ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ, ସକାଳ ୬ଟାରୁ ୯ଟା ମଧ୍ୟରେ ଖୋଲା ରହିବ ବୁକିଂ କାଉଣ୍ଟର

ମୟୁରଭଞ୍ଜ: ନଭେମ୍ବର ୧ ତାରିଖରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ । ବାରିପଦା ପିଠାବଟା ଗେଟ୍‌ ପଟୁ ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ପ୍ରବେଶ କରିପାରିବ । ସେହିପରି ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡିକୁ ଅନୁମତି ଦିଆଯିବ । ପ୍ରତିଦିନ ସକାଳ ୬ଟାରୁ ୯ଟା ମଧ୍ୟରେ ବୁକିଂ କାଉଣ୍ଟର ଖୋଲା ରହିବ ।

ବରେହିପାଣିକୁ ମିଶାଇ ଗୁଡୁଗୁଡିଆ, ରାମତୀର୍ଥ, କୁମାରୀ, ଜାମୁଆଣିଠାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀ ଯାପନ ବ୍ୟବସ୍ଥା କରାଯାଇଛି । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକ ଇମେଲ ମାଧ୍ୟମରେ ଅଗ୍ରୀମ ବୁକିଂ କରିପାରିବେ । ଅଭୟରଣ୍ୟରେ ବୁଲିବା ବେଳେ ପର୍ଯ୍ୟଟକ ସାନିଟାଇଜର ଓ ମାସ୍କ ପିନ୍ଧିବା ସହ କୋଭିଡ -19କୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି । ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପ୍ରର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.