୬୫୦୦ ଫୁଟ ଉଚ୍ଚତାରେ କୁକୁର କରୁଛି ପାରାଗ୍ଲାଇଡିଙ୍ଗ, ଭିଡିଓ ଦେଖି ଆପଣଙ୍କ ଛାତିରେ ପଶିଯିବ ଛନକା

ମଣିଷ ମାନେ ପାରା ଗ୍ଲାଇଡିଙ୍ଗ କରିବା ଦୃଶ୍ୟ ଆପଣ ମାନେ ଅନେକ ଥର ଦେଖିଥିବେ । କିନ୍ତୁ ଏକ କୁକୁର ଯେ ଏମିତି ଏକ ଦୁଃସାହସିକ କାର୍ଯ୍ୟ କରିପାରେ ତାହା ହୁଏତ ଆପଣ କେବେ ଶୁଣି ନଥିବେ କି ଦେଖିନଥିବେ । କିନ୍ତୁ ନିକଟରେ ଇନ୍ଷ୍ଟଗ୍ରାମରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣଙ୍କ ଆଖି ଖୋଲା ରହିଯିବ, ହୋସ ଉଡିଯିବ । ଭିଡିଓ ଟିରେ ଆପଣ ହସ୍କି ନସଲ ଜାତିର ଏକ କୁକୁରକୁ ପାରାଗ୍ଲାଇଡିଙ୍ଗ କରୁଥିବାର ଦୃଶ୍ୟ ଦେଖିପାରିବେ । ହଜାର କି ଦୁଇ ହଜାର ନୁହେଁ କୁକୁରଟି ୬୫୦୦ ଫୁଟର ଉଚ୍ଚତାରୁ ପାରାଗ୍ଲାଇଡିଙ୍ଗ କରୁଥିବାର ନଜର ଆସୁଛି । ସୂଚନା ଦେବା ଯୋଗ୍ୟକି, ଏହା ହେଉଛି ପ୍ରଥମ ଭାରତୀୟ କୁକୁର ଯିଏ ଏତେ ଉଚ୍ଚତାରୁ ଏପରି ଏକ ଦୁଃସାହସିକ କାମ କରୁଛି । ଖାଲି ସେତିକି ନୁହେଁ ଟ୍ରାକିଙ୍ଗ କରୁଥିବାର ମଧ୍ୟ ନଜର ଆସୁଛି । କୁକୁରଟିର ପ୍ରକୃତ ମାଲିକ, ମାଲିକାଣୀ ହେଉଛନ୍ତି ରୋହନ ତ୍ୟାଗୀ ଓ ତାଙ୍କ ସ୍ତ୍ରୀ ହିମାନସି ତ୍ୟାଗୀ ।

 

ତ୍ୟାଗୀ ଦମ୍ପତ୍ତି ସେମାନଙ୍କ ପ୍ରିୟ କୁକୁରର ନାଁ ଶ୍ରଦ୍ଧାରେ ରଖିଛନ୍ତି “ନବାବ” । ନବାବଙ୍କ ସହର ହାଇଦରାବାଦରୁ ଏହାକୁ ଅଣା ଯାଇଥିବାରୁ ଏହାର ନାମକରଣ ଏପରି କରାଯାଇଥିବା ନେଇ ତାର ମାଲିକ କହିଛନ୍ତି । ମାତ୍ର ୩୫ ଦିନର ଥିବା ବେଳେ ହିଁ ତାକୁ ପୋଷା କୁକୁର ଭାବରେ ଗ୍ରହଣ କରିଥିଲେ । ଏ ଦୁହେଁ ହିଁ ତାଙ୍କ ପୋଷା କୁକୁରର ଇନ୍ଷ୍ଟଗ୍ରାମ ଆକାଉଣ୍ଟ ହ୍ୟାଣ୍ଡଲ କରିଥାନ୍ତି । ଆଉ ବିଭିନ୍ନ ଭିଡିଓ ସୁଟ କରି ଆକାଉଣ୍ଟରେ ପୋଷ୍ଟ କରିଥାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଇନ୍ଷ୍ଟଗ୍ରାମରେ ଏଯାବତ ନବାବର ପାଖାପାଖି ୧୦ ହଜାର ଫଲୋଅର୍ଷ ଅଛନ୍ତି । ପାରା ଗ୍ଲାଇଡିଙ୍ଗ ବାବଦରେ ଏକ ସମ୍ବାଦ ପତ୍ରକୁ ସାକ୍ଷାତକାର ଦେବାକୁ ଯାଇ ମାଲିକ ରୋହନ କହିଛନ୍ତିକି, ଏହି ସମୟରେ ନବାବ ଜମା ବି ଡରି ନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.