ଅମାବାସ୍ଯାରେ ରାଶି ଅନୁଯାୟୀ ଦାନ କରନ୍ତୁ ଏହିସବୁ ଜିନିଷ, ପୂର୍ଣ୍ଣ ହେବ ମନସ୍କାମନା

ଆସନ୍ତାକାଲି ଅର୍ଥାତ ରବିବାର ୨୧ ଜୁନରେ ଆଷାଢ ଅମବାସ୍ଯା ପାଳନ କରାଯିବ। ହିନ୍ଦୁ ପଚାଂଗ ଅନୁଯାୟୀ ଆଷାଢ ମାସ ଅମବାସ୍ଯାର ବିଶେଷ ମହତ୍ତ୍ବ ରହିଥାଏ କାରଣ ଏହି ଅମବାସ୍ଯା ପରେ ବର୍ଷା ଋତୁ ଆସିଥାଏ। ଆଷାଢ ଅମବାସ୍ଯାରେ ପୂର୍ବଜଙ୍କ ଆତ୍ମା ଶାନ୍ତି ପାଇଁ ଗଙ୍ଗା ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଛି।

ଶାସ୍ତ୍ର ଅନୁଯାୟୀ ଆଷାଢ/ହଲହାରିଣୀ ଅମବାସ୍ଯାରେ ପିତୃ-ପୁରୁଷଙ୍କ ଶାନ୍ତି ପାଇଁ କରାଯାଇଥିବା କାମ ଶୁଭ ହୋଇଥାଏ। ଏହି ଦିନ ସୂର୍ଯ୍ଯ ଗ୍ରହଣ ମଧ୍ଯ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ଆସନ୍ତା କାଲି ଆଷାଢ ଅମବାସ୍ଯାରେ ଆପଣଙ୍କ ରାଶି ଅନୁଯାୟୀ କେଉଁ ଜିନିଷ ଦାନ ଦେବା ଶୁଭ ହେବ।

Ganga-Snanମେଷ- ଚାଦର ଏବଂ ରାଶି ଦାନ କରିବା ଦ୍ବାରା ବହୁତ ଜଲଦି ଆପଣଙ୍କ ମନସ୍କାମନା ପୂରଣ ହୋଇପାରେ।

ବୃଷ- ବସ୍ତ୍ର ଏବଂ ରାଶି ଦାନ କରିବା ଶୁଭ ହୋଇଥାଏ।

ମିଥୁନ- ଚାଦର ଏବଂ ଛତା ଦାନ କରିବା ବହୁତ ଲାଭଦାୟକ ହୋଇଥାଏ।

କର୍କଟ- ଶାଗୁ ଦାନା, ଚାଉଳ ଏବଂ ବସ୍ତ୍ର ଦାନ କରିବା ଦ୍ବାରା ମଧ୍ଯ ଶୁଭ ଫଳ ପାଇପାରିବେ।

donate2ସିଂହ- କମ୍ବଳ ଏବଂ ଚାଦର ଦାନ କରିବା ଅତି ଲାଭଦାୟକ ରହିବ।

କନ୍ଯା- ତେଲ ଏବଂ ବିରି ଡାଲି ଦାନ କରନ୍ତୁ।

ତୁଳା- ବସ୍ତ୍ର, ସୂତାର ପୋଷାକ ଏବଂ ଚାଦର ଆଦି ଦାନ କରନ୍ତୁ।

ବିଛା- ଖେଚେଡି ସହ ନିଜର ସକ୍ଷମ ଅନୁଯାୟୀ କମ୍ବଳ ଦାନ କରନ୍ତୁ। ଏପରି କରିବା ଦ୍ବାରା ଶୁଭ ଫଳ ମିଳିଥାଏ।

ଧନୁ- ଚଣା ଡାଲି ଦାନ କରିବାର ବିଶେଷ ଲାଭ ହେବାର ସମ୍ଭାବନା ରହିଛି।

donate1ମକର- କମ୍ବଳ ଏବଂ ପୁସ୍ତକ ଦାନ କରିବା ଦ୍ବାରା ପ୍ରତ୍ଯେକ ମନୋସ୍କାମନା ପୂରଣ ହେବ।

କୁମ୍ଭ- ସାବୁନ, ବସ୍ତ୍ର, ପାନିଆ ଏବଂ ଅନ୍ଯ ଜିନିଷ ଦାନ କରନ୍ତୁ।

ମୀନ- ଶାଗୁଦାନା, କମ୍ବଳ, ସୂତା ବସ୍ତ୍ର ଏବଂ ଚାଦର ଦାନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.