ଆପଣଙ୍କ ପିଲା ଘଣ୍ଟା ଘଣ୍ଟା ଧରି ମୋବାଇଲରେ ବିତାଉଛି କି? ଯଥାସମ୍ଭବ ତାକୁ ଦୂରେଇ ରଖନ୍ତୁ; ହୋଇପାରେ ଏହି ୫ଟି କ୍ଷତି!

ବିଶ୍ୱର ଅନେକ ପିଲା ମୋବାଇଲ୍ ଫୋନ ନିଶାରେ ପଡ଼ିଛନ୍ତି। କରୋନା ଭାଇରସ ମହାମାରୀ ଆସିବା ପରେ ଅନଲାଇନ୍ ଅଧ୍ୟୟନର ଟ୍ରେଣ୍ଡ ଯଥେଷ୍ଟ ବୃଦ୍ଧି ପାଇଛି, ଯେଉଁ କାରଣରୁ ବି ପିଲାମାନେ ମୋବାଇଲ୍ ଫୋନକୁ ଅଧିକ ମାତ୍ରାରେ ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି।

ମୋବାଇଲ୍ ଫୋନରୁ ପିଲାଙ୍କୁ ହେବ ଏହି ୫ଟି କ୍ଷତି!

ମଧ୍ୟମ ଏବଂ ଉଚ୍ଚ ବର୍ଗ ପରିବାରର ପିଲାମାନେ ମୋବାଇଲ ଫୋନର ବ୍ୟବହାର ପାଠପଢ଼ା ବ୍ୟତୀତ ଗେମ୍ସ ଖେଳିବା, ସାଙ୍ଗସାଥୀମାନଙ୍କ ସହ କଥାବାର୍ତ୍ତା, କାର୍ଟୁନ୍ ଦେଖିବା ଆଦିରେ କରି ଥାଆନ୍ତି। ମାଆ, ବାପାମାନେ ଏହା ଜାଣିବା ବହୁତ ଜରୁରୀ ଯେ ମୋବାଇଲ୍ ଫୋନର ନିଶା ପିଲାମାନଙ୍କଠାରେ ୫ଟି ସମସ୍ୟାକୁ ଜନ୍ମ ଦେଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ।

ଟ୍ୟୁମର: ଅନେକ ଅଧ୍ୟୟନରେ ଏହି କଥା ସାମ୍ନାକୁ ଆସିଛି ଯେ ଯେଉଁ ପିଲାମାନେ ମୋବାଇଲ୍ ଫୋନ ଅଧିକ ବ୍ୟବହାର କରନ୍ତି, ସେମାନଙ୍କଠାରେ ଟ୍ୟୁମର ହେବାର ଆଶଙ୍କା ଅଧିକ ବଢ଼ି ଯାଇଥାଏ। ଏକ ଦାୟିତ୍ୱବାନ ମାଆ, ବାପା ହିସାବରେ ଆପଣଙ୍କୁ ଗୋଟିଏ କଥା ଉପରେ ଧ୍ୟାନ ରଖିବାକୁ ପଡ଼ିବ କି, ଯେପରି ଆପଣଙ୍କ ପିଲା ମୋବାଇଲ ଫୋନ ସହ ଅଧିକ ଘନିଷ୍ଠ ହେବ ନାହିଁ।

ମସ୍ତିଷ୍କ ଉପରେ କୁପ୍ରଭାବ: ମନୁଷ୍ୟ ମସ୍ତିଷ୍କ ଉପରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ ରେଡିଏଶନର ପ୍ରଭାବ ପଡ଼ିପାରେ। ଏହାଦ୍ୱାରା ବ୍ରେନ ଆକ୍ଟିଭିଟି ବା ମସ୍ତିଷ୍କର କାର୍ଯ୍ୟକଳାପ ପ୍ରଭାବିତ ହୋଇଥାଏ। ମୋବାଇଲ୍ ଫୋନରୁ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ତରଙ୍ଗ ନିର୍ଗତ ହୋଇଥାଏ, ଯାହା ସଞ୍ଚାର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହାର ସିଧା ପ୍ରଭାବ ଆପଣଙ୍କ ପିଲାର ମସ୍ତିଷ୍କ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥାଏ।

ନିଦ୍ରା ଅଭାବ: ମୋବାଇଲ୍ ଫୋନ ନିଶା ଯୋଗୁ ପିଲାମାନେ ଏହାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟବହାର କରି ଥାଆନ୍ତି, ଯେଉଁ କାରଣରୁ ସେମାନେ ଠିକ୍ ସମୟରେ ଶୋଇ ପାରି ନ ଥାଆନ୍ତି। କମ୍ ନିଦ ହେବା କାରଣରୁ ଥକ୍କାପଣ ବହୁତ ବଢ଼ି ଯାଇଥାଏ, ଯାହାଫଳରେ କି ପିଲାର ମାନସିକ ଏବଂ ଶାରୀରିକ ବିକାଶର ଗତି ମନ୍ଥର ହୋଇ ଯାଇଥାଏ।

ବ୍ୟାୟାମରୁ ଦୂରତା: ପୁରୁଣା ଯୁଗରେ ମୋବାଇଲ୍ ଫୋନ୍ ଘରେ ଘରେ ପହଞ୍ଚି ନ ଥିଲା, ସେହି ସମୟରେ ପିଲାମାନେ ସନ୍ଧ୍ୟା ହେଲେ ଘର ବାହାରକୁ ଯାଇ ବିଭିନ୍ନ ପ୍ରକାର ଖେଳ ଖେଳୁଥିଲେ। କିନ୍ତୁ ଯେବେଠାରୁ ମୋବାଇଲ ଫୋନ ବହୁଳ ମାତ୍ରାରେ ବ୍ୟବହୃତ ହେଲା ତ ପିଲାମାନଙ୍କର ଫିଜିକାଲ ଆକ୍ଟିଭିଟି ବହୁତ କମିଗଲା। ଏହାଦ୍ୱାରା ପିଲାମାନଙ୍କର ଓଜନ ମଧ୍ୟ ବଢ଼ିବାରେ ଲାଗିଛି, ଯାହା ଅନେକ ରୋଗର ମୂଳ କାରଣ ହୋଇଥାଏ।

ପାଠପଢ଼ାରେ ଅସୁବିଧା: ମୋବାଇଲ୍ ଫୋନ୍ କାରଣରୁ ପିଲାମାନେ ପାଠପଢ଼ା ପ୍ରତି ଧ୍ୟାନ ଦେଉ ନାହାନ୍ତି। ମୋବାଇଲ ଫୋନରେ ଏମିତି ଅନେକ ଭିଡିଓ ଏବଂ ଗେମ୍ସ ରହିଥାଏ, ଯାହା ସେମାନଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ପାଠପଢ଼ାରେ ପିଲାମାନେ ବହୁତ ପଛରେ ପଡିଯିବାର ବି ସମ୍ଭାବନା ବଢ଼ି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.