Below header

ନିରୀହ କୁକୁରକୁ ମାଡ଼ ମାରି ଆଖି ଫୁଟାଇ ଦେଲେ ତାପରେ ଦରମରା କରି ଫୋପାଡ଼ି ଦେଲେ

କଥାରେ ଅଛି ମଣିଷର ସବୁଠୁ ଭଲ ସାଙ୍ଗ ହେଉଛି ପଶୁ । ଆଉ ଯଦି ଏଠାରେ କୁକୁର କଥା ପଡେ ତାହେଲେ ସେ ମଣିଷର କେତେ ବିଶ୍ଵସ୍ତ ତାର ଆପଣ ଅନେକ ଉଦାହରଣ ଦେଖିସାରିଥିବେ । କିନ୍ତୁ ଏହି କୁକୁର ପ୍ରତି ମଣିଷ ବେଳେବେଳେ ଏତେ ନିଷ୍ଠୁର ହାଇପାରେ ତାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଯାହାର ଉଦାହରଣ ଦେଖିବାକୁ ମିଳିଛି ପୁରୀ ସହର ପେଣ୍ଠକଟା ଅଂଚଳରେ । ଏଠାରେ କିଛି ଅଜଣା ବ୍ୟକ୍ତି ଗୋଟେ ନିରୀହ କୁକୁରଟିକୁ ମାରି ତାର ଆଖି ନଷ୍ଟ କରିଦେଇଥିଲେ ତାପରେ ତାକୁ ଅଧା ମରା କରି ଛାଡି ଚାଲିଯାଇଥିଲେ ।

ଏହାପରେ ସେଠାକାର ସ୍ଥାନୀୟ ବାସିନ୍ଦା ପୁରୀର ଏନଜିଓ “ହେଲପିଙ୍ଗ ହ୍ୟାଣ୍ଡ ଅର୍ଗାନାଇଜେସନ” କୁ ଏ ବିଷୟରେ ଜଣାଇଥିଲେ । ଯାହାପରେ ସେମାନେ ଆସି ଡେରି ନକରି କୁକୁର ଟିକୁ ତୁରନ୍ତ ପଶୁ ଡାକ୍ତର ଖାନା ନେଇଯାଇଥିଲେ କିନ୍ତୁ ସେଠାରେ ବି କୁକୁରଟିର ଚିକିତ୍ସା ହୋଇପାରିନଥିଲା । ଶେଷରେ ସେମାନେ ଭୁବନେଶ୍ଵରର ଜଣେ ପଶୁ ଡାକ୍ତରଙ୍କ ସହ ପରାମର୍ଶ କରି ନିଜେ କୁକୁରଟିର ଚିକିତ୍ସା କରିଥିଲେ । ବର୍ତ୍ତମାନ କୁକୁରଟି ସୁସ୍ଥ ହୋଇଯାଇଛି ଏବଂ ତାର ଆଖି ମଧ୍ୟ ଭଲ ହୋଇଯାଇଛି । ତେବେ ଏହି ଘଟଣାରେ ଦେଖିବାକୁ ମିଳିଛି ଦୁଇ ପ୍ରକାରର ଦୃଶ୍ୟ ଯେଉଁଠି ସେହି ଅଂଚଳର କିଛି ଲୋକ କୁକୁରଟିକୁ ମାରି ମାରି ତାର ଆଖି ଫୁଟାଇ ଦରମରା କରି ଫୋପାଡ଼ି ଦେଇ ଯାଇଥିବା ବେଳେ ଅନ୍ୟ କିଛି ଲୋକ ତାର ସେବାକରି ତାକୁ ସୁସ୍ଥ କରିଛନ୍ତି । କେବଳ ସେତିକି ନୁହେଁ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ମାନେ ଲୋକଙ୍କୁ ଆନିମଲ ଆୱାରନେଶ ବିଷୟରେ କହିବା ସହ ପଶୁ ମାରିବା ଏକ ଦଣ୍ଡନିୟ ଅପରାଧ ବୋଲି ସଚେତନ ମଧ୍ୟ କରାଇଛନ୍ତି । ଯଦି କୁକୁର ମଣିଷକୁ ଏତେ ଭଲ ପାଇପାରୁଛି ତେବେ ମଣିଷ ତାର ଭୁଲ କେବେ ବୁଝିବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.