Below header

ନର୍କ ଯନ୍ତ୍ରଣା ଭୋଗିବା ଠାରୁ ମୁକ୍ତି ଦେବ ଏହି ଉପାୟ, ମନରେ ଗଣ୍ଠି ପକାଇ ରଖନ୍ତୁ ଏହାକୁ

ଗରୁଡ ପୁରାଣରେ ହିନ୍ଦୁ ଧର୍ମକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ହିନ୍ଦୁ ଧର୍ମରେ ଗରୁଣ ପୁରାଣ ମୁତାବକ ଅନ୍ତିମ ସଂସ୍କାରର ଅନେକ ବିଧି ସମ୍ପନ୍ନ କରାଯାଏ। ହିନ୍ଦୁ ଧାର୍ମିକ ଗ୍ରନ୍ଥ ମୁତାବକ ଜୀବନର କର୍ମ ଫଳ ମଣିଷର କାମକୁ ନେଇ ମିଳିଥାଏ। ମାନ୍ୟତା ରହିଛି ଯଦି ମଣିଷ ନିଜ ଜୀବନରେ ଭଲ କାମ କରିଥାନ୍ତି ତାହେଲେ ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ସେହିପରି ଯେତେବେଳେ କୌଣସି ମଣିଷ ଖରାପ କାମରେ ଲିପ୍ତ ରହିଥାନ୍ତି ତାଙ୍କୁ ନର୍କ ଦଣ୍ଡ ଭୋଗିବାକୁ ପଡିଥାଏ। ଗରୁଣ ପୁରାଣ ଅନୁଯାୟୀ ଗର୍ଭବତୀ ସ୍ତ୍ରୀ, ଭ୍ରୁଣ ଏବଂ ନବଜାତର ହତ୍ୟା କରୁଥିବା ଲୋକଙ୍କୁ ନର୍କରେ ଜାଗା ମିଳିଥାଏ ବୋଲି କୁହାଯାଏ। ଏହାବ୍ୟତୀତ କିଛି କାମ ଏମିତି ରହିଛି ଯାହାକୁ କରିବା ଦ୍ୱାରା ମଣିଷ ପାପର ଭାଗିଦାରୀ ହୋଇ ନର୍କ ଯନ୍ତ୍ରଣା ଭୋଗିଥାଏ। ତେଣୁ ଆପଣଙ୍କୁ କିଛି ଉପାୟ ରହିଛି ଯାହାକୁ ଆପଣେଇବା ଦ୍ୱାରା କୌଣସି ବି ବ୍ୟକ୍ତି ନର୍କ ଯନ୍ତ୍ରଣା ଠାରୁ ମୁକ୍ତି ପାଇପାରିବ। ତେବେ ଦର୍ଶକବନ୍ଧୁ ଆସନ୍ତୁ ଆଜି ଏ ଭିଡିଓରେ ଜାଣିବା ସେହି ସବୁ କାମ ବିଷୟରେ ଯାହାକୁ କରିବା ପରେ ଆପଣ ନର୍କ ଯିବା ଠାରୁ ରକ୍ଷା ପାଇପାରିବେ।

ଗରୁଣ ପୁରାଣ ଅନୁସାରେ ନର୍କରୁ ରକ୍ଷା ପାଇବା ପାଇଁ ନରକ ଚତୁଦର୍ଶୀ ଦିନ ମାଆ କାଳୀ, ହନୁମାନ ଏବଂ କୃଷ୍ଣଙ୍କ ବିଧିବତ୍‌ ପୂଜା କରିବା ଉଚିତ। ପୂଣ୍ଣିମା, ଅଷ୍ଟମୀ ଏବଂ ଅମାବାସ୍ୟାରେ ହୋମ ଯଜ୍ଞ କରିବା ନର୍କ ଯନ୍ତ୍ରଣା ଭୋଗିବା ଠାରୁ ରକ୍ଷା କରିଥାଏ।

ସେହିପରି ନର୍କ ଯନ୍ତ୍ରଣା ଠାରୁ ରକ୍ଷା ପାଇବା ପାଇଁ ବ୍ରତକୁ ବି ବହୁତ ଖାସ୍‌ ବୋଲି ଧରାଯାଇଛି। ଗରୁଣ ପୁରାଣ ମୁତାବକ ଶିବ ଚତୁର୍ଦଶୀ, ପ୍ରଦୋଶ ଏବଂ ଏକାଦଶୀର ବ୍ରତ ରଖୁଥିବା ବ୍ୟକ୍ତି ନର୍କ ଯନ୍ତ୍ରଣା ଭୋଗିବ ଠାରୁ ରକ୍ଷା ପାଇପାରିବେ।

ଯେଉଁ ବ୍ୟକ୍ତି ନିଜ ଜୀବନରେ ତିନୋଟି ଅଁଳା, ପାଞ୍ଚଟି ଅଶ୍ୱସ୍ତ ଗଛ, ଗୋଟିଏ ନିମ୍ବ ଗଛ ଲଗାନ୍ତି ତାଙ୍କ ପାଇଁ ନର୍କ ଯିବା ରାସ୍ତା ବନ୍ଦ ହୋଇଯାଇଥାଏ। ଏହାବ୍ୟତୀତ ବର ଗଛ, ଅଶୋକ, ତୁଳସୀ ଏବଂ ନିମ୍ବ ଗଛ ଲଗାଉଥିବା ବ୍ୟକ୍ତି ବି ନର୍କ ଯନ୍ତ୍ରଣା ଠାରୁ ମୁକ୍ତି ପାଇପାରିବେ।

ବିଷ୍ଣୁ ସହସ୍ରନାମକୁ ପ୍ରତିଦିନ ପାଠ କରିବା ଦ୍ୱାରା ନର୍କ ଯିବାରୁ ମଧ୍ୟ ରକ୍ଷା ପାଇପାରିବେ। ପୁରାଣ ଅନୁଯାୟୀ ବିଷ୍ଣୁ ସହସ୍ରନାମ ପାଠ ମଣିଷକୁ ତାର ଭୁଲ କାମ ଠାରୁ ମୁକ୍ତି ଦେଇଥାଏ। ଯାହାର ପରିଣାମ ସ୍ୱରୁପ ସେ ନର୍କ କଷ୍ଟ ଭୋଗିବା ଠାରୁ ରକ୍ଷା ପାଇପାରିବ।

ସାଧାରଣତଃ ଗଙ୍ଗା ସ୍ନାନ କରିବାର ବହୁତ ଖାସ୍‌ ମହତ୍ତ୍ୱ ରହିଛି। ପୁରାଣରେ କୁହାଯାଇଛି ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନ କରିବା ଦ୍ୱାରା ମଣିଷ ନର୍କ ଯନ୍ତ୍ରଣାରୁ ରକ୍ଷା ପାଇପାରିବ।

ଗରୁଡ ପୁରାଣରେ କୁହାଯାଇଛି ଯେ ଯଦି ମଣିଷ ପ୍ରତିଦିନ ରାମଚରିତ ମାନସ ପାଠ କରେ ତାହେଲେ ସେ ନର୍କ ଯନ୍ତ୍ରଣାରୁ ମୁକ୍ତି ପାଇପାରିବ। ଏମିତି କରିବା ଦ୍ୱାରା ମୃତ୍ୟୁ ସମୟର କଷ୍ଟ ଠାରୁ ମଧ୍ୟ ମୁକ୍ତି ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.