Below header

ଏମିତି ଏକ ମନ୍ଦିର ଯେଉଁଠାରେ ପୂଜା ହୁଏ ମହିଳାଙ୍କ ଅନ୍ତଃବସ୍ତ୍ର, ପଛରେ ରହିଛି ବଡ଼ ରହସ୍ୟ

ଦୁନିଆ ବିଭିନ୍ନ ପ୍ରକାରର ଅଦ୍ଭୁତ ଜିନିଷକୁ ନେଇ ନିର୍ମିତ। ସେହିଭଳି ଭିନ୍ନ ସ୍ଥାନରେ ରହିଛି ଭିନ୍ନ ମାନ୍ଯତା ଏବଂ ପରମ୍ପରା ଯାହା ସାଧାରଣତଃ ଲୋକଙ୍କୁ କରେ ଆଶ୍ଚର୍ଯ୍ଯ। କେତେ ବେଳେ କେଉଁ ବ୍ଯକ୍ତି କାହାକୁ ପୂଜା କରିବା ଆରମ୍ଭ କରିବେ ତାହାର କିଏ ଭାବି ପାରିବେ ନାହିଁ। ଠିକ୍ ସେହିଭଳି ଏକ ଭିନ୍ନ ପରମ୍ପରା ଦେଖିବାକୁ ଜାପନରେ, ଯେଉଁଠାରେ ମନ୍ଦିରରେ ପୂଜା ପାଏ ମହିଳାଙ୍କ ଅନ୍ତଃବସ୍ତ୍ର। ଆସନ୍ତୁ ଜାଣିବା କଣ ରହିଛି ଏହି ପରମ୍ପରା ପଛର କାରଣ।

temple

ଜାପନର ଇବାରକିରେ ଥିବା ମନ୍ଦିର ସାରା ଦୁନିଆରେ ପ୍ରସିଦ୍ଧି ଲାଭ କରିଛି। ଏହା ପ୍ରଶାନ୍ତ ମହାସାଗରର ଉତ୍ତର-ପୂର୍ବ ସୀମାରେ ଉପସ୍ଥିତ। ଏହି ମନ୍ଦିରରେ କୌଣସି ଭଗବାନ ବା ଗ୍ରହଙ୍କର ପୂଜା କରାଯାଇନଥାଏ। ଅଥବା ପୂଜା କରାଯାଇଥାଏ ମହିଳାଙ୍କ ସ୍ତନ ଏବଂ ଅନ୍ତଃବସ୍ତ୍ର। ଆଜ୍ଞା ହଁ, ଏହି ମନ୍ଦିରରେ ଆପଣଙ୍କୁ ସମସ୍ତ ପ୍ରକାରର ମହିଳାଙ୍କ ସ୍ତନର ମୂର୍ତ୍ତି ଏବଂ ଅନ୍ତଃବସ୍ତ୍ର ଦେଖିବାକୁ ମିଳିଥାଏ। ଏଠାରେ ଥିବା ଦେବୀଙ୍କ ନାମ ଛିଛିଗମୀସମ୍। ଏଠାରେ ଭକ୍ତ ନିଜର ଇଛା ପୂରଣ ପାଇଁ ଡ଼ମି ସ୍ତନ ଚଢ଼ାଇଥାନ୍ତି। ତେବେ ଏହି ଅଦ୍ଭୁତ ମନ୍ଦିରର ମାନ୍ଯତା ଶୁଣି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ଯ ହୋଇଯିବେ।

temple 2

ବହୁ ପୁରାତନ କାଳରୁ ପୂଜା ପାଉଥିବା ଏହି ମନ୍ଦିରକୁ ଯିବା ଦ୍ବାରା ମହିଳାଙ୍କର ବିନା କୌଣସି ଅସୁବିଧାରେ ଗର୍ଭବତୀ ହେବା ସହ ବ୍ରେଷ୍ଟ କ୍ଯାନ୍ସର ରୋଗରୁ ମୁକ୍ତି ମିଳିଥାଏ। ତେବେ ଲୋକଙ୍କ କହିବାନୁଯାୟୀ, ଏଠାକୁ ଆସିଥିବା ସମସ୍ତ ମହିଳାଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏବଂ ମନସ୍କାମନା ପୂର୍ଣ୍ଣ ପରେ ସେଠାରେ ସେମାନେ ଏକ ଡ଼ମି ବ୍ରେଷ୍ଟ ବା ସ୍ତନକୁ ଦେବୀଙ୍କୁ ଚଢ଼ାଇଥାନ୍ତି। ତେବେ ଏହି ମନ୍ଦିରର କାନ୍ଥରେ କପଡ଼ା ଏବଂ ତୁଳାରେ ନିର୍ମିତ ମହିଳାଙ୍କ ସ୍ତନ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏହି ମନ୍ଦିରରେ ଆଉ ପୂଜା କରାଯାଉନଥିବା ବେଳେ ଏହାକୁ ଏକ ଦର୍ଶନିୟ ସ୍ଥାନ ଭାବେ ସଂରକ୍ଷିତ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.