିଶୁଛି ଏହି ଡାଇମଣ୍ଡ ରିଂ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଜୀବନରେ କିଛି ନୂଆ କରି ଦେଖାବାକୁ ସବୁବେଳେ ଲାଗିପଡ଼ିଥାନ୍ତି। ଆଜି ଆମେ ଆପଣଙ୍କୁ ସେଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାର କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ହୀରା ମୁଦି ତିଆରି କରି ଏହି କାରନାମା କରିଛନ୍ତି ଜଣେ ବଣିଆ।

ring

ରିପୋର୍ଟ ମୁତାବକ ହାଇଦ୍ରାବାଦର ଜଣେ ବଣିଆ ୭,୮୦୧ ହୀରା ଲଗାଇ ଏକ ମୁଦି ତିଆରି କରି ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଚନ୍ଦୁଭାଇ ଡାଇମଣ୍ଡ ଷ୍ଟୋରର କୋଟି ଶ୍ରୀକାନ୍ତ ଏହାକୁ ତିଆରି କରିଛନ୍ତି। ଏହି ମୁଦିଟି ହିମାଳୟରେ ଫୁଟୁଥିବା ବିରଳ ବ୍ରହ୍ମକମଳ ଆକାରର। ଅବିକଳ ବ୍ରହ୍ମକମଳ ଭଳି ଦିଶୁଥିବା ଏହି ମୁଦିର ନାଁ ‘ଦ ଡିଭାଇନ୍‌-୭୮୦୧ ବ୍ରହ୍ମକମଳ’ ରଖାଯାଇଛି।

Video Courtesy: Guinness World Records

ଏହି ମୁଦିର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ମୁଦିରେ ୬ଟି ଲେୟାର ରହିଛି। ଏହାର ପ୍ରଥମ ପାଞ୍ଚଟି ଲେୟରରେ ୮ଟି ପାଖୁଡ଼ା ରହିଥିବା ବେଳେ ଶେଷ ଲେୟାରରେ ତିନି ଫିଲାମେଣ୍ଟ ସହ ୬ଟି ପାଖୁଡ଼ା ଅଛି। ରିପୋର୍ଟ ଅନୁସାରେ ୨୦୧୮ ମସିହାରେ ଏହି ମୁଦି ତିଆରି କରିବା ଆରମ୍ଭ କରିଥିଲେ ଓ ଡିଜାଇନ୍‌ ପୂରା ହେବା ପରେ ହଲମାର୍କ ଜୁଏଲର୍ସ ଟିମ୍‌ ହୀରାକୁ କମ୍ପ୍ୟୁଟର ଆଡେଡ୍‌ ଡିଜାଇନ୍‌ ମାଧ୍ୟମରେ ଗଣତି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.