ନୁଡୁଲ୍ କପ୍ ଭିତରୁ ବାହାରିଲା ଜୀବନ୍ତ ବେଙ୍ଗ, ଭାଇରାଲ୍ ହେଉଛି ଭିଡିଓ

ଜାପାନର ଜଣେ ବ୍ୟକ୍ତି ଅର୍ଡର ଦେଇଥିଲେ ନୁଡୁଲ୍ । ହେଲେ ତାଙ୍କ ଆଶା ତା’ଠାରୁ ଅଧିକ କିଛି ସେ ତାଙ୍କ ଅର୍ଡରରେ ପାଇଲେ। ବ୍ୟକ୍ତି ଜଣକ ତାଙ୍କର ନୁଡୁଲ୍ କପ୍ ଭିତରୁ ଏକ ଜୀବନ୍ତ ବେଙ୍ଗ ପାଇଥିଲେ । ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଏମିତି କେବେ ସମୟ ଆସିଛି ଯେତେବେଳେ ଆପଣ କିଛି ଖାଦ୍ୟ ଆଉଟଲେଟରୁ ଖାଦ୍ୟ ଅର୍ଡର କରିଛନ୍ତି ଆଉ  ଅପ୍ରତ୍ୟାଶିତ ଭାବେ ଅନ୍ୟ କିଛି ଜିନିଷ ପାଇଛନ୍ତି? ତେବେ ସମ୍ପ୍ରତି, ଜାପାନର ଜଣେ ବ୍ୟକ୍ତିଙ୍କ ସହିତ ଏମିତି କିଛି ଘଟିଛି। ବ୍ୟକ୍ତି ଜଣକ ନିଜର ରାତ୍ରୀ ଭୋଜନ କରିବାବେଳେ ଘଟିଛି ସମାନ ଏମିତି କିଛି ଘଟଣା । ତେବେ ବ୍ୟକ୍ତି ଜଣକ ଏକ ନୁଡୁଲ୍ ରେଷ୍ଟୁରାଣ୍ଟରୁ ସବୁଠୁ ଅଧିକ ଅଫର୍ ଥିବା ନୁଡୁଲ୍ ଟେଷ୍ଟ କରିବା ପାଇଁ ଅର୍ଡର ଦେଇଥିଲେ। ହେଲେ ତାଙ୍କ ଆଶା ତା’ଠାରୁ ଅଧିକ କିଛି ସେ ତାଙ୍କ ଅର୍ଡରରେ ପାଇଲେ। ତେବେ ବ୍ୟକ୍ତି ଜଣକ ତାଙ୍କର ନୁଡୁଲ୍ କପ୍ ଭିତରୁ ଏକ ଜୀବନ୍ତ ବେଙ୍ଗ ପାଇଥିଲେ । ବ୍ୟକ୍ତି ଜଣକ ସହିତ ଗତ ରବିବାର ଦିନ ଏହି ଘଟଣା ଘଟିଥିଲା ।

ବ୍ୟକ୍ତି ଜଣକ କପ୍ ଭିତରୁ ଅଧିକାଂଶ ନୁଡୁଲ୍ ଆଉ ଭେଜିଟେବୁଲ୍ ଖାଇ ସାରିବା ପରେ, ଶେଷରେ ଦେଖିଥିଲେ ଏକ ଉଜ୍ଜ୍ୱଳ ସବୁଜ ରଙ୍ଗର ଜୀବନ୍ତ ବେଙ୍ଗ ।  ଯିଏକି ସ୍ଥିର ହୋଇ କବ୍ ଭିତରେ ବସିରହିଛି । ଯାହାର ଭିଡିଓଟିକୁ ସେ ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ବ୍ୟକ୍ତି ଜଣକ ଚପଷ୍ଟିକ୍ ବ୍ୟବହାର କରି ବେଙ୍ଗକୁ ଉଠାଇବା ପାଇଁ ଟେଷ୍ଟା କରୁଥିବାବେଳେ ବେଙ୍ଗଟି ଅଳ୍ପ ନିଶ୍ୱାସ ପ୍ରଶ୍ୱାସ ନେଉଛି। ପୁଣି କିଛି ସେକେଣ୍ଡ ପରେ ବେଙ୍ଗଟି ଟିକେ ଜୋରରେ ଗତି କରୁଛି।

ତେବେ ଏହି ଘଟଣାର ପରଦିନ ନୁଡୁଲ୍ ଚେନ୍ ଏହାର ୱେବସାଇଟ୍ ଜରିଆରେ କ୍ଷମା ମାଗିଥିଲା ​​ଏବଂ ପନିପରିବା ପ୍ରକ୍ରିୟାକରଣ ସମୟରେ ବେଙ୍ଗଟି ନୁଡୁଲରେ ମିଶ୍ରିତ ହୋଯାଇଥିବା ସ୍ପଷ୍ଟ କରିଥିଲା। ଏଥର କଞ୍ଚା ପନିପରିବାକୁ ଆହୁରି ଅଧିକ ଯାଞ୍ଚ କରାଯିବାକୁ କମ୍ପାନୀ କହିବା ସହିତ କଞ୍ଚା ପନିପରିବା ବ୍ୟବହାର ହେଉଥିବା ଖାଦ୍ୟ ସାମଗ୍ରୀର ବିକ୍ରିକୁ ସାମୟିକ ଭାବେ ସ୍ଥଗିତ ରଖାଯିବ ବୋଲି ଘୋଷଣା କରିଛି।