ଭାରତର ସବୁଠାରୁ ଚାଲାକ୍ ଚୋର, ୧୦୦୦ରୁ ଅଧିକ କାର ଚୋରି କରିଥିବା ହୋଇଛି ରେକର୍ଡ
ଭାରତର ଜଣେ ଚର୍ଚ୍ଚିତ ଅପରାଧୀଙ୍କ ମଧ୍ୟରୁ ଧନୀ ରାମ ମିତ୍ତଲ ନାମକ ଚୋର ସବୁଠୁ ଭିନ୍ନ । ଏ ଚୋର ଜଣଙ୍କ ଭାରତୀୟ ଚାଲସ୍ର୍ ଶୋଭରାଜ ନାମରେ ମଧ୍ୟ ବେଶ୍ ଜଣାଶୁଣା । ତେବେ ଏ ଚୋରକୁ ସବୁଠାରୁ ହୁସିଆର କହିବାର କାରଣ ହେଉଛି ଏ ଚୋର ଜଣକ ୧୦୦୦ରୁ ଅଧିକ କାର୍ ଚୋରି କରିଥିଲା ।
ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ ଉପାୟ ଆପଣାନ୍ତି । ସାଧାରଣ ମଣିଷଙ୍କ ଅପେକ୍ଷା ଚୋରମାନେ ଟିକେ ଅଧିକ ଚିନ୍ତା କରନ୍ତି । ଆପଣ ଅନେକ ଅପରାଧୀଙ୍କୁ ଦେଖିଥିବେ ଯେଉଁମାନେ ଅନେକ ଚୋରି କରିଥିଲେ ମଧ୍ୟ ଧରା ପଡ଼ି ନଥାନ୍ତି । କାହିଁକି ନା ସେମାନେ ନିଜ ବୁଦ୍ଧି ବଳରେ ପୋଲିସକୁ ଚକମା ଦେବାରେ ସଫଳ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ଚୋର ବିଷୟରେ କହିବାକୁ ଯାଉଛୁ, ଯିଏ ପାଖାପାଖି ୧୦୦୦ ରୁ ଅଧିକ କାର୍ ଚୋରି କରିଥିଲା । ଚୋର ଯେତେ ଚାଲାକ ହେଲେ ବି ମନରେ ଡର ଥାଏ କେବେ ନା କେବେ ପୋଲିସ ହାତରେ ଧରା ପଡ଼ିଯିବ । ତେଣୁ ପ୍ରତ୍ୟେକ ଚୋର ଧରା ନପଡ଼ିବା ପାଇଁ ତାଙ୍କ ବୁଦ୍ଧି ଲଗାନ୍ତି । କିନ୍ତୁ ଆମେ ଯେଉଁ ଚୋର ବିଷୟରେ କହୁଛୁ ସେ ଭାରତର ସବୁଠାରୁ ଚାଲାକ୍ ଚୋର । ପୋଲିସ୍ ହାତରେ ଧରା ପଡ଼ିଲେ ବି କେମିତି ପୋଲିସ ଠାରୁ ବଞ୍ଚିବେ ସେ ସବୁ ଉପାୟ ଏ ଚୋର ଜଣକୁ ବେଶ୍ ଭଲ ଭାବେ ଜଣା ଥିଲା ।
ଭାରତର ଜଣେ ଚର୍ଚ୍ଚିତ ଅପରାଧୀଙ୍କ ମଧ୍ୟରୁ ଧନୀ ରାମ ମିତ୍ତଲ ନାମକ ଚୋର ସବୁଠୁ ଭିନ୍ନ । ଏ ଚୋର ଜଣଙ୍କ ଭାରତୀୟ ଚାଲସ୍ର୍ ଶୋଭରାଜ ନାମରେ ମଧ୍ୟ ବେଶ୍ ଜଣାଶୁଣା । ତେବେ ଏ ଚୋରକୁ ସବୁଠାରୁ ହୁସିଆର କହିବାର କାରଣ ହେଉଛି ଏ ଚୋର ଜଣକ ୧୦୦୦ରୁ ଅଧିକ କାର୍ ଚୋରି କରିଥିଲା । ଫେକ୍ ଡକ୍ୟୁମେଣ୍ଟ ବ୍ୟବହାର କରି କୋର୍ଟରେ ଜଜ୍ ମଧ୍ୟ ହୋଇଥିଲା ଏ ଚୋର । ମାତ୍ର ୨୫ ବର୍ଷ ବୟସରୁ ଚୋରି କରିବା ଆରମ୍ଭ କରିଥିଲା ।
ଏହି ଚୋର ଜଣକୁ ସର୍ବାଧିକ ଥର ଗିରଫ କରାଯିବାର ରେକର୍ଡ ମଧ୍ୟ ଅଛି । ଧନୀ ରାମ ମିତ୍ତଲ ୧୦୦୦ରୁ ଅଧିକ କାର ଚୋରି କରିଥିବା ଅଭିଯୋଗ ରହିଛି । ସେ କେବଳ ଦିନ ବେଳେ ହିଁ ଚୋରି କରୁଥିଲା । କିନ୍ତୁ ଏ ଚୋର କେମିତି ଏତେ କାର ଚୋରି କଲା ତାହା ଏବେ ବି ଅନେକଙ୍କ ମନରେ ପ୍ରଶ୍ନ ହୋଇ ରହିଛି ।
ଥରେ ଧନୀ ରାମ ମିତ୍ତଲ କିଛି ଫେକ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ଝଜର କୋର୍ଟର ଅତିରିକ୍ତ ଜଜଙ୍କୁ ଦୁଇମାସ ଛୁଟିରେ ପଠାଇଥିଲା । ଏହା ପରେ ମିତ୍ତଲ ନିଜେ ଜଜଙ୍କ ଚେୟାରରେ ବସି ୨୦୦୦ ରୁ ଅଧିକ ଅପରାଧୀଙ୍କୁ ମୁକ୍ତ କରିଥିଲା । ଅପରାଧୀମାନେ ଏଭଳି ଭାବେ ମୁକ୍ତ ହେବା ପରେ ଅଧିକାରୀମାନଙ୍କ ମନରେ ପ୍ରଶ୍ନ ଆସିଥିଲା କିନ୍ତୁ କେହି କିଛି ବୁଝିବା ପୂର୍ବରୁ ଛୁ ମାରିଥିଲା ଧନୀ ମିତ୍ତଲ । ତେବେ ଧନୀ ରାମ ମିତ୍ତଲ ଏବେ କେଉଁଠାରେ ରହୁଛନ୍ତି ତାହା ଏବେ ବି ରହସ୍ୟ ଘେରରେ ରହିଛି ।