ଆଦିବାସୀ ଯୁବକଙ୍କ ସ୍ୱୟଂଚାଳିତ ମିନି ପେଟ୍ରୋଲ ପମ୍ପ : ଯେତିକି ଟଙ୍କା ପୂରାଇବ ସେତିକି ମିଳିବ ପେଟ୍ରୋଲ

କଥାଟା ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ। କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍ ବ୍ରାହ୍ମଣୀପାଳର କାହ୍ନୁଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ର ହେମ୍ବ୍ରମ୍ । ଉଦ୍ଭାବନ କରିଛନ୍ତି ସ୍ୱୟଂଚାଳିତ ମିନି ପେଟ୍ରୋଲ ପମ୍ପ । ଏଭଳି ଯନ୍ତ୍ର ଉଦ୍ଭାବନ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସେ ।

କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍ ବ୍ରାହ୍ମଣୀପାଳର ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ୍ । ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଅଭାବ ଅନଟନରୁ ପାଠପଢ଼ାରେ ଡୋରି ବାନ୍ଧିଲେ। ହେଲେ ସେ ଉଦ୍ଭାବନ କରିଛନ୍ତି ସ୍ୱୟଂଚାଳିତ ମିନି ପେଟ୍ରୋଲ ପମ୍ପ । ମେସିନ୍ରେ ଶହେ ଓ ୫୦ ଟଙ୍କିଆ ପୂରାଇଲେ ବାହାରୁଛି ସେହି ମୂଲ୍ୟର ପେଟ୍ରୋଲ । ବିଭିନ୍ନ ପୁରୁଣା ଯନ୍ତ୍ରାଂଶ ସଂଗ୍ରହ କରି ୬ରୁ ୭ମାସ ସମୟରେ ଜିତେନ୍ଦ୍ର ତିଆରି କରିଛନ୍ତି ଏ ମିନି ପେଟ୍ରୋଲ ପମ୍ପ।

ଆଗରୁ ପେଟ୍ରୋଲ ପାଇଁ ଗାଁଲୋକଙ୍କୁ ୨୦କିଲୋମିଟର ଦୂର ଯିବାକୁ ପଡୁଥିଲା। ଏବେ ମେସିନରେ ଟଙ୍କା ପୁରାଇ ସଠିକ୍ ପରିମାଣର ପେଟ୍ରୋଲ ପାଉଥିବାରୁ ଲୋକେ ବେଶ ଖୁସି ଅଛନ୍ତି । ସ୍ୱୟଂ ଚାଳିତ ମିନି ପେଟ୍ରୋଲ ପମ୍ପ ତିଆରି କରି ଲୋକଙ୍କ ସମସ୍ୟା ଦୂର କରିବା ସହ ନିଜେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିଛନ୍ତି ଜିତେନ୍ଦ୍ର ।

ଜିତେନ୍ଦ୍ରଙ୍କୁ ସରକାରୀ ପ୍ରୋତ୍ସାହନ ମିଳିପାରିଲେ, ସେ ଏଭଳି ଆଉ କଛି ନୂଆ ଉଦ୍ଭାବନ କରିପାରନ୍ତେ ବୋଲି ଗାଁଲୋକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.