Below header

ସାଧାରଣତନ୍ତ୍ର ଦିବସ ପାଲଟିଲା ପ୍ରହସନ, ଦେଖିବାକୁ ମିଳିଲା ସରକାରୀ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ

ବେଗୁନିଆ : ବେଗୁନିଆ ମିନିଷ୍ଟାଡିୟମରେ ଚାଲିଥିଲା ବ୍ଳକ୍ ସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଯୋଗଦେଇଥିଲେ ସ୍ଥାନୀୟ ବିଧାୟକଙ୍କ ସହିତ ବହୁ ପ୍ରଶାସନିକ ଅଧିକାରୀ । ଆୟୋଜକ ଥିଲେ ଖୋଦ୍ ବେଗୁନିଆ ପ୍ରଶାସନ । ହେଲେ ଦୁଃଖର କଥା ଏହି ସାଧାରଣତନ୍ତ୍ର କାର୍ଯ୍ଯକ୍ରମ ପାଲଟିଥିଲା ଏକ ପ୍ରହସନ ।

stageଆଜ୍ଞା ହଁ । ଏହା କହିବାର କାରଣ ମଧ୍ଯ ବେଶ୍ ସ୍ପଷ୍ଟ । ମଞ୍ଚ ଉପରେ ଅତିଥିମାନେ ଭାଷଣ ଦେବାରେ ବ୍ଯସ୍ତ ଥିବା ସମୟରେ ତଳେ ଥିବା ଛାତ୍ରଛାତ୍ରୀମାନେ କାହା କଥା ନଶୁଣି ପରସ୍ପର ଭିତରେ ବାଡିଆପିଟା ହେଉଥିବାର ଦେଖିବାକୁ ମିଳିଥିଲା । ଅପରପଟେ ଠିକ୍ ସେହି ମସୟରେ ନେତାଙ୍କ ଭାଷଣ ଚାଲିଥିବା ସମୟରେ ବଣ୍ଟାଚାଲିଥିଲା ଖାଦ୍ଯ ପୁଡିଆ । ଆଉ ସେହି ଖାଦ୍ଯ ପୁଡିଆ ପାଇଁ ସମସ୍ତେ ଟଣାଓଟରା ହେଉଥିଲେ। ଏଭଳି ସ୍ଥିତିରେ ଭାଷଣ ଶୁଣୁଛି କିଏ ?

schoolଆମ ସରକାର ପଲିଥିନ୍ ମୁକ୍ତ ପରିବେଶ ଗଢିବାକୁ ଆହ୍ବାନ ଦେଇଛନ୍ତି। ଏନେଇ ପଲିଥିନ୍ ବ୍ଯାନ୍ ମଧ୍ଯ କରାଯାଇଛି । କିନ୍ତୁ ଏଠାରେ ଖାଦ୍ଯ ପୁଡିଆ ସହ ବଣ୍ଟା ଚାଲିଥିଲା ପାଣି ପାଉଚ୍ । ହେଲେ ବଡ କଥା ହେଉଛି ଖୋଦ୍ ବ୍ଳକ୍ ପ୍ରଶାସନ ହିଁ ଛୁଆମାନଙ୍କୁ ଏହି ପାଣି ପାଉଚ୍ ବଣ୍ଟନ କରିଥିଲେ। ଏହି ପାଣି ପାଉଚ୍ ପାଇବା ପରେ ସାଧାରଣତନ୍ତ୍ର ଦିବସକୁ କିଭଳି ଏହି ପିଲାମାନେ ପିଚିକାରି ମାରି ହୋଲି ଦିବସ କରିଥିଲେ ତାହାକୁ ଦେଖିଲେ ଲଜ୍ଜାରେ ମୁଣ୍ଡ ତଳକୁ ହେଇଯିବ ନିଶ୍ଚିତ। ସରକାରୀ ଆଦର୍ଶ ବିଦ୍ଯାଳୟର ଏହି ପିଲାମାନେ କିପରି ବିଶ୍ରୁଙ୍ଖଳିତ ହେଉଛନ୍ତି ତାହା ଏଥିରୁ ବେଶ୍ ପରିଲିକ୍ଷିତ ହେଉଥିଲା । ଦୁଃଖର କଥା ଏମାନଙ୍କୁ ଆକଟ କରିବାକୁ କେହି ନଥିଲେ ।

polythinଏହି ପାଣି ପାଉଚକୁ ନେଇ ପ୍ରଶ୍ନ କରିବାରୁ ଜଣେ ଶିକ୍ଷକ କହିଥିଲେ ଏହା ଠିକ୍ ନୁହେଁ । ଅନ୍ଯପଟେ ସ୍ଥାନୀୟ ତହସିଲଦାର ମଧ୍ଯ ସମାନ ପ୍ରଶ୍ନର ଉତ୍ତରେ କହିଥିଲେ ଏହାଠିକ୍ ନୁହେଁ ଆଗକୁ ସତର୍କ ହେବୁ । ପରିଶେଷରେ ସଭା ସରିଥିଲା । ସମସ୍ତେ ଯେଝା ବାଟରେ ଚାଲି ଯାଇଥିଲେ । ହେଲେ ମିନି ଷ୍ଟାଡିୟମର ଯୁଆଡେ ଦେଖିବ ସେୟାଡେ ଖାଲି ପଲିଥିନ୍ ଆଉ ପାଣି ପାଉଚରେ ଭର୍ତ୍ତି। ତେବେ ସରକାର ଗୋଟେ ପଟେ ନିୟମ କରୁଛନ୍ତି ପଲିଥିନ୍ ବ୍ଯାନ୍ ବୋଲି ହେଲେ ଖୋଦ୍ ବ୍ଳକ୍ ପ୍ରଶାସନ ଏପଟେ ଏପରି ପବିତ୍ର ସାଧାରଣ ଦିବସରେ ପିଲାମାନଙ୍କୁ ଏସବୁର ବ୍ଯବହାର ପାଇଁ ପ୍ରୋତ୍ସାହିତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.