ଅସହ୍ୟ ଥଣ୍ଡାକୁ ଆଣ୍ଠୁଏ ବରଫ, ଏକାଠି ଖାଇ ବସିଛନ୍ତି ଯବାନ୍‌ ଛିଣ୍ଡୁନି ଶୁଖିଲା ରୁଟି କିନ୍ତୁ ମୁହଁରେ ଫୁଟୁଛି ହସ

ସୋସିଆଲ ମିଡିଆରେ ଯବାନଙ୍କର ଏକ ଭିଡିଓ ଭାଇରାଲ ହେଉଛି । ପ୍ରବଳ ଥଣ୍ଡାରେ ମଧ୍ୟ ଆମ ଦେଶର ସୈନିକମାନେ ସୀମାରେ ମୁତୟନ ଅଛନ୍ତି ଏବଂ ଏକାଠି ଖାଇବା ପାଇଁ ବସିଛନ୍ତି।ଏହି ସମୟରେ ଜଣେ ସୈନିକ ହାତରେ ଏକ ରୁଟି ଧରିଛନ୍ତି। ରୁଟିଟି ଥଣ୍ଡାରେ ଶୁଖିଯାଇଛି ଏବଂ ଏହା ଏତେ ଟାଣ ହୋଇଯାଇଛି ଯେ ସହଜରେ ଛିଣ୍ଡୁ ନାହିଁ। ତଥାପି ମୁହଁରେ ଫୁଟୁଛି ହସ

ସତରେ ଆମ ବୀର ଯବାନ୍‌ ମହାନ୍‌। ତାଙ୍କୁ ଯେତେ ସଲାମ୍‌ କଲେ ମଧ୍ୟ କମ୍‌ ପଡ଼ିବ। ବୀର ପୁଅଙ୍କ ପାଇଁ ଆମ ଛାତି ଆଜି ଗର୍ବରେ ଫୁଲି ଉଠୁଛି । ହଁ ଆଜ୍ଞା, ଶୀତଦିନେ ଥଣ୍ଡାରେ ଆମେ କମ୍ବଳ ଭିତରୁ ବାହାରକୁ ବାହାରିବାକୁ ଡରୁଛେ । ଗୋଡ଼ ଟିକିଏ ତଳେ ପଡ଼ିଲେ ଆମକୁ ଥଣ୍ଡା ଲାଗୁଛି କହି କବାଟ ଝରକା ଦେଇ ଖଟ ଉପରେ ବସି ପଡ଼ୁଛେ । କିନ୍ତୁ ବୀର ଯବାନଙ୍କ ଦିନ ବରଫ ମଧ୍ୟରେ କଟୁଛି । ନାଁ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଅଛି ଛାତ ନାଁ ତାଙ୍କ ପାଖରେ କେଇ ସେକେଣ୍ଡ ଛିଡ଼ା ହେବା ପାଇଁ ଅଛି ଗଛ । ତୁହାକୁ ତୁହା ବରଫ ବର୍ଷା ଆଉ ଶିଥିଳ ପବନ ଥର ଥର ଦାନ୍ତରେ ଆସି ବାଡ଼େଇ ହେଉଛି । ତଥାପି ସେହି ବରଫରେ ବନ୍ଧୁକ ଧରି ଠିଆ ହୋଇ ଥାଆନ୍ତି ଆମ ବୀର ପୁଅ । ଯେଉଁ ଦୃଶ୍ୟ ଦେଖିଲେ ଆପଣ ଭାବପ୍ରବଣ ହୋଇଯିବେ। ଆପଣ ନିଶ୍ଚିତ ଇଣ୍ଟରନେଟ୍‌ରେ ଅନେକ ଭିଡିଓ ଏବଂ ଫଟୋ ଦେଖିଥିବେ, ଯେଉଁଥିରେ ସେନାର ବଳିଦାନର କାହାଣୀ ବର୍ଣ୍ଣନା କରାଯାଇଥିବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଆପଣ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଝରିପଡ଼ିବ।

ସୋସିଆଲ ମିଡିଆରେ ଯବାନଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଭାରତୀୟ ସେନାର ସମର୍ପଣର ଉଦାହରଣ ଦେଖିବାକୁ ମିଳୁଛି । ଭିଡିଓ ଦେଖିଲେ ଆପଣ କ୍ଷଣକ ପାଇଁ ସ୍ତବ୍ଧ ହୋଇ ରହିଯିବେ। ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ପ୍ରବଳ ଥଣ୍ଡାରେ ମଧ୍ୟ ଆମ ଦେଶର ସୈନିକମାନେ ସୀମାରେ ମୁତୟନ ଅଛନ୍ତି ଏବଂ ଏକାଠି ଖାଇବା ପାଇଁ ବସିଛନ୍ତି।ଏହି ସମୟରେ ଜଣେ ସୈନିକ ହାତରେ ଏକ ରୁଟି ଧରିଛନ୍ତି। ରୁଟିଟି ଥଣ୍ଡାରେ ଶୁଖିଯାଇଛି ଏବଂ ଏହା ଏତେ ଟାଣ ହୋଇଯାଇଛି ଯେ ସହଜରେ ଛିଣ୍ଡୁ ନାହିଁ। ତଥାପି ସୈନିକ ଜଣକ ହସି ହସି ସାଥୀ ସୈନିକଙ୍କୁ ପଚାରୁଛନ୍ତି ଯେ ଏହାକୁ କାଟିବା ପାଇଁ କରତ ମିଳିବ କି? ଏହା ଶୁଣି ଅନ୍ୟ ସୈନିକ ଉତ୍ତର ଦେଉଛନ୍ତି, ଆଜି ରୁଟି ଅନ୍ୟ ଦିନ ଅପେକ୍ଷା ନରମ ହୋଇଛି, ଯାହାପରେ ସମସ୍ତେ ଜୋରରେ ହସିବାକୁ ଲାଗୁଛନ୍ତି ଏବଂ ଏକାଠି ସେହି ଶୁଖିଲା ରୁଟି ଖାଇବା ଆରମ୍ଭ କରୁଛନ୍ତି। ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ @RVCJ_FB ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓର କ୍ୟାପସନରେ ଲେଖା ହୋଇଛି, ‘ଭାରତୀୟ ସେନାକୁ ସାଲ୍ୟୁଟ୍‌’। ଏହି ଭିଡିଓଟିକୁ ସମସ୍ତେ ଖୁବ୍‌ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି।

ସତରେ ଦେଶକୁ ସୁରକ୍ଷା ଦେବା ପାଇଁ ଆମ ଦେଶର ସୈନିକମାନଙ୍କୁ କେତେ ଯେ ବଳିଦାନ ଦେବାକୁ ପଡ଼େ, ତାହା କହିବା ଦରକାର ନାହିଁ। ସୀମାରେ ବର୍ଷା ହେଉ କି ତୁଷାରପାତ କିମ୍ବା ଗୁଳିଗୋଳା, ଭାରତୀୟ ସେନା କେବେ ହେଲେ ବି ନିଜ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୁଅନ୍ତି ନାହିଁ। ତାହା ଆମ ସମସ୍ତଙ୍କୁ ଜଣା କିନ୍ତୁ ସେମାନେ କେତେ କଷ୍ଟରେ ଦିନ ଗୁଡ଼ିକ କାଟୁଛନ୍ତି ତାହା ଦେଖିଲେ ବହୁତ କଷ୍ଟ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.