ଏଭଳି ଭାବେ ପ୍ଲାଷ୍ଟିକ୍‌କୁ କରନ୍ତୁ ପୁନଃ ବ୍ୟବହାର, ସୁରକ୍ଷିତ ରହିବ ପରିବେଶ

ଭାରତର ଅଧିକାଂଶ ଲୋକ ନିଜ ଘରର ଆବର୍ଜନାକୁ ଅଲଗା ରଖିନଥାନ୍ତି। ଆମେମାନେ ନିଜର ଅଳସୁଆପଣ ଯୋଗୁ ସବୁ ଅଳିଆ ଗୋଟିଏ ଡବାରେ ହିଁ ଏକାଠି ରଖିଥାଉ। ଯେଉଁ କାରଣରୁ ଏହିସବୁ ଅଳିଆ ମାଟିକୁ ଚାଲିଯାଏ । ଯାହା ପରିବେଶର କ୍ଷତି କରେ । ମିଶିକରି ରହୁଥିବାରୁ ଏହି ଅଳିଆରେ ପ୍ଲାଷ୍ଟକ ମଧ୍ୟ ଚାଲିଯାଇଥାଏ । ଏହି ପ୍ଲାଷ୍ଟିକ୍‌ ପରିବେଶ ପାଇଁ କେତେ କ୍ଷତିକାରକ ତାହା ସମସ୍ତେ ଜାଣନ୍ତି । ତେବେ ଏହି ପ୍ଲାଷ୍ଟିକ୍‌ ପଦାର୍ଥକୁ ରିସାଇକେଲ କରି ପୁଣି ଥରେ ବ୍ୟବହାର କରାଯାଇପାରିବ। ଜଣେ ସଚେତନ ନାଗରିକ ଭାବେ ଆମେମାନେ ଅଳିଆକୁ ପରିସ୍କାର କରିବା ସହ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଦରକାର । ପ୍ରତ୍ୟେକ ବର୍ଷ ସମୁଦାୟ ୯.୪ ଲକ୍ଷ ଟନର ପ୍ଲାଷ୍ଟିକ ଅଳିଆ ବାହାରିଥାଏ, ଯେଉଁଥିରେ ୪୦% ଅଦରକାରୀ ହୋଇଥାଏ ଏଣେତେଣେ ପଡ଼ିଥାଏ ।

plasticsକଣ ଆପଣମାନେ ଜାଣିଛନ୍ତି କି ଆମ ଦେଶରେ ଅଳିଆ ଗୋଟାଉଥିବା ଲୋକ ଏବଂ କବାଡିବାଲାମାନେ ଅଣସଂଗଠିତ କ୍ଷେତ୍ରର । ସେମାନଙ୍କୁ ଶ୍ରମିକ ଭାବେ ସ୍ୱୀକୃତି ମିଳି ନାହିଁ । ଯେଉଁମାନେ ପ୍ରତ୍ୟେକ ବର୍ଷ ଭାରତରୁ ବାହାରୁଥିବା ୬୨ ଲକ୍ଷ ଟନ ପ୍ଲାଷ୍ଟିକ ଅଳିଆକୁ ସଫା କରିବାରେ ସାହାଯ୍ୟ କରିଥାନ୍ତି। ଏମାନେ ସେହି ବ୍ୟକ୍ତି ଯେଉଁମାନେ ପ୍ଲାଷ୍ଟିକକୁ ବାଛି ତାକୁ ଭିନ୍ନ-ଭିନ୍ନ ରିସାଇକଲ୍‌ ୟୁନିଟକୁ ପଠାଇଥାନ୍ତି। ଭାରତରେ ସଫଳତାର ସହ ପ୍ଲାଷ୍ଟିକର ପିଇଟି ବୋତଲକୁ ଏହି କାରଣରୁ ରିସାଇକେଲ୍ କରାଯାଇଥାଏ କାରଣ ଏହି ଲୋକଙ୍କ ସାହାଯ୍ୟରେ ଅଳିଆକୁ ସିଧା ସଳଖ ଅଲଗା କରିବା ୟୁନିଟ୍ ଏବଂ ରିସାଇକେଲ ୟୁନିଟ୍ କୁ ପଠାଯାଇଥାଏ। ତେଣୁ ଆମେମାନେ ମଧ୍ୟ ଅଳିଆକୁ ଅଲଗା ରଖିବାର ମହତ୍ୱ ବୁଝି ପରିବେଶ ରକ୍ଷା ଦିଗରେ ସକାରାତ୍ମକ ପରିବର୍ତ୍ତନ କରିପାରିବା।

plastics-ପରିବେଶର କ୍ଷତି କମ୍‌ କରିବା ପାଇଁ ଆମେମାନେ ସଚେତନ ହୋଇ ପ୍ରଥମେ ନିଜ ନିଜ ଘରୁ ହିଁ ଏହି କାମ ଆରମ୍ଭ କରିବା ଉଚିତ। ଘରେ ଥିବା ପ୍ଲାଷ୍ଟିକ୍‌କୁ ଅଲଗା କରି ଅଳିଆ ଗୋଟାଉଥିବା ଲୋକଙ୍କ ଜରିଆରେ ରିସାଇକେଲରେ ଦେବା ଉଚିତ । ଯେପରି କି ପୁଣି ଥରେ ଏହାକୁ ବ୍ୟବହାର କରାଯାଇ ପାରିବ । ପ୍ଲାଷ୍ଟିକକୁ ରିସାଇକେଲ କରିବାରେ ୮୦ ପ୍ରତିଶତ ଶକ୍ତି, ଯାହା ନୂଆ ପ୍ଲାଷ୍ଯିକ ତିଆରି କରିବାରେ ଖର୍ଚ୍ଚ ହୋଇଥାଏ, ତାହାକୁ ବଞ୍ଚାଯାଇ ପାରିବ। ଯାହା ପରିବେଶ ରକ୍ଷା କ୍ଷେତ୍ରରେ ଲାଭ ଦେଇଥାଏ । ନୂଆ ପ୍ଲାଷ୍ଟିକ ଉତ୍ପାଦନ କରିବା ପରିବର୍ତ୍ତେ ରିସାଇକେଲ କରି ଏହାର ବ୍ୟବହାର କରାଗଲେ ଆମେ ପରିବେଶ ସୁରକ୍ଷା କ୍ଷେତ୍ରରେ ନିଜର ଅବଦାନ ଦେବା ସହିତ କର୍ତ୍ତବ୍ୟ ମଧ୍ୟ ତୁଲାଇପାରିବା। ଏହା ଦ୍ୱାରା ଧନ, ଶକ୍ତି ନଷ୍ଟ ଏବଂ ପ୍ରାକୃତିକ ବିପତ୍ତିରୁ ରକ୍ଷା ପାଇବାର ସୂତ୍ର ମିଳିଯିବ ।
ଆପଣମାନେ ଦେଖିଥିବେ, ବିଭିନ୍ନ ହସପିଟାଲ ଏବଂ ମଲ୍‌ ଆଦିରେ ଶୁଖଇଲା, ଓଦା ଏବଂ କଠିନ ଆବର୍ଜନା ବସ୍ତୁ ପକାଇବା ପାଇଁ ଅଲଗା ଡଷ୍ଟବିନ୍‌ ଥାଏ । ଏହା କେବଳ ରିସାଇକେଲିଂକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.